Vaibhav Suryavanshi / କ୍ୟାଚ୍ ପରେ ପାଭଲିୟନ୍ ପଳାଇଥିଲେ ବୈଭବ, ପୁଣି ଡାକିଲେ ଅମ୍ପାୟର୍; ପଢ଼ନ୍ତୁ ବିବାଦର ପୂରା କାରଣ
·2 days ago·2 min read

Key Points
ବୈଭବଙ୍କୁ ନେଇ ପୁଣି ନୂଆ ଡ୍ରାମା । ଆଫଗାନିସ୍ତାନ ଏ ଓ ଭାରତ ଏ ମ୍ୟାଚ୍ରେ ଦେଖା ଦେଇଛି ନୂଆ ବିବାଦ । କ୍ୟାଚ୍ ପରେ କ୍ରିଜ୍ରୁ ବୈଭବ ଫେରିଥିବା ବେଳେ ଅମ୍ପାୟର୍ସ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ।
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖେଳା ଯାଉଥିବା ତ୍ରି-ପାକ୍ଷିକ ସିରିଜ୍ରେ ବୈଭବଙ୍କୁ ନେଇ ପୁଣି ନୂଆ ଡ୍ରାମା ଦେଖିବାକୁ ମିଳିଛି । ଡାମ୍ବୁଲା ଷ୍ଟାଡିୟମ୍ରେ ଆଫଗାନିସ୍ତାନ ଏ ଓ ଭାରତ ଏ ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତି ପ୍ରଥମେ ଆଫଗାନିସ୍ତାନ ବୋଲିଂ ନିଷ୍ପତ୍ତି ନେଇଛି । ଭାରତ ଏ ପକ୍ଷରୁ ଓପନିଂ କରିଛନ୍ତି ପ୍ରିୟାଂଶ ଆର୍ଯ୍ୟ ଓ ବୈଭବ ସୂର୍ଯ୍ୟବଂଶୀ ।
ଆଉ ଏହି ମ୍ୟାଚ୍ରେ ମୈଦାନରେ ଦେଖିବାକୁ ମିଳିଛି ଡ୍ରାମା । କ୍ୟାଚ୍ ପରେ କ୍ରିଜ୍ରୁ ବୈଭବ ଫେରିଥିବା ବେଳେ ଅମ୍ପାୟର୍ସ ଶୁଣାଇଛନ୍ତି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ବୈଭବଙ୍କ ସଟ୍କୁ କ୍ୟାଚ୍ ଭାବେ ତଳେ ପଡ଼ି ଧରିଥିଲେ ଆଫଗାନିସ୍ତାନର ଖେଳାଳି ପରିଦୁନ ।
ଏଥିସହ ପଢ଼ନ୍ତୁ: ପୁଣି ଫେଲ୍ ହେଲେ ବୈଭବ ସୂର୍ଯ୍ୟବଂଶୀ…ଟ୍ରାଇ-ସିରିଜରେ ତୃତୀୟ ଥର ବଡ଼ ସ୍କୋରରୁ ବଞ୍ଚିତ ହେଲେ
ବୈଭବଙ୍କୁ ମାତ୍ର ୩୬ ରନ୍ରେ କ୍ୟାଚ୍ ଆଉଟ୍ କରି ଆଫଗାନିସ୍ତାନ ଟିମ୍ ଖୁସି ମନାଇଥିଲା । ଲାଗୁଥଲା ବୈଭବଙ୍କ ପାଳି ଏଇଠି ସରିଗଲା । କ୍ରିଜ୍ରେ ଥିବା ଅମ୍ପାୟର୍ସ ଉକ୍ତ କ୍ୟାଚ୍ର ରିଭ୍ୟୁ ପାଇଁ ଥାର୍ଡ ଅମ୍ପାୟରଙ୍କୁ ଇସାରା କରିଥିଲେ ।
ଥାର୍ଡ ଅମ୍ପାୟର୍ ଭିନ୍ନ ଭିନ୍ନ କ୍ୟାମେରା ଆଙ୍ଗେଲ ରିପ୍ଲେ ଫ୍ରେମ୍ ବାଏ ଫ୍ରେମ୍ କରିଥିଲେ । ଆଉ ଦେଖା ଯାଇଥିଲା କ୍ୟାଚ୍ ନେବା ସମୟରେ ବଲ୍ର କିଛି ଅଂଶ ଜମିକୁ ଛୁଇଁଛି । କିଛି ମିନିଟ୍ ପାଇଁ ଥାର୍ଡ ଅମ୍ପାୟର୍ ଯାଞ୍ଚ କରିବା ପରେ ବୈଭବ ସୂର୍ଯ୍ୟବଂଶୀ ନଟ୍ ଆଉଟ୍ ବୋଲି କହିଥିଲେ ।
ଏହି ନିଷ୍ପତ୍ତି ପରେ ଆଫଗାନିସ୍ତାନ ଖେଳାଳି ଓ ଦର୍ଶକ ଚକିତ ହୋଇ ଯାଇଥିଲେ । ଏଭଳି ଭାବେ ଷ୍ଟାଡିୟମ୍ରେ ବୋବାଲ୍ ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଜୀବନ ଦାନ ମିଳିଥିଲା । ୭.୪ ଓଭର୍ରେ ଏହି ଡ୍ରାମା ପରେ ସେହି ଓଭର୍ର ଅନ୍ତିମ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ ।
ବୈଭବଙ୍କ ସ୍କୋର୍
ବୈଭବ ୨୮ ବଲ୍ରେ ମୋଟ ୩୮ ରନ୍ ସ୍କୋର୍ କରିଛନ୍ତି । ଯେଁଥିରେ ୪ଟି ଚଉକା ଓ ୨ଟି ଛକା ସାମିଲ୍ ରହିଛି । ସେହିଭଳି ପ୍ରିୟାଂଶ ଆର୍ଯ୍ୟ ୪୨ ବଲ୍ରେ ୯ ଚଉକା ଓ ଗୋଟିଏ ଛକା ସହାୟତାରେ ଖେଳିଛନ୍ତି ୫୮ ରନ୍ର ପାଳି । ଋତୁରାଜ ଗାଏକୱାଡ଼ ୩୧ ବଲ୍ରେ ୩୦ ରନ୍ ସ୍କୋର୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପଡ଼ିଆ ମଝିରେ କାହିଁକି ରାଗିଲେ ବୈଭବ ସୂର୍ଯ୍ୟବଂଶୀ ? ସାମ୍ନାକୁ ଆସିଲା ଅସଲ କାରଣ...
ଫର୍ମ ପାଇଁ ବୈଭବଙ୍କ ସଂଘର୍ଷ
ଶ୍ରୀଲଙ୍କା ଗସ୍ତରେ ଥିବା ବୈଭବ ସୂର୍ଯ୍ୟବଂଶୀ ଟି-ଟ୍ଵେଣ୍ଟି ଭଳି ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ପାରୁନାହାନ୍ତି । ଆଫଗାନିସ୍ତାନ ଏ ବିପକ୍ଷରେ ବୈଭବଙ୍କ ୪୪ ରନ୍ର ପାଳିକୁ ବାଦ୍ ଦେଲେ ସେ ସେଭଳି ବଡ଼ ସ୍କୋର୍ କରି ନାହାନ୍ତି । ଶେଷ ୪ଟି ମୁକାବିଲାରେ ବୈଭବ ମୋଟ ୧୧୯ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ଯାହାକି ତାଙ୍କ ବିସ୍ଫୋରକ ବ୍ଯାଟିଂ ରେକର୍ଡକୁ ସୁହାଉ ନାହିଁ କହିଲେ ଭୁଲ୍ ହେବ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories