Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

U-19 ବିଶ୍ବକପ ମ୍ୟାଚ : ପୁଣିଥରେ ହୃଦୟ ଭାଙ୍ଗିଲେ ଜୁନିୟର ଟିମ

Ritu Das
Browse all articles by Ritu Das
·2 years ago·1 min read
U-19 ବିଶ୍ବକପ ମ୍ୟାଚ : ପୁଣିଥରେ ହୃଦୟ ଭାଙ୍ଗିଲେ ଜୁନିୟର ଟିମ

ଅର୍ଗସ ବ୍ୟୁରୋ: ଗତକାଲି ଅଣ୍ଡର ୧୯ ବିଶ୍ବକପ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ପରାସ୍ତ କରିଛି। ପୁଣି ଥରେ ଭାରତୀୟଙ୍କ ହୃଦୟ ଭାଙ୍ଗିଛି। ସିନିୟରଙ୍କ ପରେ ନିରାଶ କଲା ଜୁନିୟର ଟିମ। ପୂରା ପ୍ରତିଯୋଗିତାରେ ପ୍ରଭାବଶାଳୀ ଖେଳ ଖେଳିବା ପରେ ଫାଇନାଲ୍‌ରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆଠୁ ୭୯ ରନ୍‌ର ବୃହତ୍ତ ବ୍ୟବଧାନରେ ହାରି ପୁରୁଷ ୧୯ ବର୍ଷରୁ କମ୍ ବିଶ୍ବକପ୍‌ର ଉପବିଜେତାରେ ସନ୍ତୁଷ୍ଟ ରହିଛି। ବରିଷ୍ଠ ୫୦ ଓଭରିଆ ବିଶ୍ବକପ୍ ଫାଇନାଲ୍‌ର ପୁନରାବୃତ୍ତି ବୋଲାଉଥିବା ରବିବାର ମୁକାବିଲାରେ ଭାରତୀୟ ଦଳ ସବୁ ଦୃଷ୍ଟିରୁ ବିଫଳ ହୋଇ ଅଷ୍ଟ୍ରେଲିଆ ନିକଟରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। 

କଙ୍ଗାରୁ ଦଳ କନିଷ୍ଠ ବିଶ୍ବକପ୍‌ ଫାଇନାଲ୍ ଇତିହାସର ସର୍ବୋଚ୍ଚ ‌ଲକ୍ଷ୍ୟ ୨୫୪ ରନ୍ ଦେବା ପରେ ଭାରତୀୟ ଦଳ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୩.୫ ଓଭରରେ ମାତ୍ର ୧୭୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଏହି ପ୍ରତିଯୋଗିତାରେ ଭାରତର ଷଷ୍ଠ ଥର ବିଜେତା ହେବା ଆଶା ଧୂଳିସାତ୍ ହୋଇଥିଲା। ସେହିଭଳି କନିଷ୍ଠ ଦଳ ବରିଷ୍ଠ ଦଳର ବିଶ୍ବକପ୍ ଫାଇନାଲ୍ ପରାଜୟ ପ୍ରତିଶୋଧ ନେବର ସ୍ବପ୍ନ ମଧ୍ୟ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। ପ୍ରଶଂସକ ପୂରା ନିରାଶ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟକୁ ଲଗାତାର ଦ୍ବିତୀୟବାର ଅଷ୍ଟ୍ରେଲିଆ ଭାଙ୍ଗିଥିଲା।

ଏହା ପୂର୍ବରୁ ନଭେମ୍ବର ୧୯, ୨୦୨୩ରେ ଅହମ୍ମଦାବାଦରେ ଖେଳାଯାଇଥିବା ବରିଷ୍ଠ ଏକଦିବସୀୟ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ୬ ୱିକେଟ୍‌ରେ ଭାରତକୁ ହରାଇ ବିଜେତା ହୋଇଥିଲା। ଏହି ଆଧିପତ୍ୟଧାରାକୁ ବଜାୟ ରଖି ଅଷ୍ଟ୍ରେଲିଆ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍-୨୦୨୩, ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍-୨୦୨୩ ଏବଂ ଏବେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଜିତି ନେଇଛି। ଦୁର୍ଭାଗ୍ୟଜନକ ଭାବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଫାଇନାଲ୍‌ରେ ମଧ୍ୟ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
U-19 World Cup Match | Argus News