Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL News / ଗୌହାଟୀରେ ହେବ ବୈଭବଙ୍କ ଧମାକା? ୩୦୦ ରନ କରି ଇତିହାସ କରିବେ ସୂର୍ଯ୍ୟବଂଶୀ

Ritu Das
Browse all articles by Ritu Das
·3 months ago·2 min read
ଗୌହାଟୀରେ ହେବ ବୈଭବଙ୍କ ଧମାକା? ୩୦୦ ରନ କରି ଇତିହାସ କରିବେ ସୂର୍ଯ୍ୟବଂଶୀ
IPL

Key Points

ଆଜି ମ୍ୟାଚର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣ ଦେଖିବାକୁ ମିଳିବ ଏହି ଆଶା ରଖିଛନ୍ତି ଫ୍ୟାନ୍ସ
ଆଇପିଏଲ ୨୦୨୬ ସିଜିନ୍ ୧୯ ଧୁମଧାମର ସହ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ବିରାଟ କୋହଲିଙ୍କ ଜବରଦସ୍ତ ଫର୍ମ ଦେଖି ଲୋକେ ଖୁସି ହୋଇଯାଇଛନ୍ତି। ସେହିପରି ଦ୍ବିତୀୟ ମ୍ୟାଚରେ ମୁମ୍ବାଇ ଚା ରାଜା ମାନେ ରୋହିତ ଶର୍ମାଙ୍କ ବଡ଼ ବଡ଼ ସଟ୍‌ ଫ୍ୟାନ୍ସଙ୍କ ହୃଦୟ ଜିତିଛି। ଆଉ କିଛି ସମୟ ପରେ ଗୌହାଟୀରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମ୍ୟାଚ ଖେଳାଯିବ । ଏହି ମ୍ୟାଚର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣ ଦେଖିବାକୁ ମିଳିବ ଏହି ଆଶା ରଖିଛନ୍ତି ଫ୍ୟାନ୍ସ । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଆଇପିଏଲରେ ୩୦୦ ରନ୍‌ ପୂରଣ କରିବା କି ? ଏହି ସଫଳତା ପାଇଁ ସେ ମାତ୍ର ୪୮ ରନ୍ ଦୂରରେ ଅଛନ୍ତି । ବୈଭବଙ୍କ ବର୍ତ୍ତମାନର ଫର୍ମ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ତାଙ୍କର ଦୃଢ଼ ରେକର୍ଡ ପ୍ରମାଣ ଦେଇଛି କି ତାଙ୍କ ପାଖରେ ଆଇପିଏଲରେ ୩୦୦ରନ୍ ପୂରଣ କରିବାର ଯଥେଷ୍ଟ କ୍ଷମତା ରହିଛି । ବର୍ତ୍ତମାନ ତାଙ୍କ ଆଇପିଏଲ ସ୍କୋର ୨୫୨ ରହିଛି ।

ସିଏସକେ ବିପକ୍ଷରେ ବୈଭବଙ୍କ ରେକର୍ଡ ? ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ କେବଳ ଗୋଟିଏ ଇନିଂସ ଖେଳିଛନ୍ତି, ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଆଇପିଏଲ ୨୦୨୫ରେ ସିଏସକେ ଦେଇଥିବା ୧୮୮ ରନର ପିଛା କରି ୫୭ ରନ୍ କରିଥିଲେ । ୧୭୨.୭୨ ଷ୍ଟ୍ରାଇକ୍ ରେଟରେ ଖେଳି ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସରେ ୪ରୋଟି ଛକା ଏବଂ ୪ରୋଟି ଚୌକା ସାମିଲ ଥିଲା । ୧୫ ବର୍ଷୀୟ ବାମହାତୀ ବ୍ୟାଟର ବୈଭବଙ୍କ ସାମ୍ନାରେ ପୁଣି ଚେନ୍ନାଇ ସୁପରକିଙ୍ଗସ ଅଛି । ଗତ ସିଜିନ ରେକର୍ଡକୁ ଚଳିତ ସିଜିନରେ ଜାରି ରଖନ୍ତି ତେବେ ଆଇପିଏଲରେ ସେ ୩୦୦ ରନ୍ ପୂରଣ କରିବେ ।

ଏହାସହ ପଢ଼ନ୍ତୁ: ମା'ଙ୍କ ମୃତ୍ୟୁ ପରେ ବାପା ବି ହାତ ଛାଡ଼ିଦେଇଥିଲେ...ଆଜି ଆଇପିଏଲରେ ପାଲଟିଛନ୍ତି ଜଣେ ବଡ଼ ଖେଳାଳି

୩୦୦ ରନ୍ କରିବେ କି ବୈଭବ ? ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଆଇପିଏରେ ୭ଟି ମ୍ୟାଚରୁ ୭ଟି ଇନିଂସରେ ୨୪ଟି ଛକା ସହିତ ୨୫୨ ରନ୍ କରିଛନ୍ତି । ଏହାର ଅର୍ଥ ଗୌହାଟୀରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ସେ ତାଙ୍କର ୪୮ ରନ୍ ହାସଲ କରିବେ । ଏହି ବାମହାତୀ ବ୍ୟାଟର ଆଇପିଏଲରେ ୩୦୦ରନ୍ ପୂରଣ କରିବେ । ସରଳ ଭାଷାରେ କହିବାକୁ ଗଲେ, ବୈଭବ ସୂର୍ଯ୍ୟବଂଶୀ ତାଙ୍କର ୩୦୦ ଆଇପିଏଲ ରନ୍ ହାସଲ କରିବାଠାରୁ ମାତ୍ର ୪୮ ରନ୍ ଦୂରରେ ଅଛନ୍ତି । ତାଙ୍କ ଫର୍ମକୁ ଦେଖିଲେ ଏହା ତାଙ୍କ ପାଇଁ କଷ୍ଟକର ହେବ ନାହିଁ ।

ଏହାସହ ପଢ଼ନ୍ତୁ: ଆଜି CSK vs RR ମହାମୁକାବିଲା...ଚେନ୍ନାଇକୁ ବିପଦ ରାଜସ୍ଥାନର ଏହି ୫ ଟ୍ରମ୍ପକାର୍ଡ, ଲିଷ୍ଟରେ ସାମିଲ ବୈଭବ

ଆଇପିଏଲ ୨୦୨୬ରେ ପ୍ରବେଶ କରିବା ପୂର୍ବରୁ, ବୈଭବ ସୂର୍ଯ୍ୟବଂଶୀ କହିଥିଲେ ଯେ, ସେ ଏହି ସିଜିନରେ ମଧ୍ୟ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି। ସମ୍ଭବତଃ ବୈଭବଙ୍କ ଉଦ୍ଦେଶ୍ୟ ଆଇପିଏଲରେ ୩୦୦ ରନ ଅତିକ୍ରମ କରିବା ସହିତ ଆରମ୍ଭ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will Vaibhav Suryavanshi Smash 300 Runs in Guwahati and Create History? | Argus News