Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ବୈଭବ ସୂର୍ଯ୍ୟବଂଶୀ

Sports

ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ବୈଭବ ସୂର୍ଯ୍ୟବଂଶୀ

Ritu Das
Browse all articles by Ritu Das
·1 year ago·2 min read
ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ବୈଭବ ସୂର୍ଯ୍ୟବଂଶୀ

Key Points

ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂହ ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ

ରାଜସ୍ଥାନ ରୟାଲ୍ସର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ମହେନ୍ଦ୍ର ସିଂହ ଧୋନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ IPL 2025 ସିଜିନ ଶେଷ କରିଥିଲେ। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ରାଜସ୍ଥାନ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମୁହାଁମୁହିଁ ହୋଇଥିଲେ। ଏହା ଚଳିତ ସିଜିନରେ ରାଜସ୍ଥାନର ଶେଷ ମ୍ୟାଚ ଥିଲା ଏବଂ ୧୪ ବର୍ଷୀୟ ବୈଭବ ଏହି ମ୍ୟାଚ୍‌ରେ ମଧ୍ୟ ନିଜର ଛାପ ଛାଡ଼ିବାରେ ସଫଳ ହୋଇଥିଲେ। ମ୍ୟାଚ ପରେ ଧୋନୀ ଏବଂ ବୈଭବ ପରସ୍ପରକୁ ଭେଟିଥିଲେ। ପରେ ବୈଭବ ମାହିଙ୍କ ପାଦ ଛୁଇଁଥିଲେ। ଧୋନୀତାଙ୍କୁ ଅଟକାଉଥିବାର ଦେଖାଯାଇଥିଲା। ବୈଭବ ଆଇପିଏଲରେ ଖେଳିଥିବା ସବୁଠାରୁ ଯୁବ ଖେଳାଳି ଏବଂ ସେ ତାଙ୍କର ପ୍ରଥମ ସିଜିନରେ ଚର୍ଚ୍ଚାରେ ଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବୈଭବ ଏହି ସିଜିନରେ ୭ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ ଏବଂ ୨୦୬.୫୬ ଷ୍ଟ୍ରାଇକ ରେଟ ଏବଂ ୩୬ ଆଭରେଜରେ ୨୫୨ ରନ କରିଥିଲେ। ମେଗା ନିଲାମରେ ରାଜସ୍ଥାନ ବୈଭବଙ୍କୁ କିଣିଥିଲା ଏବଂ ବ୍ୟାଟସମ୍ୟାନ ଦଳର ଆଶା ପୂରଣ କରିଥିଲେ। ତଥାପି, ରାଜସ୍ଥାନ ଦଳ ପ୍ଲେଅଫରେ ପ୍ରବେଶ କରିପାରି ନ ଥିଲା ଏବଂ ଏହାର ଯାତ୍ରା ଗ୍ରୁପ ପର୍ଯ୍ୟାୟରେ ହିଁ ଶେଷ ହୋଇଯାଇଥିଲା। ବୈଭବ ଏବଂ ସଞ୍ଜୁ ସାମସନଙ୍କ ମଧ୍ୟରେ ୯୦+ ରନର ଭାଗୀଦାରି ବଳରେ, ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଟସ ହାରି ପ୍ରଥମେ ବ୍ୟାଟିଂ କରିବା ପରେ, ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୮୭ ରନ କରିଥିଲା। ଜବାବରେ, ରାଜସ୍ଥାନ ୧୭.୧ ଓଭରରେ ଚାରି ଉଇକେଟ ହରାଇ ୧୮୮ ରନ କରିଥିଲା ଏବଂ ଟୁର୍ନାମେଣ୍ଟର ଚତୁର୍ଥ ବିଜୟ ହାସଲ କରିଥିଲା।

Argus Whatsapp Channel Mobile Top
Sponsored
vaibhav-suryavanshi-touched-dhonis-feet-and-took-blessings | Argus News