Vaibhav Suryavanshi / ଦୁଲୀପ ଟ୍ରଫିରେ ବୈଭବଙ୍କ ରନ୍ ବର୍ଷା; ଭାଙ୍ଗିଲେ ୫୭ ବର୍ଷର ମହାରେକର୍ଡ
·1 hour ago·2 min read

Key Points
ବେଙ୍ଗାଲୁରୁରେ ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷରେ ବୈଭବ ମାତ୍ର ୪୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଥିସହ ୫୭ ବର୍ଷର ମହାରେକର୍ଡ ଭାଙ୍ଗିଛନ୍ତି ବୈଭବ ।
ବେଙ୍ଗାଲୁରୁ: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ୍ରେ ସେଣ୍ଟ୍ରାଲ୍ ଜୋନ୍ର ସାମ୍ନା କରୁଛି ଇଷ୍ଟ ଜୋନ୍ । ଇଷ୍ଟ ଜୋନ୍ରୁ ଖେଳୁଥିବା ଯୁବ ବ୍ୟାଟର୍ ବୈଭବ ପୁଣି ଥରେ ଧୂଆଁଧାର ବ୍ୟାଟିଂ କରିଛନ୍ତି । ବେଙ୍ଗାଲୁରୁରେ ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷରେ ବୈଭବ ମାତ୍ର ୪୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଏଥିସହ ୫୭ ବର୍ଷର ମହାରେକର୍ଡ ଭାଙ୍ଗିଛନ୍ତି ବୈଭବ ।
ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକ ହାସଲ କରିବା ସହ ଦୁଲୀପ ଟ୍ରଫିର ଇତିହାସରେ ସବୁଠୁ କମ୍ ବୟସ୍କର ଖେଳାଳି ଭାବେ ରେକର୍ଡ ବୁକ୍ରେ ନିଜ ନାଁ ଲେଖିଛନ୍ତି । ଛକା ମାରି ବୈଭବ ଅର୍ଦ୍ଧଶତକ ହାସଲ କରିବା ସହ ଦୁଲୀପ ଟ୍ରଫିରେ ଛାଇ ଯାଇଛନ୍ତି ।
ଏଥିସହ ପଢ଼ନ୍ତୁ: ଅନ୍ତର୍ଜାତୀୟ କ୍ରିକେଟ୍ରେ 10,756 ରନ୍ କଲେ ସ୍ମୃତି: ହୋଇଗଲେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର
ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀ ମୋଟ ୮୧ଟି ବଲ୍ର ସମ୍ମୁଖୀନ ହୋଇ ବଲ୍ଠୁ ଅଧିକ ରନ୍ କରିଛନ୍ତି । ଏହି ପାଳିରେ ବୈଭବ ମୋଟ ୯୨ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୭ଟି ଛକା ଓ ୭ଟି ଚଉକା ସାମିଲ୍ ରହିଛି ।
ଦୁଲୀପ ଟ୍ରଫିରେ କମ୍ ବୟସରେ ଅର୍ଦ୍ଧଶତକ
ବୈଭବ ସୂର୍ଯ୍ୟବଂଶୀ- ୧୫ ବର୍ଷ ୧୭୫ ଦିନ
ଲକ୍ଷ୍ମଣ ସିଂହ (୧୯୬୯)- ୧୬ ବର୍ଷ ୨୩ ଦିନ
ପୀୟୂଷ ଚାୱଲା (୨୦୨୫)- ୧୬ ବର୍ଷ ୩୦୭ ଦିନ
ବୈଭବ ବଡ଼ ବଡ଼ ସଟ୍ ଖେଳୁଥିବା ବେଳେ ହର୍ଷ ଦୁବେଙ୍କ ବଲ୍ରେ ଅରଶଦ ଖାନଙ୍କ ଦ୍ଵାରା କ୍ୟାଚ୍ ଆଉଟ୍ ହୋଇଛନ୍ତି । ଦ୍ଵିତୀୟ ଦିନର ମଧ୍ୟାହ୍ନ ବିରତି ସୁଦ୍ଧା ଇଷ୍ଟ ଜୋନ୍ ପ୍ରଥମ ପାଳିରେ ୨ ୱିକେଟ୍ ହରାଇ ୧୮୩ ରନ୍ କରିବାରେ ସକ୍ଷମ ହୋଇଛି ।
ଏଥିସହ ପଢ଼ନ୍ତୁ: ମହମ୍ମଦ ଶାମିଙ୍କ ଐତିହାସିକ ସଫଳତା, ପୂରଣ କଲେ ୯୦୦ ୱିକେଟ୍
ଏହା ପୂର୍ବରୁ ସେଣ୍ଟ୍ରାଲ୍ ଜୋନ୍ ଉପରେ ଭାରି ପଡ଼ିଥିଲା ଇଷ୍ଟ ଜୋନ୍ । ସେଣ୍ଟ୍ରାଲ୍ ଜୋନ୍ ପ୍ରଥମ ପାଳିରେ ୨୬୬ ରନ୍ରେ ଅଲଆଉଟ୍ ହୋଇଛି । ସେଣ୍ଟ୍ରାଲ୍ ଜୋନ୍ ପକ୍ଷରୁ ରିଙ୍କୁ ସିଂହ ଅର୍ଦ୍ଧଶତକ କରିଛନ୍ତି । ୮୮ ବଲ୍ରେ ୬୦ ରନ୍ ସ୍କୋର କରିଛନ୍ତି ରିଙ୍କୁ ।
ତେବେ ଏହି ପାଳିରେ ରିଙ୍କୁଙ୍କୁ ଅନ୍ୟ ଖେଳାଳିଙ୍କ ସାଥ୍ ମିଳି ନଥିଲା । ଆର୍ଯ୍ଯନ ଜୁଆଲ୍ ୪୬ ରନ୍ କରିଥିବା ବେଳେ ଇଷ୍ଟ ଜୋନ୍ ପକ୍ଷରୁ ମୁକେଶ କୁମାର ଓ ଅଭିଜିତ ସରକାର ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ମହମ୍ମଦ ଶାମି ଓ ମହମ୍ମଦ କୁରେଶି ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଛନ୍ତି ।

100-run stand 🙌
— BCCI Domestic (@BCCIdomestic) August 31, 2026
Vaibhav Sooryavanshi and Abhimanyu Easwaran with a solid opening stand so far 🤝
Scorecard ▶️ https://t.co/kyExeix2VY pic.twitter.com/7eVSb3iuPU
ଦୁଲୀପ ଟ୍ରଫିରେ କମ୍ ବୟସରେ ଅର୍ଦ୍ଧଶତକ
ବୈଭବ ସୂର୍ଯ୍ୟବଂଶୀ- ୧୫ ବର୍ଷ ୧୭୫ ଦିନ
ଲକ୍ଷ୍ମଣ ସିଂହ (୧୯୬୯)- ୧୬ ବର୍ଷ ୨୩ ଦିନ
ପୀୟୂଷ ଚାୱଲା (୨୦୨୫)- ୧୬ ବର୍ଷ ୩୦୭ ଦିନ
ବୈଭବ ବଡ଼ ବଡ଼ ସଟ୍ ଖେଳୁଥିବା ବେଳେ ହର୍ଷ ଦୁବେଙ୍କ ବଲ୍ରେ ଅରଶଦ ଖାନଙ୍କ ଦ୍ଵାରା କ୍ୟାଚ୍ ଆଉଟ୍ ହୋଇଛନ୍ତି । ଦ୍ଵିତୀୟ ଦିନର ମଧ୍ୟାହ୍ନ ବିରତି ସୁଦ୍ଧା ଇଷ୍ଟ ଜୋନ୍ ପ୍ରଥମ ପାଳିରେ ୨ ୱିକେଟ୍ ହରାଇ ୧୮୩ ରନ୍ କରିବାରେ ସକ୍ଷମ ହୋଇଛି ।
ଏଥିସହ ପଢ଼ନ୍ତୁ: ମହମ୍ମଦ ଶାମିଙ୍କ ଐତିହାସିକ ସଫଳତା, ପୂରଣ କଲେ ୯୦୦ ୱିକେଟ୍
ଏହା ପୂର୍ବରୁ ସେଣ୍ଟ୍ରାଲ୍ ଜୋନ୍ ଉପରେ ଭାରି ପଡ଼ିଥିଲା ଇଷ୍ଟ ଜୋନ୍ । ସେଣ୍ଟ୍ରାଲ୍ ଜୋନ୍ ପ୍ରଥମ ପାଳିରେ ୨୬୬ ରନ୍ରେ ଅଲଆଉଟ୍ ହୋଇଛି । ସେଣ୍ଟ୍ରାଲ୍ ଜୋନ୍ ପକ୍ଷରୁ ରିଙ୍କୁ ସିଂହ ଅର୍ଦ୍ଧଶତକ କରିଛନ୍ତି । ୮୮ ବଲ୍ରେ ୬୦ ରନ୍ ସ୍କୋର କରିଛନ୍ତି ରିଙ୍କୁ ।
ତେବେ ଏହି ପାଳିରେ ରିଙ୍କୁଙ୍କୁ ଅନ୍ୟ ଖେଳାଳିଙ୍କ ସାଥ୍ ମିଳି ନଥିଲା । ଆର୍ଯ୍ଯନ ଜୁଆଲ୍ ୪୬ ରନ୍ କରିଥିବା ବେଳେ ଇଷ୍ଟ ଜୋନ୍ ପକ୍ଷରୁ ମୁକେଶ କୁମାର ଓ ଅଭିଜିତ ସରକାର ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି । ମହମ୍ମଦ ଶାମି ଓ ମହମ୍ମଦ କୁରେଶି ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories