Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସ ଅଲମ୍ପିକ୍ସରେ ଆଜି ଭାରତର ପ୍ରଥମ ଦିନ

Sangram Tripathy
Browse all articles by Sangram Tripathy
·1 year ago·1 min read
ପ୍ୟାରିସ ଅଲମ୍ପିକ୍ସରେ ଆଜି ଭାରତର ପ୍ରଥମ ଦିନ

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଆଜିହେଉଛି  ଭାରତର ପ୍ରଥମ ଦିନ । ଉଦଘାଟନ ୨୬ ଜୁଲାଇରେ ହେବ,ହେଲେ ଭାରତ ନିଜ ଅଭିଯାନ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜିଠାରୁ ଆରମ୍ଭ କରିବ । ମୋଟ ୧୧୭ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍  ପ୍ୟାରିସରେ ଭାଗ ନେବେ,ତୀରନ୍ଦାଜୀରେ ଆଡି ଭାରତର ତାର ଅଭିଯାନ ଆରମ୍ଭ କରିବ ।

ଜୁଲାଇ ୨୫ରେ ତୀରନ୍ଦାଜୀର ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ ଲଢ଼େଇ ଆରମ୍ଭ ହେବ। ଉଭୟ ପୁରୁଷ ଓ ମହିଳା ଏଥିରେ ଭାଗ ନେବେ। ବିଶ୍ୱର ବିଭିନ୍ନ ଷ୍ଟେଜରେ ଭାରତୀୟ ତୀରନ୍ଦାଜମାନେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏଯାଏ ଦେଶକୁ ଏହି ଖେଳରେ ଅଲମ୍ପିକ୍ସରେ ମେଡାଲ୍ ମିଳିପାରିନାହିଁ । ତେଣୁ ଏଥର ଭାରତୀୟ ଖେଳାଳି ମେଡାଲ ଜିତିବାକୁ ଲକ୍ଷ୍ୟ ରହିଛନ୍ତି। ମହିଳା ଟିମରେ ଦୀପିକା କୁମାରୀ, ଅଙ୍କିତା ଭକ୍ତ ଏବଂ ଭଜନ କୌର ଭାଗ ନେବାକୁ ଥିବାବେଳେ ପୁରୁଷମାନଙ୍କ ମଧ୍ୟରେ ବି.ଧୀରଜ,ତରୂଣଦୀପ ରାୟ ଏବଂ ପ୍ରବୀଣ ଯାଦବ ଭାଗ ନେବେ ।

୨୦୧୨ରେ ଲଣ୍ଡନରେ ହୋଇଥିବା ଅଳିମ୍ପିକ୍ସ ପରେ ଏହା ପ୍ରଥମ ସୁଯୋଗ ଯେଉଁଥିରେ ଭାରତ ତୀରନ୍ଦାଜର ସମସ୍ତ ୫ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଦ୍ୱିପ୍ରହର ୧ଟାସମୟରେ ଓମେନ ଇଣ୍ଡିଭିଜୁଆଲ ରାକିଂ ରାଉଣ୍ଡ ଆରମ୍ଭ ହେବ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is India's first day at the Paris Olympics | Argus News