Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Vaibhav Suryavanshi / ଆଉ ମାତ୍ର ୪ ରନ୍‌... ବୈଭବଙ୍କ ପଛରେ ପଡ଼ିବେ ବିରାଟ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଆଉ ମାତ୍ର ୪ ରନ୍‌... ବୈଭବଙ୍କ ପଛରେ ପଡ଼ିବେ ବିରାଟ
Vaibhav Set to Break Virat Kohli’s U-19 Record

Key Points

୧୯ ବର୍ଷରୁ କମ୍ ଦିନିକିଆରେ ବୈଭବ ଏବେ ସୁଦ୍ଧା ୮୭୫ ରନ୍ ସ୍କୋର୍ କରିଛନ୍ତି । U-19 ଦିନିକିଆରେ ବିରାଟଙ୍କୁ ପଛରେ ପକାଇବା ପାଇଁ ବୈଭବଙ୍କୁ ୬ ରନ୍ ଆବଶ୍ୟକ ।
ମୁମ୍ବାଇ: ବିଶ୍ଵକପ୍‌ରେ ବୈଭବ ଛାପ । ପଛରେ ପଡ଼ିବେ ବିରାଟ । ୧୯ ବର୍ଷରୁ କମ୍ ବିଶ୍ଵକପ୍‌ର ପ୍ରଥମ ମ୍ୟାଚ୍‌ରେ ସମସ୍ତଙ୍କୁ ନିରାଶ କରିଥିବା ବୈଭବ ଭାଙ୍ଗିବାକୁ ଯାଉଛନ୍ତି ସବୁ ରେକର୍ଡ । ପ୍ରଥମ ମ୍ୟାଚ୍‌ରେ ମାତ୍ର ୨ ରନ୍‌ରେ ଆଉଟ୍ ହୋଇଥିବା ବୈଭବ ଏବେ ୧୯ ବର୍ଷରୁ କମ୍ ଦିନିକିଆରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋର୍‌ର ଠାରୁ ମାତ୍ର ୪ ରନ୍‌ ଦୂରରେ ଅଛନ୍ତି ।

ବିରାଟ କୋହଲି ୯୭୮ ରନ୍‌ କରି ଏହି ତାଲିକାର ଶୀର୍ଷରେ ଅଛନ୍ତି । ଆଉ ୪ ରନ୍ କଲେ ବୈଭବ, ବିରାଟଙ୍କୁ ପଛରେ ପକାଇବେ । ବିରାଟଙ୍କ ରେକର୍ଡ ଭାଙ୍ଗିବା ପାଇଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉ ଏକ ମ୍ୟାଚ୍ ଅପେକ୍ଷା କରିବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ବିଶ୍ଵକପ୍‌ ପୂର୍ବରୁ ବାଂଲାଦେଶ କ୍ରିକେଟ୍‌ରେ ଝଡ଼; ଖେଳିବାକୁ ମନା କରିଦେଲେ ସବୁ ଖେଳାଳି

୧୯ ବର୍ଷରୁ କମ୍ ଦିନିକିଆରେ ବୈଭବ ଏବେ ସୁଦ୍ଧା ୮୭୫ ରନ୍ ସ୍କୋର୍ କରିଛନ୍ତି । U-19 ଦିନିକିଆରେ ବିରାଟଙ୍କୁ ପଛରେ ପକାଇବା ପାଇଁ ବୈଭବଙ୍କୁ ୬ ରନ୍ ଆବଶ୍ୟକ । ପ୍ରଥମ ମ୍ୟାଚ୍‌ରେ ବୈଭବ ବଡ଼ ସଟ୍ସ ଖେଳିବାକୁ ଯାଇ ବୋଲ୍ଡ ହୋଇଥିଲେ ।

ବୈଭବ ସୂର୍ଯ୍ୟବଂଶୀଙ୍କ ଛୋଟ କ୍ରିକେଟ୍ କ୍ୟାରିୟର ରେକର୍ଡ ହାଇଲାଇଟ୍ ରିଲ୍ସ ଭଳି । ୨୦୨୫ ଆଇପିଏଲ୍‌ରେ ବୈଭବ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ୩୮ ବଲ୍‌ରେ ଶତକ ମାରିଥିଲେ । ପୁରୁଷ ଲିଷ୍ଟ ଏ କ୍ରିକେଟ୍‌ରେ ସବୁଠୁ ଦ୍ରୁତ୍ ୧୫୦ ରନ୍ ଓ ଭାରତର ଦ୍ଵିତୀୟ ଯୁବ ବ୍ୟାଟର୍ ଭାବେ ୯୫ ବଲ୍‌ରେ ୧୭୧ ରନ୍ ସ୍କୋର୍ କରିଛନ୍ତି ।

ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟି-ଟ୍ଵେଣ୍ଟି ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ବୈଭବ ୪୨ ବଲ୍‌ରେ ୧୪୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ । ବୈଭବଙ୍କ ବିସ୍ଫୋରକ ବ୍ୟାଟିଂର ରେକର୍ଡ କହୁଛି ସେ କୌଣସି ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ନେଇ ପାରିବେ ।

ଏଥିସହ ପଢ଼ନ୍ତୁ: ତେଲ ପରେ ସୁନାରେ ବିଶ୍ଵକୁ ନଚାଇବ ସାଉଦି ଆରବ; ବାଲି ତଳେ 'ସୁନା ସାମ୍ରାଜ୍ୟ'

କ'ଣ କହିଲେ କୋଚ୍ ?

ପାଟନାର ଜେନନେକ୍ସ କ୍ରିକେଟ୍ ଏକାଡେମୀରେ ୧୦ ବର୍ଷ ବୟସରେ ବୈଭବଙ୍କ ପ୍ରତିଭାକୁ ପ୍ରଥମେ ଚିହ୍ନିଥିଲେ କୋଚ୍ ମନୀଷ ଓଝା । ଯାହାକି ପରବର୍ତ୍ତୀ ସମୟରେ ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା । ଏବେ ମନୀଷ କହିଛନ୍ତି, "ମୁଁ ବୈଭବଙ୍କ ବ୍ୟାଟିଂରେ ପରିବର୍ତ୍ତନ ଦେଖୁଛି । ସେ ପୂର୍ବରୁ ଆକ୍ରମଣାତ୍ମକ ସର୍ଟ୍ସ ଖେଳୁଥିଲେ, ଏବେ ଆବଶ୍ୟକତା ଅନୁସାରେ ଖେଳୁଛନ୍ତି ।"

ସେ ଆହୁରି କହିଛନ୍ତି, "ଆଇପିଏଲ୍ ୨୦୨୫ ଖେଳିବା ପରେ ବୈଭବଙ୍କ ଆତ୍ମବିଶ୍ଵାସ ବିଢ଼ିଛି । ଭଲ ବୋଲିଂକୁ ବି ବାଉଣ୍ଡରି ବାହାରେ ପହଞ୍ଚାଇବାର ଦକ୍ଷତା ରଖୁଛନ୍ତି । ପ୍ରଥମ ବଲ୍‌ରୁ ସେ ପ୍ରହାର କରି ବୋଲରଙ୍କ ଉପରେ ଚାପ ପକାଉଛନ୍ତି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Just 4 Runs Away: Vaibhav Set to Break Virat Kohli’s U-19 Record | Argus News | Argus News