Videos
|
Sports

India VS South Africa / ବର୍ଷା କିମ୍ବା ଝଡ଼ ପାଇଁ ନୁହେଁ ପ୍ରଥମଥର କୁହୁଡ଼ି ପାଇଁ ଟସ୍ ପଡ଼ିପାରୁନି

Ritu Das
Browse all articles by Ritu Das
·9 months ago·2 min read
ବର୍ଷା କିମ୍ବା ଝଡ଼ ପାଇଁ ନୁହେଁ ପ୍ରଥମଥର କୁହୁଡ଼ି ପାଇଁ ଟସ୍ ପଡ଼ିପାରୁନି
india

Key Points

ଆଜି ଟସ୍‌ ପଡ଼ିବାରେ ବିଳମ୍ବର କାରଣ ବର୍ଷା କିମ୍ବା ବାତ୍ୟା ପାଇଁ ନୁହେଁ
ପ୍ରଥମଥର କୁହୁଡ଼ି ପାଇଁ ଟସ୍‌ ପକାଇବାରେ ବିଳମ୍ବ ହୋଇଛି
ଭାରତ-ଦକ୍ଷିଣଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ


ଭାରତ-ସାଉଥଆଫ୍ରିକା ମଧ୍ୟରେ ଆଜି ଚତୁର୍ଥ ଟି-୨୦ ଲକ୍ଷ୍ନୌ ଗ୍ରାଉଣ୍ଡରେ ଖେଳାଯିବାର ଥିଲା। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ୩୦ ମିନିଟରେ ପଡ଼ିବାର ନିଷ୍ପତ୍ତି ହୋଇଥିଲା। କିନ୍ତୁ ଟସ୍‌ ପକାଇବାରେ ପ୍ରଥମେ ବିଳମ୍ବ ହୋଇଥିଲା। କିନ୍ତୁ ଆଜି ଟସ୍‌ ପଡ଼ିବାରେ ବିଳମ୍ବର କାରଣ ବର୍ଷା କିମ୍ବା ବାତ୍ୟା ପାଇଁ ନୁହେଁ। ପ୍ରଥମଥର କୁହୁଡ଼ି ପାଇଁ ଟସ୍‌ ପକାଇବାରେ ବିଳମ୍ବ ହୋଇଛି। ଏମିତି କେବେ ହୋଇ ନ ଥିଲା। ସାଧାରଣତଃ ବର୍ଷା ପାଇଁ ମ୍ୟାଚ ବିଳମ୍ବ ହୋଇଥାଏ। କିନ୍ତୁ ଲକ୍ଷ୍ନୌ ଏକାନା ଷ୍ଟାଡିୟମରେ ସବୁ ସମୀକରଣ ଫେଲ ମାରିଛି। ଏପର୍ଯ୍ୟନ୍ତ ଜଣାପଡ଼ିନି ମ୍ୟାଚ କେତେବେଳେ ଆରମ୍ଭ ହେବ। 

ଏହାସହ ପଢ଼ନ୍ତୁ: ମାତ୍ର ୪୭ ରନ୍ କରିଦେଲେ ଅଭିଷେକ ଭାଙ୍ଗିବେ କିଙ୍ଗ କୋହଲିଙ୍କ ଏହି ରେକର୍ଡ!

ଶୁଭମନ ଗିଲ୍ ଲକ୍ଷ୍ନୌ ଟି-୨୦ ମ୍ୟାଚ୍ ରୁ ବାଦ ପଡ଼ିଲେ


ଶୁଭମନ ଗିଲ୍ ଚତୁର୍ଥ ଟି-୨୦ ମ୍ୟାଚ୍ ରୁ ବାଦ ପଡ଼ିଲେ। କ୍ରିକବଜ୍ ଅନୁଯାୟୀ, ଗିଲ୍ ଚତୁର୍ଥ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ। ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଆଜି ସଞ୍ଜୁଙ୍କୁ ଦଳ ସୁଯୋଗ ଦେଇଛି। ଆଉ ମ୍ୟାଚ ହେଲେ ତାଙ୍କ ବ୍ୟାଟରୁ ନିଶ୍ଚିତ କ୍ରିକେଟପ୍ରେମୀ ରନ ଦେଖିବାକୁ ଚାହିଁବେ। ଅମ୍ପାୟାରମାନେ ସନ୍ଧ୍ୟା ୭:୩୦ ରେ କୁହୁଡ଼ିର ଆଉଥରେ ମୂଲ୍ୟାଙ୍କନ କରିବେ। ଏହା ପରେ ହିଁ ମ୍ୟାଚ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଉଭୟ ଦଳ ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ: ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦକ୍ଷିଣ ଆଫ୍ରିକାର ସମ୍ଭାବ୍ୟ ଏକାଦଶ ଦଳ: ରେଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (ଓ୍ବିକେଟ କିପର), ଆଡେନ ମାର୍କ୍ରାମ (କ୍ୟାପଟେନ), ଡିୱାଲ୍ଡ ବ୍ରୁଇସ୍, ଡେଭିଡ ମିଲର, ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ଜାନସେନ୍, କର୍ବିନ ବୋଶ, ଲୁଙ୍ଗି ଏନଗିଡି, ଓଟନିଲ ବାର୍ଟମ୍ୟାନ୍।

ଲକ୍ଷ୍ନୌରେ T20 ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି୨୦ ସିରିଜ୍ ଖେଳାଯାଉଛି । ସିରିଜର ଚତୁର୍ଥ ମୁକାବିଲା ବୁଧବାର ଲକ୍ଷ୍ନୌରେ ଖେଳାଯିବ । ପୂର୍ବରୁ ଭାରତ ୧-୧ରେ ଆଗୁଆ ରହିଛି । ଆଜିର ମୁକାବିଲା ଜିତି ଟିମ୍ ଇଣ୍ଡିଆ ସିରିଜକୁ ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଚେଷ୍ଟା କରିବ ।