|
logo
Live
Argus News App
GET APP

Argus News - ଭାରତୀୟ ଦଳରେ କେବେ ସାମିଲ୍ ହେବେ ବୈଭବ ସୂର୍ଯ୍ୟବଂଶୀ ? BCCIର ମାଷ୍ଟର ପ୍ଲାନ୍

Sports

Next Star of India / ଭାରତୀୟ ଦଳରେ କେବେ ସାମିଲ୍ ହେବେ ବୈଭବ ସୂର୍ଯ୍ୟବଂଶୀ ? BCCIର ମାଷ୍ଟର ପ୍ଲାନ୍

Sushanta Sahoo
Browse all articles by Sushanta Sahoo
·4 hours ago·2 min read
ଭାରତୀୟ ଦଳରେ କେବେ ସାମିଲ୍ ହେବେ ବୈଭବ ସୂର୍ଯ୍ୟବଂଶୀ ? BCCIର ମାଷ୍ଟର ପ୍ଲାନ୍
Future of Team India

Key Points

ବିସିସିଆଇର ନୂଆ ରଣନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ । ଯାହାଙ୍କୁ ଭାରତର ଭବିଷ୍ୟତର ଷ୍ଟାର୍ ଭାବେ ଦେଖା ଯାଉଛି ।
ମୁମ୍ବାଇ: ବିରାଟ କୋହଲି, ରୋହିତ ଶର୍ମା ଓ ଆର୍ ଅଶ୍ଵୀନଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଅବସର ସହ ଭାରତୀୟ ଟେଷ୍ଟ ଦଳ ଏକ ଆହ୍ଵାନର ସମ୍ମୁଖୀନ ହେଉଛି । ଅନ୍ୟପଟେ ବିସିସିଆଇ ରେଡ୍ ବଲ୍ କ୍ରିକେଟ୍‌କୁ ବ୍ୟବସ୍ଥିତ କରିବାକୁ ଅଣ୍ଟା ଭିଡ଼ିଛି । ଏଥିପାଇଁ ବିସିସିଆଇ କେବଳ ଫଳାଫଳ ନୁହେଁ ବରଂ ମୂଳଦୁଆ ସୁଦୃଢ଼ କରିବାକୁ ଚାହୁଁଛି । ଏହି ପ୍ରକ୍ରିୟାର ନେତୃତ୍ଵ ନେଉଛି ବେଙ୍ଗାଳୁରୁ ସ୍ଥିତ ବିସିସିଆଇ ସେଣ୍ଟର୍ ଅଫ୍ ଅକ୍ସିଲେନ୍ସ (COE) ।

ବିସିସିଆଇର ନୂଆ ରଣନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀ । ଯାହାଙ୍କୁ ଭାରତର ଭବିଷ୍ୟତର ଷ୍ଟାର୍ ଭାବେ ଦେଖା ଯାଉଛି । ବୈଭବଙ୍କ ୧୫ ବର୍ଷ ହୋଇଥିବା ବେଳେ ତାଙ୍କୁ ଭାରତୀୟ ଟିମ୍‌ରେ ସାମିଲ୍ କରିବାକୁ ଦାବି ହେଉଛି । ବୈଭବଙ୍କ ସହ ଆୟୁଷ ମହାତ୍ରେ ଓ ସମୀର ରିଜବୀଙ୍କ ଭଳି ଖେଳାଳି ଏହି ଯୋଜନାର ଅଂଶ ।

ଏଥିସହ ପଢ଼ନ୍ତୁ: ODI ବିଶ୍ୱକପ୍ ପାଇଁ ପାଣ୍ଡ୍ୟାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୧୦ ଓଭର ବୋଲିଂ ପାଇଁ ପ୍ରସ୍ତୁତି ଆରମ୍ଭ

୪ ଦିନିଆ ଟୁର୍ଣ୍ଣାମେଣ୍ଟ

ରିପୋର୍ଟ ଅନୁସାରେ, ବିସିସିଆଇ ଜୁନ୍-ଜୁଲାଇରେ ୪ଟି ଟିମ୍‌କୁ ନେଇ ୪ ଦିନିଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ୬୪ ଜଣ ଖେଳାଳି ଭାଗ ନେବେ । ସମସ୍ତ ଖେଳାଳିଙ୍କ ବୟସ ୨୫ ବର୍ଷରୁ କମ୍ ରହିବ ଏବଂ ଭିନ୍ନ ଭିନ୍ନ ପିଚ୍‌ରେ ମୁକାବିଲା ଖେଳାଯିବ । ଫଳରେ ସେମାନଙ୍କ କୌଶଳ, ଧୈର୍ଯ୍ୟ ଓ ସ୍ଥିତି ଅନୁସାରେ ଖାପ ଖୁଆଇବା କ୍ଷମତା ଜଣାପଡ଼ିବ ।

ଆଗାମୀ ୧୦ ବର୍ଷ ପାଇଁ ପ୍ରସ୍ତୁତି

ଏହି ଯୋଜନାର ଉଦ୍ଦେଶ୍ୟ କେବଳ ଟୁର୍ଣ୍ଣାମେଣ୍ଟ ନୁହେଁ । ବରଂ ଆଗାମୀ ୧୦ ବର୍ଷ ପାଇଁ ଟେଷ୍ଟ ଟିମ୍‌କୁ ମଜଭୁତ୍ କରିବା । ଚୟନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରାଯାଇଛି । ୨୫ ଖେଳାଳି ଜୁନିଅର କ୍ରିକେଟ୍ (କୁଚ୍ ବିହାର ଟ୍ରଫି, ସିକେ ନାଇଡୁ ଟ୍ରଫି)ରୁ ବଛା ଯିବେ । ରଣଜୀ ଓ ଘରୋଇ କ୍ରୀଡ଼ାରୁ ଆସିବେ । ଅବଶିଷ୍ଟ ଖେଳାଳି ଆଇପିଏଲ୍‌ରୁ ଚୟନ ହେବେ ।

ଏଥିସହ ପଢ଼ନ୍ତୁ: ଟେଷ୍ଟ କ୍ରିକେଟ୍‌ ପାଇଁ BCCI ର ସ୍ପେଶାଲ ପ୍ଲାନ୍‌, ଲକ୍ଷ୍ମଣଙ୍କୁ ଦିଆଯାଇଛି ଗୁରୁଦାୟିତ୍ବ

ସମଗ୍ର ପ୍ରକ୍ରିୟାରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରମୁଖ ଭୂମିକା ରହିବ । ଯାହା ବିସିସିଆଇର ଦୀର୍ଘକାଳୀନ ଯୋଜନାକୁ ଦର୍ଶାଉଛି । ଟୁର୍ଣ୍ଣାମେଣ୍ଟ ପ୍ରଦର୍ଶନ ଆଧାରରେ ଟିମ୍ ଚୟନ କରାଯିବ । ଆଇପିଏଲ୍‌ର ୧୯ ତମ ସଂସ୍କରଣ ସରୁ ସରୁ ଭାରତର ଅଣ୍ଡର-୧୯ ଦଳ ଶ୍ରୀଲଙ୍କା ଗସ୍ତରେ ଯିବ ।

ବିଗତ ଦେଢ଼ ବର୍ଷ ହେଲା ଭାରତ ଟେଷ୍ଟ କ୍ରିକେଟକୁ ନେଇ ଜୁଝୁଛି । ଲଗାତାର ୧୨ ବର୍ଷ ଧରି ହୋମ୍ ଗ୍ରାଉଣ୍ଡରେ ଅପରାଜେୟ ଥିବା ଭାରତ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ହାରିଥିଲା । ଯାହାପରେ ବିସିସିଆଇ ଆକ୍ସନ୍ ମୋଡକୁ ଆସିଛି । ଯଦି ବିସିସିଆଇର ଏହି ଯୋଜନା ସଫଳ ହୁଏ ତାହେଲେ ଆଗାମୀ ବର୍ଷରେ ଭାରତୀୟ ଟେଷ୍ଟ ଦଳକୁ ନୂଆ ପରିଚୟ ମିଳିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Next Star of India: ଭାରତୀୟ ଦଳରେ କେବେ ସାମିଲ୍ ହେବେ ବୈଭବ ସୂର୍ଯ୍ୟବଂଶୀ ? BCCIର ମାଷ୍ଟର ପ୍ଲାନ୍ | Argus News