Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଂଲଣ୍ଡ ଗସ୍ତ ପାଇଁ U_19 ଭାରତୀୟ ଦଳ ଘୋଷଣା: ମାଥ୍ରେ କ୍ୟାପଟେନ୍

Sports

ଇଂଲଣ୍ଡ ଗସ୍ତ ପାଇଁ U_19 ଭାରତୀୟ ଦଳ ଘୋଷଣା: ମାଥ୍ରେ କ୍ୟାପଟେନ୍

Ritu Das
Browse all articles by Ritu Das
·1 year ago·2 min read
ଇଂଲଣ୍ଡ ଗସ୍ତ ପାଇଁ U_19 ଭାରତୀୟ ଦଳ ଘୋଷଣା: ମାଥ୍ରେ କ୍ୟାପଟେନ୍

Key Points

ଇଂଲଣ୍ଡ ଗସ୍ତ ପାଇଁ ଭାରତର ୧୯ ବର୍ଷରୁ କମ୍ ଦଳ ଘୋଷଣା କରାଯାଇଛି

ସେହିଭଳି ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ବି ଚାନ୍ସ ମିଳିଛି

ଏହି ଗସ୍ତ ପାଇଁ ୧୭ ବର୍ଷୀୟ ଆୟୁଷ ମାଥ୍ରେଙ୍କୁ ଭାରତୀୟ ଦଳର ନେତୃତ୍ୱ ଦିଆଯାଇଛି



ଇଂଲଣ୍ଡ ଗସ୍ତ ପାଇଁ ଭାରତର ୧୯ ବର୍ଷରୁ କମ୍ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଭାରତୀୟ ଦଳ ୨୪ ଜୁନରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଗୋଟିଏ ଅଭ୍ୟାସ ସହ ପାଞ୍ଚଟି ଦିନିକିଆ ଓ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ଖେଳିବ । ଏହି ଗସ୍ତ ପାଇଁ ୧୭ ବର୍ଷୀୟ ଆୟୁଷ ମାଥ୍ରେଙ୍କୁ ଭାରତୀୟ ଦଳର ନେତୃତ୍ୱ ଦିଆଯାଇଛି । ସେହିଭଳି ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ବି ଚାନ୍ସ ମିଳିଛି । କାରଣ ବୈଭବ ଓ ଆୟୁଷ ଉଭୟ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।


ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ଏହି ଦଳର ଉପ-ଅଧିନାୟକ ଦାୟିତ୍ୱ ଅଭିଜ୍ଞାନ କୁଣ୍ଡୁଙ୍କୁ ଦିଆଯାଇଛି । ସେ ବି ଜଣେ ଓ୍ୱିକେଟକିପର । ଦ୍ୱିତୀୟ ୱିକେଟକିପର ଭାବରେ ଦଳରେ ରହିବେ ହରବଂଶ ସିଂହ । ଏହା ବ୍ୟତୀତ, ବିସିସିଆଇ ଦ୍ୱାରା ଷ୍ଟାଣ୍ଡବାଏ ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିଛି । ଯେଉଁଥିରେ ଅଳଙ୍କୃତ ରାପୋଲଙ୍କୁ ଅନ୍ୟ ଏକ ୱିକେଟ କିପର ଭାବରେ ଚୟନ କରାଯାଇଛି।


କହିବାକୁ ଗଲେ ଆୟୁଷ ଓ ବୈଭବ ଉଭୟ IPL ୨୦୨୫ରେ ଧୂଆଁଦାର ଖେଳ ଖେଳିଛନ୍ତି । ଆୟୁଷ IPL ୨୦୨୫ର ୬ଟି ମ୍ୟାଚରେ ୨୦୨୬ରନ କରିଥିଲେ । ୩୪.୨୨ ହାରରେ ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୭.୨୭ ଥିଲା। ୭ଟି ମ୍ୟାଚ୍ ବୈଭବ ସୂର୍ଯ୍ୟବଂଶୀ କରିଥିଲେ ୨୫୨ ରନ୍ । ଯେଉଁଥିରେ ତାଙ୍କର ଆଭରେଜ୍ ୩୬ ଥିବା ସହ ଷ୍ଟ୍ରାଇକ୍ ରେଟ୍ ଥିଲା ୨୦୬.୫୫ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁହିଁଙ୍କ ଭିତରେ ଥିଲା ତଗଡା କମ୍ପିଟେସନ । ପ୍ରକୃତରେ, ଦୁହେଁ ୧୯ ବର୍ଷରୁ କମ୍ କ୍ରିକେଟରେ ମଧ୍ୟ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିଛନ୍ତି । ଗତ ବର୍ଷ, ଯେତେବେଳେ ଭାରତୀୟ କ୍ରିକେଟ ଦଳ ଏସୀୟ କ୍ରିକେଟ ପରିଷଦ ୧୯ ବର୍ଷରୁ କମ୍ ଏସିଆ କପରେ ଖେଳିଥିଲା । ଏଥିରେ ଉଭୟ ଖେଳାଳି ଇନିଂସ ଓପନ କରିଥିଲେ ।


ଟିମ୍ ଇଣ୍ଡିଆ U-19: ଆୟୁଷ ମାଥ୍ରେ (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ବିହାନ ମଲହୋତ୍ରା, ମୌଲରାଜସିଂହ ଚାଭଡା, ରାହୁଲ କୁମାର, ଅଭିଜ୍ଞାନ କୁଣ୍ଡୁ (ଉପ-ଅଧିନାୟକ ତଥା ୱିକେଟ୍ କିପର), ହରବଂଶ ସିଂହ (ୱିକେଟ୍ କିପର), ଆର.ଏସ୍ ଆମ୍ବ୍ରିସ୍, କନିଷ୍କ୍ ଚୌହାନ, ଖିଲନ୍ ପଟେଲ, ହେନିଲ ପଟେଲ ଏନ୍ନ୍, ଆଦିତ୍ୟ ରାଣା, ଅନମୋଲଜିତ୍ ସିଂ ।

Argus Whatsapp Channel Mobile Top
Sponsored
u19-indian-squad-announced-for-england-tour-mathre-captain | Argus News