Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ରଥମେ 'Boycott' ଧମକ, ପୁଣି UAE ସହ ମ୍ୟାଚ ପୂର୍ବରୁ ପ୍ରି-ମ୍ୟାଚ ପ୍ରେସ କନଫରେନ୍ସ ରଦ୍ଦ କଲା ପାକିସ୍ତାନ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ପ୍ରଥମେ 'Boycott' ଧମକ, ପୁଣି UAE ସହ ମ୍ୟାଚ ପୂର୍ବରୁ ପ୍ରି-ମ୍ୟାଚ ପ୍ରେସ କନଫରେନ୍ସ ରଦ୍ଦ କଲା ପାକିସ୍ତାନ

Key Points

ଏସିଆ କପରେ ଭାରତଠାରୁ ପରାଜୟଠାରୁ ବଳି ପଡ଼ିଛି ଅପମାନ । ପାକିସ୍ତାନ କ୍ରିକେଟ୍ ବୋର୍ଡର ଆଇସିସି ରେଫେରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଦାବି ଖାରଜ କରିଛି ଆଇସିସି ।

ଦୁବାଇ: ନୋ ହ୍ୟାଣ୍ଡସେକ୍ ବିବାଦକୁ ନେଇ ହଟହଟା ପାକିସ୍ତାନ । ଏସିଆ କପରେ ଭାରତଠାରୁ ପରାଜୟଠାରୁ ବଳି ପଡ଼ିଛି ଅପମାନ । ପାକିସ୍ତାନ କ୍ରିକେଟ୍ ବୋର୍ଡର ଆଇସିସି ରେଫେରି ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଦାବି ଖାରଜ କରିଛି ଆଇସିସି । ପ୍ରତିବାଦରେ ବୁଧବାର UAE ସହିତ ମ୍ୟାଚ ପୂର୍ବରୁ ପ୍ରି-ମ୍ୟାଚ୍ ପ୍ରେସ କନଫରେନ୍ସ ରଦ୍ଦ କରିଛି ପାକିସ୍ତାନ ।


ଟିମ୍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନମିଳାଇବାକୁ ICC କୋଡ୍ ଅଫ୍ କଣ୍ଡକ୍ଟ ଉଲ୍ଲଂଘନ ଅଭିଯୋଗ କରିଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । ସେପଟେ ବିବାଦ ଉପରେ ବିସିସିଆଇ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଦେଇଛି କ୍ଲିନଚିଟ୍ । ମ୍ୟାଚ ସମୟରେ ପ୍ରତିଦ୍ଵନ୍ଦ୍ଵୀ ଟିମ୍ ଖେଳାଳିଙ୍କ ସହ ହାତ ମିଳାଇବା ସମ୍ପର୍କରେ କୌଣସି ନିୟମ ନାହିଁ । ଯେଉଁମାନଙ୍କ ସହିତ ଆମର ସମ୍ପର୍କ ତିକ୍ତ ହୋଇଛି ତାଙ୍କ ସହିତ ହାତ ମିଳାଇବାର କୌଣସି ଆବଶ୍ୟକତା ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।


ଭୋକ ବିକଳରେ ତାଟିଆ କାମୁଡ଼ୁଛି ପାକିସ୍ତାନ । ନୋ ହ୍ୟାଣ୍ଡସେକ୍ ବିବାଦକୁ ନେଇ ପୂର୍ବତନ ପାକ୍ ଖେଳାଳି ଶାହିଦ ଆଫ୍ରିଦିଙ୍କ ବୟାନକୁ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଶାହିଦ ଆଫ୍ରିଦି ଓ ପାକିସ୍ତାନ ରାହୁଲ ଗାନ୍ଧୀଙ୍କୁ ନିଜ ନେତା ବନାଇ ଦିଅନ୍ତୁ ବୋଲି X ପୋଷ୍ଟରେ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏକ ଟିଭି ସାକ୍ଷାତକାରରେ ଭାରତକୁ ନିନ୍ଦା କରିବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ ପୂର୍ବତନ ପାକ୍ କ୍ରିକେଟର ଶାହିଦି ଆଫ୍ରିଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ରେ ପାକିସ୍ତାନକୁ ପରାଜିତ କରିଥିଲା । ମ୍ୟାଚ୍ ପରେ, ଭାରତୀୟ ଦଳ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇ ନଥିଲା ଏବଂ ଡ୍ରେସିଂ ରୁମକୁ ଫେରି ଯାଇଥିଲା । ପରେ ପିସିବି ଏହାର ପ୍ରତିବାଦ କରି ମ୍ୟାଚ୍ ରେଫରିଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିଲା ।


ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ନିରୀହ ଲୋକଙ୍କୁ ପାକିସ୍ତାନ ବିପକ୍ଷରେ ତାଙ୍କର ବିଜୟ ଉତ୍ସର୍ଗ କରିଥିଲେ । କିଛି ଜିନିଷ ଖେଳ ଭାବନା ଠାରୁ ଊର୍ଦ୍ଧ୍ଵରେ ବୋଲି କହିଥିଲେ ସୂର୍ଯ୍ୟକୁମାର ।

Sponsored
UAE Asia Cup: Pakistan Protest Over No Handshake Row | Argus News | Argus News