Cricket / ଟ୍ରାବିସ୍ ହେଡ୍ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆକୁ ୧୭ କୋଟି କ୍ଷତି
·4 months ago·2 min read

Key Points
ଟ୍ରାବିସ୍ ହେଡ୍ଙ୍କ ଦମଦାର ପ୍ରଦର୍ଶନ ଓ ମ୍ୟାଚରେ ହୋଇଥିବା ବ୍ୟାଟିଂ ବିପର୍ଯ୍ୟୟ ପାଇଁ ଏହି ମୁକାବିଲା ମାତ୍ର ୬ଟି ସେସନରେ ସରି ଯାଇଥିଲା । ଫଳରେ ଆୟୋଜକ ଅଷ୍ଟ୍ରେଲିଆକୁ ୩ ମିଲିୟନ୍ ଡଲାର୍ କ୍ଷତି ସହିବାକୁ ପଡ଼ିଛି ।
ନୂଆଦିଲ୍ଲୀ: ପର୍ଥରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଆସେସ୍ ସିରିଜର ପ୍ରଥମ ମ୍ୟାଚ୍ ଥିଲା ବେଶ ସ୍ମରଣୀୟ । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେବିସ୍ ହେଡ୍ଙ୍କ ବିସ୍ଫୋରଣ ଶତକ ଦଳକୁ ବିଜୟୀ କରିଥିଲା । ୬୯ ବଲ୍ରେ ଶତକ ହାସଲ କରିଥିବା ଟ୍ରେବିସ୍ ୧୨୩ ରନ୍ କରିଥିଲେ । ଆଉ ଇଂଲଣ୍ଡ ଦେଇଥିବା ୨୦୫ ରନ୍କୁ ଚେଜ୍ କରି ନେଇଥିଲା ଅଷ୍ଟ୍ରେଲିଆ । ଫଳରେ ଆସେସ୍ ସିରିଜର ପ୍ରଥମ ମ୍ୟାଚ୍ ମାତ୍ର ୨ ଦିନରେ ସରି ଯାଇଥିଲା । ଅଷ୍ଟ୍ରେଲିଆ ପାଇଁ ପର୍ଥ ଟେଷ୍ଟ ଯେତିକି ଖୁସି ଆଣି ଦେଇଛି, ସେତିକି କ୍ଷତି ମଧ୍ୟ ପହଞ୍ଚାଇଛି ।
ଏଥିସହ ପଢ଼ନ୍ତୁ: ପ୍ରଥମ ଆସେସ୍ ଟେଷ୍ଟକୁ ୮ ୱିକେଟରେ ଜିତିନେଲା ଅଷ୍ଟ୍ରେଲିଆ; ୨ ଦିନରେ ସରିଗଲା ମ୍ୟାଚ୍
ପର୍ଥ ଟେଷ୍ଟରେ ଟ୍ରାବିସ୍ ହେଡ୍ଙ୍କ ଦମଦାର ପ୍ରଦର୍ଶନ ଓ ମ୍ୟାଚରେ ହୋଇଥିବା ବ୍ୟାଟିଂ ବିପର୍ଯ୍ୟୟ ପାଇଁ ଏହି ମୁକାବିଲା ମାତ୍ର ୬ଟି ସେସନରେ ସରି ଯାଇଥିଲା । ଫଳରେ ଆୟୋଜକ ଅଷ୍ଟ୍ରେଲିଆକୁ ୩ ମିଲିୟନ୍ ଡଲାର୍ କ୍ଷତି ସହିବାକୁ ପଡ଼ିଛି । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୧୭ କୋଟି ଟଙ୍କା । କାରଣ ତୃତୀୟ ଦିନ ମ୍ୟାଚ୍ ପାଇଁ ପ୍ରାୟ ସମସ୍ତ ଟିକେଟ୍ ବିକ୍ରି ସରିଥିଲା । ଚତୁର୍ଥ ଦିନ ଟିକେଟ୍ ବିକ୍ରି ପାଇଁ ପ୍ରସ୍ତୁତି ସରିଥିଲା । କିନ୍ତୁ ଦ୍ଵିତୀୟ ଦିନରେ ହିଁ ସରିଗଲା ମ୍ୟାଚ୍
।
ଆସେସ୍ରେ ଇତିହାସ
ଏହା ପୂର୍ବରୁ ପର୍ଥରେ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଅଷ୍ଟ୍ରେଲିଆ-ଭାରତ ମୁହାଁମୁହିଁ ହୋଇଥିଲେ । ଉକ୍ତ ମ୍ୟାଚ୍ରେ ବିରାଟ କୋହଲି ଓ ଯଶସ୍ଵୀ ଜୟସୱାଲ ଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ରହୁଥିବା ବେଳେ ୪ ଦିନରେ ୯୬ ହଜାର ୪୬୩ ଦର୍ଶକ ଆସିଥିଲେ । କିନ୍ତୁ ଆସେସ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଏହି ସଂଖ୍ୟା ପାର୍ ହୋଇଛି । ୧ ଲକ୍ଷ ୧ ହଜାର ୫୧୪ ଦର୍ଶକ ଦୁଇ ଦିନରେ ସରିଥିବା ପର୍ଥ ଟେଷ୍ଟ ମ୍ୟାଚ୍ ଦେଖିଛନ୍ତି ।
ଏଥିସହ ପଢ଼ନ୍ତୁ: ୧୪୮ ବର୍ଷ ପରେ ପ୍ରଥମ ଥର ପାଇଁ, ଅଷ୍ଟ୍ରେଲିଆ ସହ ଘଟିଲା ଏମିତି
ଏକ ରିପୋର୍ଟ ଅନୁସାରେ, ହେଡ୍ଙ୍କ ବ୍ୟାଟିଂକୁ ୨.୯୭ ମିଲିୟନ୍ ଅଷ୍ଟ୍ରେଲିଆ ଦର୍ଶକ ଦେଖିଛନ୍ତି । ସେପଟେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ମଜାରେ ଚିନ୍ତା ବ୍ୟକ୍ତ କରି ଅଷ୍ଟ୍ରେଲିଆର ପ୍ରଥମ ପାଳି ଶେଷ ପୂର୍ବରୁ କହିଥିଲେ ଟେଷ୍ଟ ତୃତୀୟ ଦିନ ପର୍ଯ୍ୟନ୍ତ ଖେଳାଯିବ ନାହିଁ । ଆଉ ତାହା ସତ ସାବ୍ୟସ୍ତ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories