ରେକର୍ଡ ଭାଙ୍ଗିଲେ ବୈଭବ, IPLରେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ୍

IPLରେ `ବୈଭବ’ ବିସ୍ଫୋରଣ। IPLରେ 14 ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ୍। IPLରେ ଇତିହାସ ରଚିଛନ୍ତି 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ବ୍ୟାଟରୁ ବିସ୍ଫୋରଣ କରି ବୈଭବ ଭାଙ୍ଗିଛନ୍ତି ରେକର୍ଡ ପରେ ରେକର୍ଡ । ମାତ୍ର ୩୫ ବଲରୁ ଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ । IPL ଇତିହାସର ଦ୍ବିତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି। ବୈଭବଙ୍କ ଏହି ଶତକ ଚଳିତ IPL ସିଜିନର ଦ୍ରୁତତମ ଶତକ। ଖାଲି ଏତିକି ନୁହେଁ IPL ସେଞ୍ଚୁରୀ ହାସଲ କରିବାରେ ସର୍ବକନିଷ୍ଠ ଖେଳାଳି ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମାତ୍ର 17 ବଲରୁ ଅର୍ଦ୍ଧଶତକ କରିଥିଲେ, ଯାହା ଚଳିତ ଆଇପିଏଲର ଦ୍ରୁତତମ ଅର୍ଦ୍ଧଶତକ। ଏହାପରେ ବୈଭବ 35 ବଲରୁ ଶତକହାସଲ କଲେ। ସେ ଆଜି 38ଟି ବଲରୁ 101 ରନର ଇନିଂସ୍ ଖେଳିଛନ୍ତି। ଯେଉଁଥିରେ ମାରିଛନ୍ତି 7 ଚୌକା ଓ 11ଟି ବିଶାଳ ଛକ୍କା। ବୈଭବଙ୍କ ଏହି ବିସ୍ଫୋରକ ଶତକ ବଳରେ ଗୁଜରାଟକୁ 8 ୱିକେଟରେ ହରାଇଛି ରାଜସ୍ଥାନ ରୟାଲ୍ସ। ମାତ୍ର 15.5 ଓଭରରେ ରାଜସ୍ଥାନ 212 ରନ୍ କରି ବିଜୟୀ ହୋଇଛି ।
ଗୁଜରାଟ ଟାଇଟନ୍ସ ବୋଲରଙ୍କୁ ପିଟି ନୟାନ୍ତ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଭେଟେରାନ୍ ପେସର ଇଶାନ୍ତ ଶର୍ମାଙ୍କ ଗୋଟିଏ ଓଭରରୁ ସଂଗ୍ରହ କରିଛନ୍ତି 26 ରନ୍ । ତା ପରେ ଗୁଜରାଟର ବୋଲର କରିମ ଜନ୍ନତଙ୍କର ଗୋଟିଏ ଓଭରର ପ୍ରତି ବଲକୁ ବାଉଣ୍ଡାରୀ ବାହାରକୁ ପଠାଇଥିଲେ ବୈଭବ ସୂର୍ଯ୍ୟବଂଶୀ। 3ଟି ଛକ୍କା ଓ 3ଟି ଚୌକା ସହାୟତାରେ ସଂଗ୍ରହ କରିଥିଲେ ମୋଟ 30 ରନ୍। ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଥିଲେ ବିହାରର ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ ନିଲାମୀରେ ସେ ରେକର୍ଡ କରିଥିଲେ। ମାତ୍ର ୧୩ ବର୍ଷ ବୟସରେ ସେ ଆଇପିଏଲ ଟିମରେ ସାମିଲ ହୋଇଥିଲେ। 1 କୋଟି 10 ଲକ୍ଷ ଟଙ୍କାରେ ବୈଭବଙ୍କୁ କିଣିଥିଲା ରାଜସ୍ଥାନ ରୟାଲ୍ସ । ନିଜର ପ୍ରଥମ IPL ମ୍ୟାଚରେ ସେ କମାଲ୍ କରିଥିଲେ। ଲକ୍ଷ୍ନୌ ବିପକ୍ଷରେ 20 ବଲରୁ କରିଥିଲେ 34 ରନ୍ । ନିଜର ପ୍ରଥମ IPL ମ୍ୟାଚରେ ସାମ୍ନା କରିଥିବା ପ୍ରଥମ ବଲରେ ମାରିଥିଲେ ବିଶାଳ ଛକ୍କା।