varun chakravarthy / ଶୀତକୁ ଖାତିର ନକରି ସକାଳୁ ବାରବାଟୀରେ ବରୁଣ, ଏବେ ମିଶନ ଚଣ୍ଡିଗଡ...
·9 months ago·2 min read

Key Points
ମ୍ୟାଚ୍ ସରିଲା, ହେଲେ ସରିନି ମିଶନ
ନେଟ ପ୍ରାକ୍ଟିସ୍ରେ ଘଣ୍ଟାଏ ବୁହାଇଲେ ଝାଳ
ଏଥର ମିଶନ ଚଣ୍ଡିଗଡ
ନେଟ ପ୍ରାକ୍ଟିସ୍ରେ ଘଣ୍ଟାଏ ବୁହାଇଲେ ଝାଳ
ଏଥର ମିଶନ ଚଣ୍ଡିଗଡ
ଏବେ ମିଶନ ଚଣ୍ଡିଗଡ । ସରିଛି ବାରବାଟୀ ଟକ୍କର। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏତେ ଭଲ ପ୍ରଦର୍ଶନ କରିଥିଲା ଯେ ଦକ୍ଷିଣ ଆଫ୍ରିକା ତିଷ୍ଠି ପାରିଲା ନାହିଁ। କହିବାକୁ ଗଲେ ଭାରତୀୟ ଟିମ୍ ଏକପାଖିଆ ଭାବରେ ମ୍ୟାଚ୍ ଜିତିଗଲା। ଯଦିଓ ମ୍ୟାଚ୍ଟି ଭାରତ ପାଇଁ ଏକ ବଡ଼ ଧରଣର ବିପର୍ଯ୍ୟୟ ସହିତ ଆରମ୍ଭ ହୋଇନଥିଲା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୁମରା-ଅର୍ଶଦୀପଙ୍କ ଘାତକ ବୋଲିଂ ଆଫ୍ରିକୀୟ ଦଳକୁ ସମ୍ପୂର୍ଣ୍ଣ ଭାବରେ ଅଭିଭୂତ କରିଥିଲା। ବାରବାଟୀରେ ବିଜୟ ପରେ ଏବେ ମିଶନ ଚଣ୍ଡିଗଡ ।
ସେଥିପାଇଁ ନେଟ୍ସରେ ଜୋରଦାର ପ୍ରାକ୍ଟିସ୍ ଚାଲିଥିଲା । ସକାଳୁ ସକାଳୁ ଶୀତ କାକରକୁ ଖାତିର ନକରି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଯାଇଥିଲେ ଭାରତୀୟ କ୍ରିକେଟ ଟିମ୍ର ସ୍ପିନର ବରୁଣ । କଟକ ବାରବାଟି ଷ୍ଟାଡିୟମରେ ହଠାତ୍ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ । କାରଣ ବାରବାଟି ଆସି ନେଟ ଅଭ୍ୟାସ କରିବାର ଥିଲା ଟାର୍ଗେଟ । ସକାଳ ସାଢେ଼ ଆଠଟା ପାଖାପାଖି ବରୁଣ ବାରବାଟୀ ଷ୍ଟାଡିୟମ୍ ରେ ପହଞ୍ଚିଥିଲେ । ପାଖାପାଖି ଘଣ୍ଟାଏ ଝାଳ ବୁହାଇଲେ ଟି-୨୦ର ଏକ ନମ୍ୱର ସ୍ପିନର । ମଙ୍ଗଳବାରର ଦମ୍ଦାର ପ୍ରଦର୍ଶନ ପରେ ବି ଥକିନି ପାଦ । ହାତକୁ ବି ଫୁରସତ ନାହିଁ । କାରଣ ଆଗକୁ ଡିସେମ୍ୱର ୧୧ରେ ଦ୍ୱିତୀୟ ଟି-୨୦ । ସେଥିପାଇଁ ଆଜି ବାରବାଟୀରେ ପ୍ରାକ୍ଟିସ କରିଥିଲେ ବରୁଣ ।
ଏଥିସହ ପଢ଼ନ୍ତୁ: ଅବତରଣ ବେଳେ କାର୍ ସହ ଧକ୍କା ହେଲା ବିମାନ, ଭାଇରାଲ ହେଲା ଛାତିଥରା VIDEO
ଏକ ଘଣ୍ଟା ପାଖାପାଖି ସେ ନେଟ ପ୍ରାକ୍ଟିସ୍ କରିଥିଲେ । ଆସନ୍ତା କାଲି ଚଣ୍ଡୀଗଡ ଟିରା ଠାରେ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚ୍ ରେ ମୁହାଁମୁହିଁ ହେବେ ଭାରତ ଦକ୍ଷିଣ ଆଫ୍ରିକା । ଏଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ବରୁଣ । ଗତକାଲି ବାରବାଟି ମ୍ୟାଚରେ ବରୁଣ ତିନି ଓଭରରେ ଦୁଇଟି ୱିକେଟ ନେବାରେ ସଫଳ ହୋଇ ଥିବା ବେଳେ, ଗୋଟିଏ ମେଡେନ୍ ଓଭର ହାସଲ କରିବାରେ ମଧ୍ୟ ସଫଳ ହୋଇଥିଲେ। ମାତ୍ର ୧୯ ରନ ଦେଇ ଥିଲେ ବରୁଣ। ଗତକାଲିର ମ୍ୟାଚ୍ଟି ଅନେକ ରୋମାଞ୍ଚକର ଥିଲା। ପଡ଼ିଆରେ ହାର୍ଦ୍ଦିକ ପାଣ୍ଡ୍ୟା କଟକ ପିଚ୍ରେ ତାଙ୍କର ଯାଦୁ ଦେଖାଇଥିଲେ। ହାର୍ଦ୍ଦିକ ୨୮ଟି ବଲ୍ରେ ଅପରାଜିତ ୫୯ ରନ୍ କରିଥିଲେ। ତାଙ୍କର ପାୱାର-ହିଟିଂ ଦଳକୁ ୧୭୫ ରନ୍ ର ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା। ସେ ଏକ ୱିକେଟ୍ ନେଇ ବଲ୍ ସହିତ ତାଙ୍କର ଅଲରାଉଣ୍ଡ ଦକ୍ଷତା ମଧ୍ୟ ପ୍ରମାଣିତ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ମଧ୍ୟ ବିବେଚିତ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅର୍ଶଦୀପ ସିଂହ ଇନିଂସର ଦ୍ୱିତୀୟ ବଲ୍ ରେ କ୍ୱିଣ୍ଟନ୍ ଡି କକ୍ ଙ୍କୁ ଆଉଟ୍ କରିଥିଲେ ଏବଂ ପରବର୍ତ୍ତୀ ଓଭରରେ ସେ ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କୁ ମଧ୍ୟ ଆଉଟ୍ କରିଥିଲେ। ଏହି ଦୁଇଟି ପ୍ରାରମ୍ଭିକ ପ୍ରହାର ଦକ୍ଷିଣ ଆଫ୍ରିକାର ଇନିଂସକୁ ଭାଙ୍ଗି ଦେଇଥିଲା ଏବଂ ସେମାନେ ଆଉ ସଳଖି ଛିଡ଼ା ହୋଇ ପାରିନଥିଲେ। ଆନ୍ତର୍ଜାତୀୟ କ୍ରିକେଟରେ ବୁମରାହ କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ଚ୍ୟାଲେଞ୍ଜ ନୁହେଁ। ସେ ଇନିଂସର ୧୧ତମ ଓଭରରେ ଚାରି ବଲ୍ ବ୍ୟବଧାନରେ ଦୁଇଟି ୱିକେଟ୍ ନେଇଥିଲେ, ଡିୱାଲ୍ଡ ବ୍ରେଭିସ୍ ଏବଂ କେଶବ ମହାରାଜଙ୍କୁ ଆଉଟ୍ କରିଥିଲେ। ବ୍ରେଭିସ୍ ଙ୍କ ଆଉଟ୍ ବୁମରାହଙ୍କ ୧୦୦ତମ ଟି-୨୦ ୱିକେଟ୍ ଥିଲା। ଏହି ଫର୍ମାଟରେ ୱିକେଟ୍ ଶତକ ହାସଲ କରିବାରେ ବୁମରାହ କେବଳ ଦ୍ୱିତୀୟ ଭାରତୀୟ ହୋଇଥିଲେ। ଶେଷରେ ବିଜୟ ସହ ମ୍ୟାଚ ନିଜ ନାଁରେ କରିଥିଲା ଟିମ୍ ଇଣ୍ଡିଆ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories