Hockey India League / ହକି ଇଣ୍ଡିଆ ଲିଗରେ ବେଦାନ୍ତ କଳିଙ୍ଗ ଲାନସର୍ସ ଚାମ୍ପିଅନ, ୩-୨ରେ ରାଞ୍ଚିକୁ ଦେଲା ମାତ୍
·5 months ago·2 min read

Key Points
ହକି ଇଣ୍ଡିଆ ଲିଗ୍ ୨୦୨୬ର ଚମ୍ପିୟନ ହୋଇଛି ଓଡ଼ିଶାର କଳିଙ୍ଗ ଲାନ୍ସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଘରୋଇ ଟିମ୍ କଳିଙ୍ଗ ଲାନ୍ସର୍ସ ୩-୨ ଗୋଲରେ ରାଞ୍ଚି ରୟାଲ୍ସକୁ ପରାସ୍ତ କରି ଟ୍ରଫି ହାସଲ କରିଛି।
ହକି ଇଣ୍ଡିଆ ଲିଗ୍ ୨୦୨୬ର ଚମ୍ପିୟନ ହୋଇଛି ଓଡ଼ିଶାର କଳିଙ୍ଗ ଲାନ୍ସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଘରୋଇ ଟିମ୍ କଳିଙ୍ଗ ଲାନ୍ସର୍ସ ୩-୨ ଗୋଲରେ ରାଞ୍ଚି ରୟାଲ୍ସକୁ ପରାସ୍ତ କରି ଟ୍ରଫି ହାସଲ କରିଛି। ପୁରା ଟୁର୍ଣ୍ଣାମେଣ୍ଟରେ ପ୍ରାୟ ଅପରାଜେୟ ରହିବା ପରେ ଆଜି ଘରୋଇ ମାଟିରେ ଦଳ ଟ୍ରଫି ଟେକିବା ସହ ଓଡ଼ିଶାବାସୀଙ୍କୁ ଶ୍ରେଷ୍ଠ ଉପହାର ଦେଇଛି।
କଳିଙ୍ଗ ଷ୍ଟାଡିୟମର ହଜାର ହଜାର ଦର୍ଶକଙ୍କ ସମର୍ଥନ ମଧ୍ୟରେ ଲାନ୍ସର୍ସ ଦଳ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପୁରା ଟୁର୍ଣ୍ଣାମେଣ୍ଟରେ ପ୍ରାୟ ଅପରାଜେୟ ରହିଥିବା ଏହି ଦଳ ଫାଇନାଲରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛି।
ମ୍ୟାଚ୍ ଆରମ୍ଭର ମାତ୍ର ୫ ମିନିଟ୍ ମଧ୍ୟରେ ଆଲେକ୍ସଜାଣ୍ଡାର୍ ହେଣ୍ଡ୍ରିକ୍ସ ଏକ ଚମତ୍କାର ଗୋଲ୍ ଦେଇ କଳିଙ୍ଗ ଲାନ୍ସର୍ସକୁ ସ୍ୱପ୍ନିଳ ଆରମ୍ଭ ଦେଇଥିଲେ। ହେଣ୍ଡ୍ରିକ୍ସଙ୍କ ଏକ ଦ୍ରୁତ ଫ୍ଲିକ୍ ପରେ ଦିଲପ୍ରୀତ ସିଂ ଚମତ୍କାର ଭାବେ ବଲକୁ ଗୋଲରେ ପରିଣତ କରି ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ। ପରେ ହେଣ୍ଡ୍ରିକ୍ସ ନିଜର ଆଉ ଏକ ଦ୍ରୁତ ଡ୍ରାଗ୍ ଫ୍ଲିକ୍ ମାଧ୍ୟମରେ ଦଳ ପାଇଁ ତୃତୀୟ ଗୋଲ୍ ସ୍କୋର କରିଥିଲେ।
ହାଫ୍-ଟାଇମ୍ ଏବଂ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା କଳିଙ୍ଗ ଲାନ୍ସର୍ସ ୩-୧ ଗୋଲରେ ଆଗୁଆ ରହିଥିଲା। ଶେଷ କ୍ୱାର୍ଟରରେ ରାଞ୍ଚି ରୟାଲ୍ସ ଜବରଦସ୍ତ ଚାପ ସୃଷ୍ଟି କରି ସ୍କୋରକୁ ୩-୨ ପର୍ଯ୍ୟନ୍ତ ନେଇଥିଲେ। ମାତ୍ର ଲାନ୍ସର୍ସର ସଠିକ୍ ରଣନୀତି ଏବଂ ସଂଯମତା ଶେଷ ପର୍ଯ୍ୟନ୍ତ ବଜାୟ ରହିବା ଫଳରେ ସେମାନେ ବିଜୟୀ ହୋଇଥିଲେ। ଏହି ସିଜନରେ କଳିଙ୍ଗ ଲାନ୍ସର୍ସର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ରହିଛି। ସେମାନଙ୍କର ଧୈର୍ଯ୍ୟ, ନିରନ୍ତରତା ଏବଂ ଦାବଦବା ସେମାନଙ୍କୁ ଚାମ୍ପିଅନ କରାଇଛି। ଏହି ବିଜୟ ପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳି ଏବଂ ପ୍ରଶଂସକଙ୍କ ମଧ୍ୟରେ ଏକ ବିଜୟ ଉତ୍ସବ ଦେଖିବାକୁ ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories