Vaibhav Suryavanshi / ବିମାନବନ୍ଦରରେ ପାପାରାଜିଙ୍କ ଉପରେ ରାଗିଗଲେ ସୂର୍ଯ୍ୟବଂଶୀ, କହିଲେ ଏମିତି କଥା…
·58 mins ago·2 min read

Key Points
ଭାରତୀୟ କ୍ରିକେଟ୍ ଦଳର ଯୁବ ଷ୍ଟାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏକ ଭିଡ଼ିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି
ବିମାନବନ୍ଦର ଛାଡ଼ିବା ସମୟରେ ବୈଭବ ପାପାରାଜିଙ୍କୁ ଚେତାବନୀ ଦେଇଛନ୍ତି

ଭାରତୀୟ କ୍ରିକେଟ୍ ଦଳର ଯୁବ ଷ୍ଟାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏକ ଭିଡ଼ିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ବିମାନବନ୍ଦର ଛାଡ଼ିବା ସମୟରେ ବୈଭବ ପାପାରାଜିଙ୍କୁ ଚେତାବନୀ ଦେଇଛନ୍ତି । ଭିଡ଼ିଓରେ ତାଙ୍କୁ କହୁଥିବାର ଶୁଣିବାକୁ ମିଳୁଛି, ‘ରିଲ୍ ପାଇଁ ତୁମେ ଫସିଯିବ।‘ ବୈଭବଙ୍କ ଏହି ଭିଡିଓ ଧ୍ୟାନ ଆକର୍ଷଣ କରୁଛି ଏବଂ ସୋସିଆଲ ମିଡ଼ିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି ।
ବୈଭବ ଗୁରୁବାର ଏସିଆନ ଗେମ୍ସ ୨୦୨୬ରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ପୁରୁଷ କ୍ରିକେଟ ଟିମ ସହ ନୂଆ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ମୋଦୀଙ୍କୁ ଭେଟିବାର ଥିଲା। ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପାପାରାଜି ଟିମ ବୈଭବଙ୍କୁ ପୁରା ଘେରିଯାଇଥିଲା। ଆଉ ତାଙ୍କ ଫଟୋ ଉଠାଇବାକୁ ଲାଗିଲେ। ଫ୍ୟାନ୍ସମାନେ ଯେପରି ପଡ଼ିଆରେ ବୈଭବଙ୍କୁ ଖେଳୁଥିବା ଦେଖି ଉତ୍ସାହିତ, ସେହିପରି ପାପାରାଜିମାନେ ମଧ୍ୟ ବୈଭବଙ୍କ ଭଳି ଜଣେ ଷ୍ଟାରଙ୍କୁ କ୍ୟାମେରାରେ କଏଦ କରିବାକୁ ଚାହାଁନ୍ତି। ଏତିକିବେଳେ ରାଗିଯାଇ ବୈଭବ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ।
କିନ୍ତୁ ବୈଭବ ଫଟୋଗ୍ରାଫରଙ୍କୁ ନିରାଶ କରି ନଥିଲେ। ସେ ଏୟାରପୋର୍ଟରେ କଳା ରଙ୍ଗର ହୁଡି ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଥିଲେ। ସେତିକିବେଳେ ପାପାରାଜିଙ୍କୁ କହିଥିଲେ ଯେ, ଯେତେବେଳେ ଫଟୋ ନେଉଛ ସେତେବେଳେ ଆଖପାଖରେ ଯାଉଥିବା ଲୋକ ଏବଂ ଗାଡ଼ି ପ୍ରତି ଧ୍ୟାନ ରଖ। ନଚେତ କେତେବେଳେ ବଡ଼ ବିପଦ ନଘଟିବ ତାହା କିଏ କହିବ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ 2026 ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳକୁ ଭେଟି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବ ବୟସରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ସେ କହିଥିଲେ ଯେ ଏସୀୟ କ୍ରୀଡାରେ ଭାରତର ଅନେକ ଖେଳାଳି 15 ରୁ 17 ବର୍ଷ ବୟସର ଥିଲେ, ଯେଉଁମାନେ ଦେଶ ପାଇଁ ସମ୍ମାନ ଆଣିଥିଲେ ଏବଂ ନିଜ ପ୍ରଦର୍ଶନ ଦ୍ୱାରା ଲୋକଙ୍କ ହୃଦୟ ଜିତିଥିଲେ। ପ୍ରଧାନମନ୍ତ୍ରୀଙ୍କ କଥା ଶୁଣି ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ହସିଥିଲେ।
ବୈଭବ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡରେ ଅଛନ୍ତି। ସେ ପ୍ରଥମ ଚାରୋଟି ମ୍ୟାଚରେ କେବଳ ବେଞ୍ଚରେ ବସିଥିଲେ । ବୈଭବଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇ ନାହିଁ । ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନିଂ କରିବାକୁ ସଞ୍ଜୁ ସାମସନଙ୍କୁ ପସନ୍ଦ କରାଯାଉଛି । ପଞ୍ଚମ ଏବଂ ଶେଷ ଟି-୨୦ ମ୍ୟାଚ୍ ୧୭ ଅକ୍ଟୋବରରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ସିରିଜ୍ ବର୍ତ୍ତମାନ ୨-୨ରେ ବରାବର ରହିଛି। ଶେଷ ମ୍ୟାଚ୍ ହିଁ ନିଷ୍ପତ୍ତି ନେବ ଯେ କେଉଁ ଦଳ ସିରିଜ୍ ଜିତିବ। ଫ୍ୟାନ୍ସମାନେ ଶେଷ ମ୍ୟାଚରେ ବୈଭବଙ୍କୁ ଆକ୍ସନରେ ଦେଖିବାକୁ ଆଶା କରିବେ।
🔴 VAIBHAV SURYAVANSHI GETS ANGRY ON PAPS 🤯 Vaibhav 🎙️: “Reels ke chakkar mein thok jaaoge tum!” 😭💀 https://t.co/Gj8wcKqO7Z
— Sam (@cricsam02) October 15, 2026
ବୈଭବ ଗୁରୁବାର ଏସିଆନ ଗେମ୍ସ ୨୦୨୬ରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ପୁରୁଷ କ୍ରିକେଟ ଟିମ ସହ ନୂଆ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ମୋଦୀଙ୍କୁ ଭେଟିବାର ଥିଲା। ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପାପାରାଜି ଟିମ ବୈଭବଙ୍କୁ ପୁରା ଘେରିଯାଇଥିଲା। ଆଉ ତାଙ୍କ ଫଟୋ ଉଠାଇବାକୁ ଲାଗିଲେ। ଫ୍ୟାନ୍ସମାନେ ଯେପରି ପଡ଼ିଆରେ ବୈଭବଙ୍କୁ ଖେଳୁଥିବା ଦେଖି ଉତ୍ସାହିତ, ସେହିପରି ପାପାରାଜିମାନେ ମଧ୍ୟ ବୈଭବଙ୍କ ଭଳି ଜଣେ ଷ୍ଟାରଙ୍କୁ କ୍ୟାମେରାରେ କଏଦ କରିବାକୁ ଚାହାଁନ୍ତି। ଏତିକିବେଳେ ରାଗିଯାଇ ବୈଭବ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ।
କିନ୍ତୁ ବୈଭବ ଫଟୋଗ୍ରାଫରଙ୍କୁ ନିରାଶ କରି ନଥିଲେ। ସେ ଏୟାରପୋର୍ଟରେ କଳା ରଙ୍ଗର ହୁଡି ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଥିଲେ। ସେତିକିବେଳେ ପାପାରାଜିଙ୍କୁ କହିଥିଲେ ଯେ, ଯେତେବେଳେ ଫଟୋ ନେଉଛ ସେତେବେଳେ ଆଖପାଖରେ ଯାଉଥିବା ଲୋକ ଏବଂ ଗାଡ଼ି ପ୍ରତି ଧ୍ୟାନ ରଖ। ନଚେତ କେତେବେଳେ ବଡ଼ ବିପଦ ନଘଟିବ ତାହା କିଏ କହିବ?
- ପ୍ରଧାନମନ୍ତ୍ରୀ ମୋଦୀ ବୈଭବଙ୍କ ବିଷୟରେ ଏମିତି କହିଲେ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ 2026 ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳକୁ ଭେଟି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବ ବୟସରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ସେ କହିଥିଲେ ଯେ ଏସୀୟ କ୍ରୀଡାରେ ଭାରତର ଅନେକ ଖେଳାଳି 15 ରୁ 17 ବର୍ଷ ବୟସର ଥିଲେ, ଯେଉଁମାନେ ଦେଶ ପାଇଁ ସମ୍ମାନ ଆଣିଥିଲେ ଏବଂ ନିଜ ପ୍ରଦର୍ଶନ ଦ୍ୱାରା ଲୋକଙ୍କ ହୃଦୟ ଜିତିଥିଲେ। ପ୍ରଧାନମନ୍ତ୍ରୀଙ୍କ କଥା ଶୁଣି ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ହସିଥିଲେ।
ବୈଭବ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡରେ ଅଛନ୍ତି। ସେ ପ୍ରଥମ ଚାରୋଟି ମ୍ୟାଚରେ କେବଳ ବେଞ୍ଚରେ ବସିଥିଲେ । ବୈଭବଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇ ନାହିଁ । ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନିଂ କରିବାକୁ ସଞ୍ଜୁ ସାମସନଙ୍କୁ ପସନ୍ଦ କରାଯାଉଛି । ପଞ୍ଚମ ଏବଂ ଶେଷ ଟି-୨୦ ମ୍ୟାଚ୍ ୧୭ ଅକ୍ଟୋବରରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ସିରିଜ୍ ବର୍ତ୍ତମାନ ୨-୨ରେ ବରାବର ରହିଛି। ଶେଷ ମ୍ୟାଚ୍ ହିଁ ନିଷ୍ପତ୍ତି ନେବ ଯେ କେଉଁ ଦଳ ସିରିଜ୍ ଜିତିବ। ଫ୍ୟାନ୍ସମାନେ ଶେଷ ମ୍ୟାଚରେ ବୈଭବଙ୍କୁ ଆକ୍ସନରେ ଦେଖିବାକୁ ଆଶା କରିବେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories