Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL / CSKକୁ ଲାଗିଲା ବଡ଼ ଝଟ୍‌କା, ଯାହାକୁ ଅଧିକ ଟଙ୍କାରେ କିଣିଥିଲା ସିଏ ଧୋକା ଦେଲା..!

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
CSKକୁ ଲାଗିଲା ବଡ଼ ଝଟ୍‌କା, ଯାହାକୁ ଅଧିକ ଟଙ୍କାରେ କିଣିଥିଲା ସିଏ ଧୋକା ଦେଲା..!
IPL 2026

Key Points

ପ୍ରଶାନ୍ତଙ୍କ ଶରୀରରେ ଆଘାତ ଲାଗିଛି ।
ଯାହା ଚେନ୍ନାଇ ସୁପର କିଙ୍ଗ୍ସ ପରିଚାଳନା ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।

CSKକୁ ସାଂଘାତିକ ଝଟ୍‌କା । ଯାହାକୁ ନେଇ ବଡ଼ ଆଶ ଥିଲା, ସିଏ ସବୁ କିଛି ଧୂଳିସାତ୍‌ କରିଦେଲା । ଅର୍ଥାତ୍‌ ଯାହାକୁ ଦଳ ବଡ଼ ଅଶା କରି, ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି ଅଧିକ ଟଙ୍କା ଦେଇ କିଣିଥିଲା, ସେହି ଖେଳାଳିଙ୍କ ପାଇଁ ସମସ୍ତଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି । ଏଠି ଆମେ ନା ଖେଳାଳିଙ୍କୁ ଦୋଷ ଦେଇପାରିବା, ନା ଅନ୍ୟ କାହାକୁ ।

ଆଇପିଏଲ ନିଲାମ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବହୁତ ସନ୍ତୁଳିତ ଦେଖାଯାଇଥିଲା। ଫ୍ରାଞ୍ଚାଇଜ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସକୁ ବିକ୍ରୟ କରିଥିଲା । ପରବର୍ତ୍ତୀ ସମୟରେ ସେମାନେ ନିଲାମରେ ଯୁବ ତାରକା ଉତ୍ତର ପ୍ରଦେଶର ସ୍ପିନର ଓ ଅଲରାଉଣ୍ଡର ପ୍ରଶାନ୍ତ ବୀରଙ୍କୁ ୧୪.୨୦ କୋଟିରେ କିଣିଥିଲା। କିନ୍ତୁ ଏବେ ସେହି ନିଷ୍ପତ୍ତି ତାଙ୍କର ଭୁଲ ପ୍ରମାଣିତ ହେବାକୁ ଯାଉଛି । କାରଣ ପ୍ରଶାନ୍ତ IPL ଆରମ୍ଭ ହେବା ପୂର୍ବରୁ ଗୁରୁତର ହୋଇଛନ୍ତି । ସେ ଖେଳିପାରିବେ କି ନାହିଁ ସେନେଇ ପ୍ରଶ୍ନ ଉଠିଲାଣି । ପ୍ରଶାନ୍ତଙ୍କ ଶରୀରରେ ଆଘାତ ଲାଗିଛି । ଯାହା ଚେନ୍ନାଇ ସୁପର କିଙ୍ଗ୍ସ ପରିଚାଳନା ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।

ପ୍ରଶାନ୍ତ ଜଣେ ଖୁବ୍‌ ଭଲ ଖେଳାଳି । ତାଙ୍କର ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ଉଚ୍ଚ କୋଟିର ରହିଛି । ତେବେ ତେବେ ସେ କେମିତି ଆଘାତ ପାଇଲେ, ଆସନ୍ତୁ ଜାଣିବା ।

୨୦୨୫-୨୬ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟରେ, ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡ ମୁହାଁମୁହିଁ ହୋଇଥିଲେ। ଫିଲ୍ଡିଂ କରିବା ସମୟରେ, ଦଳର ସ୍ପିନ ଅଲରାଉଣ୍ଡର ପ୍ରଶାନ୍ତ ବୀରଙ୍କ କାନ୍ଧରେ ଆଘାତ ଲାଗିଥିଲା। ରିପୋର୍ଟ ଅନୁଯାୟୀ ପ୍ରଶାନ୍ତଙ୍କୁ ଚାରିରୁ ପାଞ୍ଚ ସପ୍ତାହ ପାଇଁ ଖେଳରୁ ଦୂରେଇ ରଖାଯାଇପାରେ । ଫଳସ୍ବରୂପ, ସେ IPL ୨୦୨୬ ପୂର୍ବରୁ କୌଣସି ପ୍ରାକ୍ଟିସ ପାଇଁ ସମୟ ପାଇବେ ନାହିଁ ।

ଫିଟ ହେବା ପରେ, ପ୍ରଶାନ୍ତ ସିଧାସଳଖ IPLରେ ଦେଖାଯିବେ ବୋଲି ଆଶା ରହିଛି । କିନ୍ତୁ ସେ କେତେ ଶୀଘ୍ର ସୁସ୍ଥ ହେଉଛନ୍ତି ତାହା ସମୟ କହିବ । ଆଉ ସୁସ୍ଥ ହେବା ପରେ ସିଧା ସଳଖ ମ୍ୟାଚ୍‌ରେ ଡେବ୍ୟୁ କରିବା, ସବୁ ଖେଳାଳିଙ୍କ ପାଇଁ ସହଜ ହୋଇନଥାଏ । ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ରବିନ୍ଦ୍ର ଜାଡେଜାଙ୍କ ବଦଳରେ ଦଳରେ ସାମିଲ କରିଛି ।

ଯେତେବେଳେ CSK ଏହି ଖେଳାଳିଙ୍କୁ କିଣିଥିଲା, ସେତେବେଳେ ପ୍ରଶାନ୍ତଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା । ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ସେ ଗୁଗୁଲରେ ଟ୍ରେଣ୍ଡିଂରେ ଥିଲେ । ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ । କାରଣ ଖୁବ୍‌ କମ୍‌ ବୟସର ହୋଇଥିଲେ ମଧ୍ୟ ତାଙ୍କୁ ଅଧିକ ଟଙ୍କାରେ କିଣିଥିଲା CSK ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
CSK | CSK | Uttar Pradesh's Prashant Veer suffers shoulder injury | Argus News