Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket Controversy / ନେଟରେ ବୈଭବଙ୍କ ବଡ଼ ବଡ଼ ସଟ ଦେଖି ଛାନିଆ ହେଲା ବିସିସିଆଇ…ବୈଭବ ସତରେ ବିସ୍ମୟ

Ritu Das
Browse all articles by Ritu Das
·2 weeks ago·2 min read
ନେଟରେ ବୈଭବଙ୍କ ବଡ଼ ବଡ଼ ସଟ ଦେଖି ଛାନିଆ ହେଲା ବିସିସିଆଇ…ବୈଭବ ସତରେ ବିସ୍ମୟ
Cricket

Key Points

ମୁକାବିଲା ପୂର୍ବରୁ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି ବୈଭବ
ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି
ଆୟରଲ୍ୟାଣ୍ଡ ଗସ୍ତ ସମୟରେ ଯୁବ ଭାରତୀୟ ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳ ପାଇଁ ମନୋନୀତ କରାଯାଇଛି ଏବଂ ଏହି ଗସ୍ତରେ ସେ ଡେବ୍ୟୁ କରିବେ ବୋଲି ଆଶା କରାଯାଉଛି। ଟୁର୍ଣ୍ଣାମେଣ୍ଟକୁ ନେଇ ଉତ୍ସାହିତ ଅଛନ୍ତି କ୍ରିକେଟ୍ ଫ୍ୟାନ୍ସ । କାରଣ ପଦାର୍ପଣ କରିବାକୁ ଯାଉଛନ୍ତି୧୫ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଚୂଡାନ୍ତ ତାଲିକା ପ୍ରକାଶ ହୋଇନଥିଲେ ବି ସେ ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି । ତେବେ ମୁକାବିଲା ପୂର୍ବରୁ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି ବୈଭବ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।


ରିପୋର୍ଟ ଅନୁସାରେ, ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ବୈଭବ ନେଟ୍ସରେ ପ୍ରାକ୍ଟିସ କରୁଥିବା ନଜର ଆସିଛନ୍ତି । ତାଙ୍କ ସହ ଅନ୍ୟ ସିନିୟର ଖେଳାଳି ମଧ୍ୟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ବିସିସିଆଇ ଭିଡିଓଟିର କ୍ୟାପସନରେ ଲେଖିଛନ୍ତି, "ଏକ ସ୍ୱତନ୍ତ୍ର ଡେବ୍ୟୁ। ଟିମ୍ ଇଣ୍ଡିଆ ନେଟ୍ସରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଥମ ଝଲକ ।" ନେଟ୍ସରେ, ବୈଭବ ସମ୍ପୂର୍ଣ୍ଣ ଏକାଗ୍ରତା ସହ ବ୍ୟାଟିଂ କରୁଥିବା ଦେଖାଯାଇଥିଲା। ଅଭ୍ୟାସ ସମୟରେ ଅର୍ଶଦୀପ ସିଂ , ଓ୍ବାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ତିଲକ ବର୍ମାଙ୍କ ଭଳି ବଡ଼ ପ୍ଲେୟରଙ୍କ ବିପକ୍ଷରେ ବଡ଼ ସଟ ଖେଳିବାକୁ ଆଦୌ ସଙ୍କୋଚ କରୁ ନାହାନ୍ତି। ସମସ୍ତଙ୍କ ବଲକୁ ସେ ବଡ ବଡ ସଟ୍ ମାରିଚାଲିଛନ୍ତି। ଯାହାକୁ ଦେଖି ବିସିସିଆଇ ଛାନିଆ ହୋଇଯାଇଛି ।

ଏହାସହ ପଢ଼ନ୍ତୁ... ବୈଭବଙ୍କୁ ନେଇ ଆୟରଲ୍ୟାଣ୍ଡ ଅଧିନାୟକଙ୍କ ବଡ଼ ବୟାନ….୧୫ ବର୍ଷୀୟ ଷ୍ଟାରଙ୍କ ଡେବ୍ୟୁକୁ ନେଇ କହିଦେଲେ ଏମିତି

ଭାରତୀୟ ସିନିୟର ଦଳରେ ଅଭ୍ୟାସ କରିବା ବୈଭବଙ୍କ ପାଇଁ ନିଶ୍ଚୟ ଭାବେ ବଡ କଥା । ତାଙ୍କ କ୍ୟାରିୟରର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ । ସେ ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି । ନିକଟରେ ଶ୍ରୀଲଙ୍କା ଏ ବିପକ୍ଷ ଫାଇନାଲରେ ତାଙ୍କ ବ୍ୟାଟରୁ୨୯ବଲରୁ୯୪ରନ୍ ବାହାରିଥିଲା । ଏହା ପୂର୍ବରୁ ଆଇପିଏଲରେ ସେ୭୭୬ ରନ୍ ହାସଲ କରି ଅରେଞ୍ଜ୍ କ୍ୟାପ୍ ଜିତିଥିଲେ ।
ସୂଚନାଯୋଗ୍ୟ, ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଜୁନ୨୬ରୁ୨୮ମଧ୍ୟରେ ଆୟାରଲ୍ୟାଣ୍ଡ ବିପକ୍ଷରେ ଟି୨୦ସିରିଜ୍ ଖେଳିବ । ଚୂଡାନ୍ତ ଏକାଦଶରେ କାହାକୁ ସୁଯୋଗ ମିଳିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ବୈଭବଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ଯଦି ତାଙ୍କୁ ସୁଯୋଗ ମିଳେ ତାହାରେ ନୂଆ ରେକର୍ଡ ପ୍ରତିଷ୍ଠା ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Suryavanshi Stuns Everyone With Massive Hits In Nets | Argus News