Vaibhav Sooryavanshi / ୨୮ ବଲ୍ରେ ୧୪ ଛକା, ୪ ଚଉକା ମାରି ଶତକ କଲେ ବୈଭବ
·1 hour ago·2 min read

Key Points
ପାକିସ୍ତାନ ବିପକ୍ଷରେ ଫ୍ଳଫ୍ ହୋଇଥିବା ବୈଭବ UAE ବିପକ୍ଷ ମ୍ୟାଚ୍ରେ ଦମଦାର୍ ପ୍ରଦର୍ଶନ କରିଛନ୍ତି । ୨୮ ବଲ୍ରେ ୧୪ ଛକା, ୪ ଚଉକା ମାରି ଶତକ ହାସଲ କରିଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ।
ମୁମ୍ବାଇ: ରାଇଜିଂ ଷ୍ଟାର୍ ଏସିଆ କପ୍ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ଗର୍ଜୁଛି । ପାକିସ୍ତାନ ବିପକ୍ଷରେ ଫ୍ଳଫ୍ ହୋଇଥିବା ବୈଭବ UAE ବିପକ୍ଷ ମ୍ୟାଚ୍ରେ ଦମଦାର୍ ପ୍ରଦର୍ଶନ କରିଛନ୍ତି । ୨୮ ବଲ୍ରେ ୧୪ ଛକା, ୪ ଚଉକା ମାରି ଶତକ ହାସଲ କରିଛନ୍ତି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ।
ଦୋହାରେ ଟାଲିଥିବା ଏସିଆ କପ୍ ରାଇଜିଂ ଷ୍ଟାର ଗ୍ରୁପ୍ ବିରେ ପ୍ରଥମେ ବ୍ଯାଟିଂ କରି UAE ୮ ୱିକେଟ୍ ହରାଇ ୨୪୯ ରନ୍ ସ୍କୋର୍ କରିଥିଲା । ୨୫୦ ରନ୍ର ପିଛା କରି ଆରମ୍ଭରୁ ଭାରତ ଦମଦାର୍ ବ୍ୟାଟିଂ କରିଥିଲା । ଓପନର ବୈଭବ ସୂର୍ଯ୍ୟବଂଶୀ ୧୬ ବଲ୍ରେ ଅର୍ଦ୍ଧଶତକ ଓ ପରବର୍ତ୍ତୀ ୧୨ ବଲ୍ରେ ଶତକ ହାସଲ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଗିଲ୍ଙ୍କୁ ପାଠ ପଢାଇଲେ ଅଜିଙ୍କ୍ୟ ରାହାଣେ; ଅଧିନାୟକଙ୍କୁ ଦେଲେ କଡ଼ା ଜବାବ
ବୈଭବ ଏକାକୀ ୟୁଏଇର ବୋଲିଂ ଲାଇନକୁ ଧ୍ଵଂସ କରି ଦେଇଛନ୍ତି । ଏଥିସହ ବୈଭବଙ୍କ ଏହି ଶତକ ଲିଷ୍ଟ-ଏ କ୍ରିକେଟ୍ରେ ସବୁଠୁ ଦ୍ରୁତତମ ଶତକ ଭାବେ ରେକର୍ଡ କରିଛି । ୧୪ ଛକା, ୪ ଚଉକା ସହାୟତାରେ ବୈଭବ ଏହି ଶତକ ହାସଲ କରି ନୂଆ ଇତିହାସ ରଚିବା ସହ ବିଶ୍ଵ ରେକର୍ଡ କରିଛନ୍ତି ।
୫୦ ଓଭର୍ ଫର୍ମାଟ୍ରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ବୈଭବ ସବୁ ରେକର୍ଡ ଭାଙ୍ଗିଛନ୍ତି । ଦିନିକିଆ ଓ ଲିଷ୍ଟ-ଏ କ୍ରିକେଟ୍ ଇତିହାସରେ ବୈଭବ ସବୁଠୁ ଦ୍ରୁତତମ ଶତକ ହାସଲ କରି ବିଶ୍ଵ ରେକର୍ଡ ନିଜ ନାଁରେ କରିଛନ୍ତି ।
୫୨ ବଲ୍ରେ ଦ୍ଵି-ଶତକ
UAE ବିପକ୍ଷ ମ୍ୟାଚ୍ରେ ବୈଭବ ଧୂଆଁଧାର ଦ୍ଵି-ଶତକୀୟ ପାଳି ଖେଳିଛନ୍ତି । ୫୨ ବଲ୍ରେ ବୈଭବ ୨୦୦ ରନ୍ ହାସଲ କରିଛନ୍ତି । ଯେଉଁଥିରେ ୨୮ଟି ଛକା ଓ ୭ଟି ଚଉକା ରହିଛି । ୩୮୪.୯୦ ଷ୍ଟ୍ରାଇକ୍ ରେଟ୍ରେ ବୈଭବ ସୂର୍ଯ୍ୟବଂଶୀ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି ।
ଲିଷ୍ଟ-ଏ କ୍ରିକେଟରେ ଦ୍ରୁତତମ ଦ୍ଵି-ଶତକ
ବୈଭବ ସୂର୍ଯ୍ୟବଂଶୀ କେବଳ ଦ୍ରୁତତମ ଶତକ ହାସଲ କରିଛନ୍ତି ତା ନୁହେଁ । ବରଂ ଲିଷ୍ଟ-ଏ କ୍ରିକେଟ୍ରେ ଏହା ହେଉଛି ବୈଭବ ସୂର୍ଯ୍ୟବଂଶୀ ମାରିଥିବା ଦ୍ରୁତତମ ଦ୍ଵି-ଶତକ ।

FASTEST DOUBLE CENTURY IN LIST A CRICKET 🤯💯💯 Take a bow, Vaibhav Sooryavanshi 🫡 Updates ▶️ https://t.co/6Vwvc5BnWQ #TeamIndia | #RisingStarsAsiaCup | #INDAvUAE https://t.co/ZKJcJR9SDv
— BCCI (@BCCI) November 24, 2026
୫୨ ବଲ୍ରେ ଦ୍ଵି-ଶତକ
UAE ବିପକ୍ଷ ମ୍ୟାଚ୍ରେ ବୈଭବ ଧୂଆଁଧାର ଦ୍ଵି-ଶତକୀୟ ପାଳି ଖେଳିଛନ୍ତି । ୫୨ ବଲ୍ରେ ବୈଭବ ୨୦୦ ରନ୍ ହାସଲ କରିଛନ୍ତି । ଯେଉଁଥିରେ ୨୮ଟି ଛକା ଓ ୭ଟି ଚଉକା ରହିଛି । ୩୮୪.୯୦ ଷ୍ଟ୍ରାଇକ୍ ରେଟ୍ରେ ବୈଭବ ସୂର୍ଯ୍ୟବଂଶୀ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି ।
ଲିଷ୍ଟ-ଏ କ୍ରିକେଟରେ ଦ୍ରୁତତମ ଦ୍ଵି-ଶତକ
ବୈଭବ ସୂର୍ଯ୍ୟବଂଶୀ କେବଳ ଦ୍ରୁତତମ ଶତକ ହାସଲ କରିଛନ୍ତି ତା ନୁହେଁ । ବରଂ ଲିଷ୍ଟ-ଏ କ୍ରିକେଟ୍ରେ ଏହା ହେଉଛି ବୈଭବ ସୂର୍ଯ୍ୟବଂଶୀ ମାରିଥିବା ଦ୍ରୁତତମ ଦ୍ଵି-ଶତକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: