Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

କାଲି ଏହି ଷ୍ଟାର ପ୍ଲେୟରଙ୍କ ପାଇଁ ସ୍ପେଶାଲ ରହିବ କାନପୁର ମ୍ୟାଚ୍

Ritu Das
Browse all articles by Ritu Das
·1 year ago·2 min read
କାଲି ଏହି ଷ୍ଟାର ପ୍ଲେୟରଙ୍କ ପାଇଁ ସ୍ପେଶାଲ ରହିବ କାନପୁର ମ୍ୟାଚ୍

ଅର୍ଗସ ବ୍ୟୁରୋ: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ବିଜୟ ହାସଲ କରିବା ପରେ ସିରିଜ କ୍ଲିନସ୍ବିପ କରିବା ଲକ୍ଷ୍ୟରେ ରହିଛି ଭାରତ । କାନପୁର ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଆରମ୍ଭ କରିଛି ନୂଆ ପ୍ଲାନ । ସେପଟେ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ ବରାବର କରିବା ପାଇଁ ବାଂଲାଦେଶ ଆଶା ରଖିଛି । ତେବେ ଟିମ ଇଣ୍ଡିଆ ପାଇଁ କାନପୁର ଟେଷ୍ଟ ଖୁବ ସ୍ପେଶାଲ ହୋଇପାରେ । ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି । ବିଶେଷ କରି ଟିମ ଇଣ୍ଡିଆର RRR ମାନେ ରୋହିତ ଶର୍ମା-ରବିନ୍ଦ୍ର ଜାଡେଜା-ରବିଚନ୍ଦ୍ରନ ଅଶ୍ୱୀନଙ୍କ ପାଖରେ ଅନେକ ରେକର୍ଡ ଭାଙ୍ଗିବାର ସୁବର୍ଣ୍ଣ ସୁଯୋଗ ରହିଛି । ତେଣୁ ଏହି ୩ ଜଣ ଭେଟେରାନ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। 

ଏହି ମ୍ୟାଚରେ ବାଂଲାଦେଶକୁ ପରାସ୍ତ କରି ପାରିଲେ ଟିମ ଇଣ୍ଡିଆ ଟେଷ୍ଟ କ୍ରିକେଟର ଚତୁର୍ଥ ସଫଳ ଦଳ ଭାବେ ନାଁ କରିବ। ବର୍ତ୍ତମାନ ସୁଦ୍ଧା ଭାରତ ୫୮୦ ଟେଷ୍ଟରୁ ୧୭୯ ମ୍ୟାଚରେ ବିଜୟୀ ହୋଇଛି । ଦକ୍ଷିଣ ଆଫ୍ରିକା ମଧ୍ୟ ୧୭୯ଟି ମ୍ୟାଚ୍ ଜିତି ଚତୁର୍ଥ ସ୍ଥାନରେ କବଜା କରିଛି । କିନ୍ତୁ କାନପୁର ବିପକ୍ଷ ଟେଷ୍ଟ ବିଜୟ ପରେ ଭାରତ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ଚତୁର୍ଥ ସ୍ଥାନ ହାସଲ କରିପାରିବ ।

କାନପୁର ଟେଷ୍ଟରେ ୯ ୱିକେଟ ହାସଲ କରି ଅଶ୍ୱୀନ, ନାଥନ୍ ଲିୟୋନଙ୍କୁ ପଛରେ ପକାଇବାର ସୁଯୋଗ ପାଇବେ । ଲିୟୋନ ବର୍ତ୍ତମାନ ସୁଦ୍ଧା ୧୨୯ଟି ଟେଷ୍ଟରୁ ୫୩୦ ୱିକେଟ ନେଇଥିବା ବେଳେ ଅଶ୍ୱୀନ ୧୦୧ ଟେଷ୍ଟ ମ୍ୟାଚରୁ ୫୨୨ଟି ସଫଳତା ହାସଲ କରିଛନ୍ତି । ଏହାବ୍ୟତୀତ ଅଶ୍ୱୀନ ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସର୍ବାଧିକ ୫ ୱିକେଟ ହଲ୍ ନେବା ତାଲିକାରେ ସେନ୍ ୱାର୍ଣ୍ଣଙ୍କୁ ମଧ୍ୟ ପଛରେ ପକାଇପାରନ୍ତି । ସେହିପରି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୩୦୦ ୱିକେଟ ହାସଲ କରିବାର ଖୁବ ନିକଟରେ ରହିଛନ୍ତି । କାନପୁର ଟେଷ୍ଟରେ ଆଉ ମାତ୍ର ଗୋଟିଏ ୱିକେଟ ହାସଲ କରିବା ମାତ୍ରେ ଜାଡେଜା ୩୦୦ ୱିକେଟ ନେବାର ସ୍ପେସାଲ ଉପଲବ୍ଧି ହାସଲ କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଇଣ୍ଟରନ୍ୟାସନାଲ କ୍ରିକେଟରେ ଶତକ ମାମଲାରେ ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ପାରନ୍ତି ଅଧିନାୟକ ରୋହିତ ଶର୍ମା । ଦ୍ରାବିଡ ଏବଂ ରୋହିତ ଉଭୟଙ୍କ ନାମରେ ୪୮ଟି ଶତକ ରହିଥିବା ବେଳେ ଦ୍ବିତୀୟ ଟେଷ୍ଟରେ ରୋହିତ ଶତକ ହାସଲ କଲେ ଏହି ରେକର୍ଡ ନିଜ ନାମରେ କରିପାରିବେ । ଆମେ ଆଉ ଜଣେ ଷ୍ଟାର ପ୍ଲେୟରଙ୍କ କଥା କେମିତି ଭୁଲିଯିବା ଯେ, ଭାରତର ହାର୍ଟ ମାନେ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ମଧ୍ୟ ରେକର୍ଡର ଅଧିକାରୀ ହୋଇ ଇତିହାସ ରଚିବାକୁ ଯାଉଛନ୍ତି। ଏହି ମ୍ୟାଚରେ ୩୫ ରନ୍ କରିବା ମାତ୍ରେ ବିରାଟ ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୭ ହଜାର ରନ୍ ପୂରଣ କରିବେ । ଏହି ତାଲିକାରେ ବିରାଟ ଚତୁର୍ଥ ଖେଳାଳି ହୋଇପାରନ୍ତି । ଏହାବ୍ୟତୀତ ବିରାଟଙ୍କ ପାଖରେ ୯୦୦୦ ଟେଷ୍ଟ ରନ୍ ଏବଂ ସର୍ବାଧିକ ୩୦ ଶତକ ହାସଲ କରିବାର ସୁଯୋଗ ମଧ୍ୟ ରହିଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Tomorrow Kanpur | Argus News