Videos
|
Sports

Suryavanshi Emotional Post / ଚାରିଟି ମ୍ୟାଚରେ ଖେଳିନପାରିବା ପରେ ଭାଙ୍ଗିଲା ବୈଭବ ସୂର୍ଯ୍ୟବଂଶୀଙ୍କ ହୃଦୟ…ଅନ୍ତିମ ଟି-୨୦ ପୂର୍ବରୁ କଲେ ଏମିତି ପୋଷ୍ଟ...

Ritu Das
Browse all articles by Ritu Das
·1 hour ago·2 min read
ଚାରିଟି ମ୍ୟାଚରେ ଖେଳିନପାରିବା ପରେ ଭାଙ୍ଗିଲା ବୈଭବ ସୂର୍ଯ୍ୟବଂଶୀଙ୍କ ହୃଦୟ…ଅନ୍ତିମ ଟି-୨୦ ପୂର୍ବରୁ କଲେ ଏମିତି ପୋଷ୍ଟ...
Cricket

Key Points

୪ଟି ମ୍ୟାଚ ନଖେଳିବାରେ ଭାଙ୍ଗିଲା ବୈଭବ ସୂର୍ଯ୍ୟବଂଶୀଙ୍କ ହୃଦୟ
୪ଟି ମ୍ୟାଚ ନଖେଳିବାରେ ଭାଙ୍ଗିଲା ବୈଭବ ସୂର୍ଯ୍ୟବଂଶୀଙ୍କ ହୃଦୟ। ମ୍ୟାଚ ପୂର୍ବରୁ ଏମିତି ପୋଷ୍ଟ କଲେ ଯେ, ସମସ୍ତେ ଚକିତ। ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍ ଜଗତରେ ନିଜର ପରିଚୟ ସୃଷ୍ଟି କରିଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ଚର୍ଚ୍ଚାରେ। କିନ୍ତୁ ଏଥର ତାଙ୍କ ବ୍ୟାଟିଂ ପାଇଁ ନୁହେଁ, ବରଂ ତାଙ୍କର ଏକ କ୍ରିପ୍ଟିକ୍ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ରେ ଲଗାତାର ୪ଟି ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇନାହାନ୍ତି ବୈଭବ। ଦଳରେ ରହି ମଧ୍ୟ ପଡ଼ିଆକୁ ଓହ୍ଲାଇବାର ସୁଯୋଗ ନମିଳିବା ତାଙ୍କୁ ନିରାଶ କରିଛି। ଗତ ଟି-୨୦ ମ୍ୟାଚ୍‌ରେ ତାଙ୍କୁ ପାଣି ପିଆଇବା କାମ ଦିଆଗଲା। ସିରିଜର ଶେଷ ଓ ନିର୍ଣ୍ଣାୟକ ମୁକାବିଲାରେ ମଧ୍ୟ ଆଶା କମ୍ ରହିଛି ଯେ, ତାଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ମିଳିବ।



ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ପୂର୍ବରୁ ବୈଭବ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ‘ମୋର ଏବେ ବି ବିଶ୍ୱାସ ଅଛି।’। ଏହି ଦୁଇ ଶବ୍ଦର ପୋଷ୍ଟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହି ପୋଷ୍ଟ ପଛରେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ, ସେନେଇ ବୈଭବ କିଛି ସ୍ପଷ୍ଟ କରିନାହାନ୍ତି।

ବୈଭବଙ୍କୁ ଦଳରେ ସ୍ଥାନ ନମିଳିବାର ଏକ ପ୍ରମୁଖ କାରଣ ହେଉଛି ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ୍‌ଙ୍କ ଓପନିଂ ଯୋଡ଼ି। ଅଭିଷେକ ଓ ସଞ୍ଜୁ ଏହି ସିରିଜ୍‌ରେ ଟିମ୍ ପାଇଁ ଭଲ ଓପନିଂ କରିଛନ୍ତି। ଏହି କାରଣରୁ ବୈଭବଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ମିଳିପାରିନି। ଏହି ଯୋଡ଼ି ଦଳକୁ ଭଲ ଆରମ୍ଭ ଦେଇଥିବାରୁ ଟିମ୍ ମ୍ୟାନେଜମେଣ୍ଟ ପରିବର୍ତ୍ତନ କରିବାକୁ ଆଗ୍ରହୀ ନଥିବା ଅନୁମାନ କରାଯାଉଛି। ଏହାର ପ୍ରଭାବ ବୈଭବଙ୍କ ଖେଳିବା ସୁଯୋଗ ଉପରେ ପଡ଼ିଛି। ତେବେ ଶେଷ ମ୍ୟାଚ୍‌ରେ ସେ ସୁଯୋଗ ପାଇବେ କି ନାହିଁ, ତାହା ଦଳର ଚୂଡ଼ାନ୍ତ ଏକାଦଶ ଘୋଷଣା ପରେ ହିଁ ସ୍ପଷ୍ଟ ହେବ।

ବୈଭବ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଭାରତୀୟ ଟିମ୍ ପାଇଁ ଟି-୨୦ ଡେବ୍ୟୁ କରିଥିଲେ। ବୈଭବଙ୍କୁ ସଞ୍ଜୁଙ୍କୁ ସ୍ଥାନରେ ନିଆଯାଇଥିଲା। ଏହାପରେ ସେ ପୁଣି ଜିମ୍ବାଓ୍ବେ ଗସ୍ତରେ ଗଲେ। ସେଠାରେ ଦମଦାର୍ ବ୍ୟାଟିଂ କରିଥିଲେ। ତେବେ ଯେତେବେଳେ ସଞ୍ଜୁ ସାମସନ୍ ଟିମ୍‌କୁ ଫେରିଥିଲେ ବୈଭବଙ୍କୁ ବାହାରେ ରହିବାକୁ ପଡିଥିଲା। ଆଗକୁ ଅକ୍ଟୋବର ୨୨ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ମଧ୍ୟ ବୈଭବ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। କିନ୍ତୁ ଅଭିଷେକ ଓ ସଞ୍ଜୁଙ୍କ ଫର୍ମକୁ ଦେଖିଲେ ତାଙ୍କୁ ଖେଳିବାର ସୁଯୋଗ ମିଳିବ କି ନାହିଁ, ସେନେଇ ଅନିଶ୍ଚିତତା ରହିଛି।
ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ଭାରତ ପାଇଁ ୮ଟି ଟି-୨୦ ମ୍ୟାଚ୍ ଖେଳି ୧୮୬.୩୬ ଷ୍ଟ୍ରାଇକ୍ ରେଟ୍‌ରେ ୨୪୬ ରନ୍ କରିଛନ୍ତି। ତାଙ୍କ ନାମରେ ରହିଛି ୨ଟି ଅର୍ଦ୍ଧଶତକ। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୮୧ ରନ୍। ଏହା ସହ ସେ ୧୮ଟି ଛକା ଓ ୨୨ଟି ଚୌକା ମାରିଛନ୍ତି।ଏବେ ସମସ୍ତଙ୍କ ନଜର ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଉପରେ। ଲଗାତାର ଚାରିଟି ମ୍ୟାଚ୍‌ରେ ଖେଳିନଥିବା ବସିଥିବା ବୈଭବଙ୍କୁ ଶେଷ ମ୍ୟାଚ୍‌ରେ ସୁଯୋଗ ମିଳିବ କି? ନା ତାଙ୍କୁ ପୁଣି ଅପେକ୍ଷା କରିବାକୁ ପଡ଼ିବ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: