Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ ଚାମ୍ପିଅନ ହେବା ପରେ ଆୟୋଜକ ପାକିସ୍ତାନରେ ଦେଖାଦେଲା ଅଶାନ୍ତି

Sports

ଭାରତ ଚାମ୍ପିଅନ ହେବା ପରେ ଆୟୋଜକ ପାକିସ୍ତାନରେ ଦେଖାଦେଲା ଅଶାନ୍ତି

Ritu Das
Browse all articles by Ritu Das
·1 year ago·2 min read
ଭାରତ ଚାମ୍ପିଅନ ହେବା ପରେ ଆୟୋଜକ ପାକିସ୍ତାନରେ ଦେଖାଦେଲା ଅଶାନ୍ତି

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ପାକିସ୍ତାନ ଥିଲା। କିନ୍ତୁ ଭାରତ ଚାମ୍ପିଅନ ହେବା ପରେ, ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ଅଧିକାରୀ ଦୁବାଇରେ ଦେଖାଯାଇ ନ ଥିଲେ। ରବିବାର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଭାରତର ବିଜୟ ପରେ, ଅନେକ ପାକିସ୍ତାନୀ ଖେଳାଳି ପିସିବିକୁ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ପୂର୍ବତନ କ୍ରିକେଟର ୱାସିମ ଆକ୍ରମ ଏବଂ ସୋଏବ ଅଖତାର ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହି ପ୍ରସଙ୍ଗ ସମ୍ପର୍କରେ ଏକ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଗୋଟିଏ ବି ମ୍ୟାଚ ଜିତିପାରିଲା ନାହିଁ। ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲ ମାଧ୍ୟମରେ ହୋଇଥିଲା। ଏହି କାରଣରୁ ପାକିସ୍ତାନରେ ଗୋଟିଏ ସେମିଫାଇନାଲ ଖେଳାଯାଇଥିଲା। ଯେତେବେଳେ ଭାରତର ସେମିଫାଇନାଲ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଭାରତ ଦୁବାଇରେ ମଧ୍ୟ ଫାଇନାଲ ଖେଳିଥିଲା। ଟିମ ଇଣ୍ଡିଆର ବିଜୟ ପରେ, ପୁରସ୍କାର ଉତ୍ସବ ଆୟୋଜନ କରାଯାଇଥିଲା। ଏହି ସମୟରେ, ମଞ୍ଚରେ କୌଣସି ପିସିବି ଅଧିକାରୀଙ୍କୁ ଦେଖାଯାଇ ନଥିଲା। ସେହିପରି ପୂର୍ବତନ କ୍ରିକେଟର ସୋଏବ ଅଖତର ଏହା ଉପରେ ପ୍ରଶ୍ନ ଉଠାଇଥିଲେ।


ଏବେ ଆକ୍ରମ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଆକ୍ରମ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ବିବିସି ରିପୋର୍ଟ ଅନୁଯାୟୀ, ଆକ୍ରମ କହିଛନ୍ତି, ‘ଚେୟାରମ୍ୟାନ ସାହେବଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା।’ କିନ୍ତୁ ମଞ୍ଚରେ PCBର କେହି ନଥିଲେ। ସୁମୈର ଅହମ୍ମଦ ଏବଂ ଉସମାନ ସେଠାରୁ ଆସିଥିଲେ। କିନ୍ତୁ ଦୁହିଁଙ୍କୁ ଦେଖାଯାଇ ନଥିଲା। ଆମେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ଥିଲୁ। ତେଣୁ, ଯିଏ ଅଧ୍ୟକ୍ଷ ସାହେବଙ୍କ ପ୍ରତିନିଧିତ୍ୱ କରୁଥିଲେ, ତାଙ୍କୁ ସେଠାରେ ରହିବା ଉଚିତ ଥିଲା। ତାଙ୍କୁ ମଞ୍ଚକୁ ଡକାଯାଇ ନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପରେ ମଞ୍ଚ ଉପରେ କୌଣସି ପିସିବି ଅଧିକାରୀଙ୍କୁ ଦେଖାଯାଇ ନଥିଲା। ଏହି ପ୍ରସଙ୍ଗରେ ICC ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇ ନାହିଁ କିମ୍ବା PCB ମଧ୍ୟ କିଛି କହିନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ କ୍ରିକେଟରମାନେ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ମଞ୍ଚରୁ ପିସିବି ଅଧିକାରୀଙ୍କ ନିଖୋଜ ହେବା ହିଁ ବିଶୃଙ୍ଖଳାର ପ୍ରକୃତ କାରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
unrest-in-host-pakistan-after-india-became-champions | Argus News