Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ

Sports

ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ

Rashmita Mishra
Browse all articles by Rashmita Mishra
·1 year ago·2 min read
ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ

Key Points

ଆଉ ମାତ୍ର କିଛି ଘଣ୍ଟା ପରେ ମହାମୁକାବିଲା
ଦୁବାଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ
ହାଇ ଭୋଲଟେଜ ଲଢେଇ ପୂର୍ବରୁ ଲାହୋର ଗଦ୍ଦାଫି ଷ୍ଟାଡିୟମରୁ ଶୁଭିଲା ଭାରତ ଜାତୀୟ ସଙ୍ଗୀତ
ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍ ଆରମ୍ଭରୁ ଭୁଲରେ ଭାରତର ଜାତୀୟ ସଙ୍ଗୀତ ବଜାଇଥିଲେ ଆୟୋଜକ

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଦୁବାଇରେ ହେବ ବିଶ୍ୱ କ୍ରିକେଟର ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ମହାମୁକାବିଲା । ମ୍ୟାଚ ଦେଖିବାକୁ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ନାହିଁନଥିବା ଉତ୍ସାହ । ଚାମ୍ପିୟନ୍ସ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ଭାରତ ପ୍ରଥମରୁ ବାଂଲାଦେଶକୁ ହରାଇ ଦୃଢ଼ ସ୍ଥିତିରେ ଥିବାବେଳେ ନ୍ୟୁଜିଲାଣ୍ଡଠାରୁ ମ୍ୟାଚରେ ପରାଜିତ ହୋଇ ବ୍ୟାକଫୁଟରେ ରହିଛି ପାକିସ୍ତାନ।


ଆଉ ଥରେ ପାକିସ୍ତାନକୁ ଧୂଳି ଚଟାଇବାକୁ ରୋହିତ ବାହିନୀ ପ୍ରସ୍ତୁତ ଥିବାବେଳେ ଶନିବାର ଲାହୋର ଗଦ୍ଦାଫି ଷ୍ଟାଡିୟମରେ ଭାରତର ଜାତୀୟ ସଙ୍ଗୀତ ବାଜିବାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଆରମ୍ଭରୁ ଖେଳାଳିମାନେ ଜାତୀୟ ସଙ୍ଗୀତ ପାଇଁ ମଇଦାନରେ ଠିଆ ହୋଇଥିବାବେଳେ, ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ପରିବର୍ତ୍ତେ ଭୁଲରେ ଆୟୋଜକମାନେ ବଜାଇଥିଲେ ଭାରତର ଜାତୀୟ ସଙ୍ଗୀତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିନିକିଆ ଭାରତ-ପାକ ରେକର୍ଡ ଉପରେ ନଜର ପକାଇଲେ ଉଭୟ ଦେଶ ମଧ୍ୟରେ ଖେଳାଯାଇଛି ମୋଟ ୧୩୫ଟି ମ୍ୟାଚ । ପାକିସ୍ତାନ ୭୩ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ, ଭାରତ ୫୬ଟି ମ୍ୟାଚରେ ବିଜୟୀ ହୋଇଛି । ଅନ୍ୟ ୬ଟି ମ୍ୟାଚର ଫଳାଫଳ ବାହାରି ପାରିନାହିଁ । କେବଳ ଚାମ୍ପିୟନ୍ସ ଟ୍ରଫି ରେକର୍ଡ ଅନୁସାରେ ଉଭୟ ଟିମ ପରସ୍ପର ବିରୋଧରେ ଖେଳିଛନ୍ତି ୫ଟି ମ୍ୟାଚ । ପାକିସ୍ତାନ ୩ଟି ଏବଂ ଭାରତ ୨ଟି ମ୍ୟାଚରେ ବିଜୟୀ ହୋଇଛି ।


ଶେଷ ଥର ୨୦୧୭ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଉଭୟ ଦେଶ ମଧ୍ୟରେ ପୂର୍ବରୁ ୨ଟି ମ୍ୟାଚ ଖେଳାଯାଇଥିବାବେଳେ ଭାରତ ଉଭୟ ମ୍ୟାଚରେ ବିଜୟୀ ହୋଇଥିଲା । ଦୁବାଇରେ ଭାରତ ମୋଟ ୭ଟି ମ୍ୟାଚ ଖେଳି ୬ଟିରେ ବିଜୟୀ ହୋଇଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଆଶା ରଖିଛି ଇଣ୍ଡିଆନ ଟିମ । ହାଇବ୍ରିଡ ମୋଡରେ ଦୁବାଇରେ ଭାରତ-ପାକିସ୍ତାନ ମ୍ୟାଚକୁ ଅଳ୍ପ ସମୟ ବାକି ଥିବାବେଳେ ବଢ଼ୁଛି କ୍ରୀଡ଼ାପ୍ରେମୀଙ୍କ ଉତ୍କଣ୍ଠା ।

Sponsored
Two traditional rivals India and Pakistan will face each other in Dubai. | Argus News