Future IPL Star / ବୈଭବଙ୍କ ସାନ ଭାଇଙ୍କ ଧମାକା… ୧୧୯ ବଲ୍ରେ ୧୬୮ ରନ୍… IPL ପାଇଁ ଏବେଠୁ ପ୍ରସ୍ତୁତି ଜୋରଦାର
·2 months ago·2 min read

Key Points
କ୍ରିକେଟଜଗତରେ ବୈଭବ ସୂର୍ଯ୍ୟବଂଶୀ ତେହେଲକା ମଚାଇଥିବାବେଳେ ତାଙ୍କ ସାନ ଭାଇ ଆଶୀର୍ବାଦ ମଧ୍ୟ କିଛି କମ ନୁହଁନ୍ତି
କ୍ରିକେଟଜଗତରେ ବୈଭବ ସୂର୍ଯ୍ୟବଂଶୀ ତେହେଲକା ମଚାଇଥିବାବେଳେ ତାଙ୍କ ସାନ ଭାଇ ଆଶୀର୍ବାଦ ମଧ୍ୟ କିଛି କମ ନୁହଁନ୍ତି। ବ୍ୟାକ ଟୁ ବ୍ୟାକ ସେଞ୍ଚୁରୀ ମାରି ବିପକ୍ଷ ଟିମର ମୁହଁ ବନ୍ଦ କରିଦେଇଛନ୍ତି। ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ୧୦ ବର୍ଷୀୟ ଆଶୀର୍ବାଦ ମାତ୍ର ୧୧୯ ବଲ୍ରେ ୧୬୮ ରନ୍ରଏକ ବିସ୍ଫୋରକ ଇନିଂସ ଖେଳି ନିଜ ଦଳକୁ ଏକ ବଡ଼ ବିଜୟ ଦେଇଛନ୍ତି।
ଏହାସହ ପଢ଼ନ୍ତୁ: ବୈଭବ ଆଜି ଆୟରଲ୍ୟାଣ୍ଡ ବିପକ୍ଷରେ ଡେବ୍ୟୁ କରିବେ ନା ନାହିଁ…? କୋଚ ଦେଲେ ବଡ଼ ଅପଡେଟ
ବିହାରର ସମସ୍ତିପୁର ଜିଲାରେ ଥିବା ବୈଭବଙ୍କ ଗାଁ ତାଜପୁରରେ ଖେଳାଯାଇଥିବା ଏକ ସ୍ଥାନୀୟ ମ୍ୟାଚ୍ରେ ଆଶୀର୍ବାଦ ସୂର୍ଯ୍ୟବଂଶୀ ନିଜ ଦଳ ’ଋଷଭ-୧୧’ (ସମସ୍ତିପୁର) ପକ୍ଷରୁ ମଇଦାନକୁ ଓହ୍ଲାଇଥିଲେ। ବଡ଼ ଭାଇ ବୈଭବଙ୍କ ଭଳି ଆଶୀର୍ବାଦ ମଧ୍ୟ ଦଳ ପାଇଁ ଓପନିଂ କରିଥିଲେ ଏବଂ ’ରୋଶନ-୧୧’ (ବୈଶାଳୀ)ର ବୋଲରମାନଙ୍କୁ ନାକେଦମ କରିଦେଇଥିଲେ। ଆଶୀର୍ବାଦ ମାତ୍ର ୧୧୯ଟି ବଲ୍ ଖେଳି ବୈଭବଙ୍କ ଶୈଳୀରେ ଚୌକା-ଛକା ବର୍ଷା କରି ଧୂଆଁଧାର ୧୬୮ ରନ ସଂଗ୍ରହ କରିଥିଲେ। ଏହି ଇନିଂସରେ ସୂର୍ଯ୍ୟବଂଶୀ ପରିବାରର ସବୁଠାରୁ ସାନ ପୁଅ ୧୯ଟି ଚୌକା ଓ ୬ଟି ଛକା ମାରି ନିଜ ଦଳକୁ ଜିତାଇଥିଲେ।
ବୈଭବ ମଧ୍ୟ ନିଜ ସାନ ଭାଇର ଏହି ଚମତ୍କାର ପ୍ରଦର୍ଶନର ସୂଚନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତେବେ ତିନି ଭାଇଙ୍କ ମଧ୍ୟରେ ସବୁଠାରୁ ସାନ ଆଶୀର୍ବାଦ ନିଜ ବ୍ୟାଟ୍ରେ ଏଭଳି ପ୍ରଦର୍ଶନ କରିବା କିଛି ପ୍ରଥମ ଘଟଣା ନୁହେଁ। କିଛି ଦିନ ପୂର୍ବେ ସେ ଅନୁରୂପ ଭାବେ ଏକ ସ୍ଥାନୀୟ ମ୍ୟାଚ୍ରେ ଶତକ ହାସଲ କରିଥିଲେ। ସେତେବେଳେ ସେ ୮୭ ବଲ୍ରେ ୧୦୩ ରନ କରିଥିଲେ। ସେହି ମ୍ୟାଚ୍ରେ ମଧ୍ୟ ତାଙ୍କ ଦଳ ବିଜୟୀ ହୋଇଥିଲା। ଏହି ଦୁଇ ଭାଇଙ୍କ ବାପା ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି ଯେ, ବୈଭବଙ୍କୁ ତ ସେ ଉଚ୍ଚ ସ୍ତରକୁ ପହଞ୍ଚାଇ ଦେଇଛନ୍ତି, ଏବେ ଆଗାମୀ ୨ ବର୍ଷ ମଧ୍ୟରେ ସେ ସାନ ପୁଅ ଆଶୀର୍ବାଦଙ୍କୁ ମଧ୍ୟ ଆଇପିଏଲ (IPL) ପାଇଁ ପ୍ରସ୍ତୁତ କରିଦେବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅପରପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଟିମ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି, ଯେଉଁଠାରେ ସେ ୨ଟି ଟି-୨୦ ମ୍ୟାଚ୍ର ସିରିଜ୍ର ଅଂଶ ଅଟନ୍ତି। ଏହା ପରେ ସେ ସେଠାରୁ ଇଂଲଣ୍ଡ ଗସ୍ତ କରି ୫ଟି ଟି-୨୦ ମ୍ୟାଚ୍ର ସିରିଜ୍ରେ ମଧ୍ୟ ସାମିଲ ହେବେ। ନିକଟରେ ବୈଭବ ଶ୍ରୀଲଙ୍କା-’ଏ’ ଗସ୍ତରେ ଇଣ୍ଡିଆ-’ଏ’ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହି ତ୍ରିଦେଶୀୟ ଦିନିକିଆ ସିରଜ୍ର ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକରେ ବୈଭବ କୌଣସି ବଡ଼ ଚମତ୍କାର କରିପାରି ନ ଥିଲେ, କିନ୍ତୁ ଫାଇନାଲ ମ୍ୟାଚ୍ରେ ସେ ମାତ୍ର ୨୯ ବଲ୍ରେ ୯୪ ରନ୍ର ଏକ ଇନିଂସ ଖେଳି ଦଳକୁ ଚାମ୍ପିୟନ କରାଇଥିଲେ।
Related Topics
Explore more stories