Videos
|
Sports

Cricket News / ବୈଭବଙ୍କ ପରେ ଏବେ ଭାଇ ଆଶୀର୍ବାଦଙ୍କ ଜଲୱା, ଭାଇରାଲ୍ ହେଲା ହୋଟେଲ ଫଟୋ

Ritu Das
Browse all articles by Ritu Das
·52 mins ago·2 min read
ବୈଭବଙ୍କ ପରେ ଏବେ ଭାଇ ଆଶୀର୍ବାଦଙ୍କ ଜଲୱା, ଭାଇରାଲ୍ ହେଲା ହୋଟେଲ ଫଟୋ
Cricket

Key Points

ବୈଭବଙ୍କ ପରେ ଏବେ ଚର୍ଚ୍ଚାରେ ସାନ ଭାଇ ଆଶୀର୍ବାଦ ସୂର୍ଯ୍ୟବଂଶୀ
ଭାଇଙ୍କ ଭଳି ଭାରତୀୟ ଟିମରେ ଖେଳିବା ତାଙ୍କ ସ୍ୱପ୍ନ
ପଟନାର ଲକଜରୀ ହୋଟେଲରୁ ଆଶୀର୍ବାଦଙ୍କ ଫଟୋ ଭାଇରାଲ୍


ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ଏବେ କ୍ରିକେଟ ଜଗତରେ ହଇଚଇ କରିଛି। ଟିମ ଇଣ୍ଡିଆରେ ଏଣ୍ଟ୍ରିକୁ ନେଇ ଦୁଲୀପ ଟ୍ରଫି ପର୍ଯ୍ୟନ୍ତ ସବୁଠି ବୈଭବଙ୍କ ବ୍ୟାଟ ଗର୍ଜନ କରୁଛି। ବୈଭବଙ୍କ ପରେ କେଉଁ ଗୁଣରେ କମରେ ନାହାନ୍ତି ତାଙ୍କ ସାନ ଭାଇ। ଭାଇଙ୍କ ଭଳି ସେ ବି ଭାରତୀୟ ଟିମରେ ଖେଳିବାକୁ ଇଚ୍ଛା ରଖିଛନ୍ତି। ଏବେ ତାଙ୍କ ସାନ ଭାଇ ଆଶୀର୍ବାଦ ସୂର୍ଯ୍ୟବଂଶୀ ବି କମ ନୁହଁନ୍ତି। ତାଙ୍କ ନାଁ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ଅଛି। ଆଜି ତାଙ୍କ ନାଁ ଚର୍ଚ୍ଚା କରିବାର କାରଣ ହେଉଛି ହୋଟେଲରେ ଉଠାଇଥିବା ଏକ ଫଟୋ।

ଆଶୀର୍ବାଦ ବୁଧବାରଦିନ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଥିଲେ। ଯେଉଁଥିରେ ସେ ପଟନାର ତାଜ ସିଟି ସେଣ୍ଟର ହୋଟେଲରେ ଥିବା ନଜର ଆସିଛନ୍ତି। ଫଟୋରେ ସେ ହୋଟେଲର ରୁମରୁ ନେଇ କରିଡର ପର୍ଯ୍ୟନ୍ତ, ସ୍ବିମିଂ ପୁଲ ଏବଂ ଜିମର ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକ ସାମ୍ନାକୁ ଆସିବାପରେ ସୋସିଆଲ ମିଡିଆରେ ଖୁବ ଦ୍ରୂତ ଗତିରେ ଭାଇରାଲ ହେବାକୁ ଲାଗିଲା ।

ଆଶୀର୍ବାଦ ପଟନାର ଏକ ଲକଜରିୟସ ହୋଟେଲରେ ସମୟ ଅତିବାହିତ କରିବାକୁ ଏକାକୀ ଯାଇଥିଲେ। ସେ ହୋଟେଲରେ ଥିବା ସୁନ୍ଦର ସୁନ୍ଦର ରୁମ ଏବଂ କର୍ଣ୍ଣରକୁ ଯାଇ ଫଟୋ ଗୁଡ଼ିକ ନିଜ ସୋସିଆଲ ମିଡିଆ ପେଜରେ ଶେୟାର କରିଥିଲେ। କେତେବେଳେ ହୋଟେଲ ରୁମ ତ ଆଉ କେତେବେଳେ କରିଡର ଡିଫରେଣ୍ଟ ଆଙ୍ଗେଲର ଫଟୋ ଉଠାଇ ଅଲଗା ଅନ୍ଦାଜରେ ନଜର ଆସିଲେ ଆଶୀର୍ବାଦ।
ଆଶୀର୍ବାଦଙ୍କ ଏହି ଫଟୋ ଗୁଡ଼ିକ ସହ ମୋବାଇଲ ବି ଫ୍ୟାନ୍ସଙ୍କ ମନ କିଣିଛି। ତାଙ୍କ ହାତରେ APPLE 17 PRO MAX ନଜର ଆସିଛି। ଏହି ଫୋନର ମୂଲ୍ୟ ପ୍ରାୟ ଦେଢ ଲକ୍ଷ। ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ ଖୁବ ଅଧିକ। ତାଙ୍କ ପେଜରେ କ୍ରିକେଟକୁ ନେଇ ବହୁତ ସାରା ଫଟୋ ଶେୟାର କରୁଥିବାରୁ ଲୋକ ଏହି ଫଟୋ ଗୁଡ଼ିକ ପସନ୍ଦ କରନ୍ତି।

  • ବୈଭବଙ୍କ ଜଲଓ୍ବା ଚାରିଆଡ଼େ

ଆଶୀର୍ବାଦଙ୍କ ବଡ଼ ଭାଇ ବୈଭବ ସୂର୍ଯ୍ୟବଂଶୀଙ୍କ କଥା କହିବାକୁ ଗଲେ, ସେ ବର୍ତ୍ତମାନ କ୍ରିକେଟରେ ଖବରର ରହୁଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପାଇଁ ବୈଭବଙ୍କୁ ଟିମ୍ ଇଣ୍ଡିଆରେ ମନୋନୀତ କରାଯାଇଛି। ବୈଭବ ଦୁଲୀପ ଟ୍ରଫି ସେମିଫାଇନାଲରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସରେ ସେ ଚମତ୍କାର ୯୨ ରନ କରିଥିଲେ। ଦ୍ୱିତୀୟ ଇନିଂସରେ ସେ କେବଳ ୪୦ ରନ କରିପାରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଶୀର୍ବାଦ କେବଳ ସୋସିଆଲ ମିଡିଆରେ ସକ୍ରିୟ ନୁହଁନ୍ତି, ସେ କ୍ରିକେଟରେ ତାଙ୍କ ବଡ଼ ଭାଇ ବୈଭବଙ୍କୁ ଅନୁସରଣ କରନ୍ତି। ଆଶୀର୍ବାଦ ସମସ୍ତିପୁରରେ ଲୋକାଲ ଲେବଲରେ କ୍ରିକେଟ ଖେଳନ୍ତି ଏହାସହ କ୍ରିକେଟ ଦୁନିଆରେ ନିଜ ଭାଇ ଭଳି ନାଁ କମବୟସରୁ କରିବାକୁ ଚାହୁଁଛନ୍ତି। ବୈଭବଙ୍କ ଟିମ ଯେମିତି ଇଣ୍ଡିଆ ଟିମ ପର୍ଯ୍ୟନ୍ତ ପହଞ୍ଚିପାରିଲେ ସେହିପରି ତାଙ୍କ ସାନ ଭାଇଙ୍କ ଉପରେ ପୂରା ଦେଶବାସୀ ଆଶା ରଖିଛନ୍ତି ସେ ଜଣେ ଭଲ କ୍ରିକେଟର ହୋଇ ବାହାରନ୍ତୁ ଆଉ ଇଣ୍ଡିଆ ଟିମରେ ନିଜର ନାଁ ଉଜ୍ବଳ କରନ୍ତୁ।