Videos
|
Sports

Vaibhav Double Century / ବୈଭବଙ୍କ ବିସ୍ଫୋରକ ଦ୍ୱିଶତକ… UAEକୁ ଧୂଳି ଚଟାଇ ସେମିଫାଇନାଲରେ ଟିମ୍ ଇଣ୍ଡିଆ

Ritu Das
Browse all articles by Ritu Das
·48 mins ago·2 min read
ବୈଭବଙ୍କ ବିସ୍ଫୋରକ ଦ୍ୱିଶତକ… UAEକୁ ଧୂଳି ଚଟାଇ ସେମିଫାଇନାଲରେ ଟିମ୍ ଇଣ୍ଡିଆ
Cricket

Key Points

ବୈଭବଙ୍କ ମାଡ଼ରେ UAE ଧ୍ବଂସ
୨୮ ଛକା, ୨୦୪ ରନ୍… ବୈଭବଙ୍କ ବିଶ୍ୱ ରେକର୍ଡ, ମାତ୍ର ୧୪ ଓଭରରେ ଜିତିଲା ଭାରତ


ୟୁଏଇ: ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର ୨୦୨୬ରେ ଇଣ୍ଡିଆ-Aର ମୁକାବିଲା UAE ସହିତ ଥିଲା। ମଙ୍ଗଳବାର ନଭେମ୍ବର ୨୪ ତାରିଖରେ ଦୋହା ବିଶ୍ବ ବିଦ୍ୟାଳୟର ଟେକ୍ନୋଲୋଜି ଗ୍ରାଉଣ୍ଡରେ ଆୟୋଜିତ ମ୍ୟାଚରେ ଭାରତ-ଏ ୭ ଓ୍ବିକେଟରେ ଦମଦାର ବିଜୟ ହାସଲ କରିଛି। ୟୁଏଇ ଇଣ୍ଡିଆ-ଏକୁ ୨୫୦ ରନର ଟାର୍ଗେଟ ଦେଇଥିଲା। ଯାହାକୁ ଭାରତ ୫୦ ଓଭର ନୁହେଁ ୧୪.୨ ଓଭରରେ ହିଁ ବିଜୟ ହାସଲ କରିନେଲା।
ଇଣ୍ଡିଆ-Aର ବିଜୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବୈଭବ ପୁରା ମ୍ୟାଚରେ ୨୮ ଛକା ଏବଂ ୭ ଚଉକାର ସହାୟତାରେ ୫୩ ବଲରେ ୨୦୪ ରନର ପାଳି ଖେଳିଛନ୍ତି। ବୈଭବଙ୍କ ଏହି ଜବରଦସ୍ତ ଇନିଂସ ପାଇଁ ଭାରତୀୟ ଟିମ ବଡ଼ ବିଜୟ ହାସଲ କରିଛି। ଇଣ୍ଡିଆ-A ଗ୍ରୁପ-Aର ପ୍ରଥମ ମୁକାବିଲାରେ ନେପାଳକୁ ୩୦୬ ରନରେ ପରାସ୍ତ କରିଥିଲା। କିନ୍ତୁ ଦ୍ବିତୀୟ ମୁକାବିଲାରେ ପାକିସ୍ତାନ-A ସହିତ ମ୍ୟାଚରେ ଭାରତକୁ ୪୮ ରନରେ ଲଜ୍ଜାଜନକ ପରାଜୟବରଣ କରିବାକୁ ପଡ଼ିଥିଲା।

ରନଚେଜରେ ଭାରତୀୟ ଟିମର ଆରମ୍ଭ ଧମାକେଦାର ଥିଲା। ବୈଭବ ସୂର୍ଯ୍ୟବଂଶୀ ଏବଂ ଅଭିଷେକ ଶର୍ମା ଓପନିଂ ଯୋଡ଼ି ଭାବେ ଆସି ୩.୩ ଓଭରରେ ୬୮ ରନର ଦମଦାର ପାଳି ଖେଳିଥିଲେ। ଏହି ଅବସରରେ ବୈଭବ ୮ ଛକା ଏବଂ ଗୋଟିଏ ଚଉକା ସହାୟତାରେ ପ୍ରଥମ ଅର୍ଦ୍ଧଶତକ କରିଥିଲେ। ଇବରାର ଅହମ୍ମଦ ଅଭିଷେକ ଶର୍ମାଙ୍କୁ ୧୨ ରନରେ ଆଉଟ କରିଥିଲେ। ଯାହାପରେ ବଡ଼େମିଆଁ ଆଉ ଛୋଟେ ମିଆଁଙ୍କ ପାର୍ଟନରସିପ ଭାଙ୍ଗିଯାଇଥିଲା। ଏହାପରେ ପ୍ରଭଶିମରନଙ୍କ ଓ୍ବିକେଟ ବି ଖସିଯାଇଥିଲା।

କିନ୍ତୁ ଏକୁଟିଆ ବୈଭବ ୨୮ ରନରେ ବିଶାଳ ଶତକ କରିଥିଲେ। ଲିଷ୍ଟ-A କ୍ରିକେଟରେ ଏହା ଥିଲା ସବୁଠାରୁ ଦ୍ରୁତତମ ଶତକ। ଏହାପରେ ବୈଭବ ଆଉ ଅଟକି ନଥିଲେ। ୪୦ ରନରେ ୧୫୦ ରନର ପାଳି ଖେଳିଥିଲେ। ଏହାପରେ ୫୨ ବଲରେ ଦ୍ବିଶତକ କରିଥିଲେ। ଏହି ବିଜୟ ସହ ଇଣ୍ଡିଆ-ଏ ସେମିଫାଇନାଲରେ ନିଜର ସ୍ଥାନ ଅକ୍ତିଆର କରିଛି।

ଆଜି ଇଣ୍ଡିଆ-A ମୁକାବିଲାରେ ଭାରତ ପ୍ଲେଇଂ ୧୧ରେ ତିନୋଟି ପରିବର୍ତ୍ତନ କରିଥିଲା। ଆୟୂଷ ବଦୋନୀ, ବିପ୍ରଜ ନିଗମ, ଏବଂ ପ୍ରିନ୍ସ ଯାଦବଙ୍କୁ ସୁଯୋଗ ମିଳିନଥିଲା। ପ୍ରଭସିମରନ ସିଂହ, ହର୍ଷ ଦୁବେ ଏବଂ ଅରଶଦ ଖାନଙ୍କୁ ଏଣ୍ଟ୍ରି ମିଳିଥିଲା।




Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: