Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତୀୟ କ୍ରିକେଟର ବିନୋଦ କାମଲିଙ୍କ ସଂଘର୍ଷ ଯାତ୍ରାକୁ ବହୁ କମ ଲୋକ ଜାଣିଥିବେ

Sports

ଭାରତୀୟ କ୍ରିକେଟର ବିନୋଦ କାମଲିଙ୍କ ସଂଘର୍ଷ ଯାତ୍ରାକୁ ବହୁ କମ ଲୋକ ଜାଣିଥିବେ

Ritu Das
Browse all articles by Ritu Das
·1 year ago·2 min read
ଭାରତୀୟ କ୍ରିକେଟର ବିନୋଦ କାମଲିଙ୍କ ସଂଘର୍ଷ ଯାତ୍ରାକୁ ବହୁ କମ ଲୋକ ଜାଣିଥିବେ

ଅର୍ଗସ ବ୍ୟୁରୋ: ଜୀବନର ପ୍ରଥମ ରଣଜୀ ମ୍ୟାଚ ଆଉ ପ୍ରଥମ ବଲ୍ । ବ୍ୟାଟର କଣ କରିଥିବେ? 1989ର ଏ କଥା। ସିଧା ଛକ୍କାରୁ ଆରମ୍ଭ । ବିନୋଦ ଗଣପତି କାମ୍ବଲୀ। କ୍ୟାରିୟରର ପ୍ରଥମ 7 ମ୍ୟାଚ୍ , ସେତେବେଳକୁ ତାଙ୍କୁ ମାତ୍ର 22 ବର୍ଷ । 7 ଟେଷ୍ଟରେ 793 ରନ୍। ଆଭରେଜ୍ 100.4, ମାନେ ବ୍ରାଡମ୍ୟାନଙ୍କଠାରୁ ଅଧିକ । ସେଥିରେ ପୁଣି ଲଗାତାର ଦୁଇଟି ଡବଲ୍ 100 । ଏତେ ବଡ଼ ଆରମ୍ଭ । ଆନେକ ଆଶା ଥିଲା ସମସ୍ତଙ୍କର କିନ୍ତୁ ମାତ୍ର 2 ବର୍ଷରେ ସରିଗଲା ଟେଷ୍ଟ କ୍ୟାରିୟର । କ୍ରିକେଟର ଭଗବାନ ସଚିନଙ୍କ ସହ ଆରମ୍ଭ ହୋଇଥିଲା କ୍ୟାରିୟର । କିନ୍ତୁ ସେ କାହିଁକି ପଛରେ ରହିଗଲେ?ଗୋଟିଏ ସ୍କୁଲରେ ପାଠପଢ଼ା । ଜଣେ ଗୁରୁ ମାନେ, ଆଚରେକର ସାର୍ । ଟିକେ ବର୍ତ୍ତମାନକୁ ଫେରିବା। 

କାରଣ ଆଚେରକର ସାରଙ୍କ  ସ୍ମାରକ ଉନ୍ମୋଚନ ବେଳେ ସଚିନ-କାମ୍ବଲୀଙ୍କ ସାକ୍ଷାତକୁ ନେଇ ଖୁବ ଚର୍ଚ୍ଚା । କାମ୍ବିଲୀ ଠିକରେ ଠିଆ ହେବାକୁ ଅସମର୍ଥ ଥିଲେ। ସଚିନଙ୍କୁ ସେ କଣ କହିଲେ କଣ କଥା ହେଲେ। ସବୁଠୁ ବଡ଼ କଥା କାମ୍ବଲୀ ଠିକରେ କଥା ବି ହେବାରେ ଅସମର୍ଥ ଥିଲେ । 1989ରେ ସଚିନ ଯେତେବେଳେ ଭାରତୀୟ ଟିମରେ ଥିଲେ, 1993ରେ କାମ୍ବଲୀ ଟିମ୍ ଇଣ୍ଡିଆରେ ସାମିଲ୍ ହେଲେ । ପୁରା କ୍ୟାରିୟର 10 ବର୍ଷ ଚାଲିଲାନି । କ୍ୟାରିୟର ରେକର୍ଡ ଉପରେ ନଜର ପକାଇବା 17 ଟେଷ୍ଟରେ 54.20 ଆଭରେଜରେ 1084 ରନ୍ । 1996 ବିଶ୍ବକପ ସେମିଫାଇନାଲ, ଇଡେନ ଗାର୍ଡେନସ୍ । 

ବିନୋଦ କାମ୍ବଲି ଭାରତୀୟ ଦଳରୁ ସର୍ବକନିଷ୍ଠ ଦ୍ୱିଶତକ ହାସଲ କରିବାର ବିଶ୍ୱ ରେକର୍ଡ ଧରିଛନ୍ତି। ସେ 21 ବର୍ଷ 32 ଦିନ ବୟସରେ ଇଂଲଣ୍ଡ ବିପକ୍ଷରେ 224 ରନର ଚମତ୍କାର ଇନିଂସ ଖେଳିଥିଲେ। ସଚିନ୍ ତେନ୍ଦୁଲକରଙ୍କ ବିଷୟରେ କହିବାକୁ ଗଲେ, ସଚିନ୍ ପ୍ରାୟ 10 ବର୍ଷ ଖେଳିବା ପରେ 1999 ମସିହାରେ 26 ବର୍ଷ ବୟସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। 15 ନଭେମ୍ବର 1989 ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ସଚିନ ଡେବ୍ୟୁ କରିଥିଲେ।
ବିନୋଦ କାମ୍ବଲି ଟେଷ୍ଟ କ୍ରିକେଟର ମାତ୍ର 14 ଇନିଂସରେ 1000 ରନ୍ ପୂରଣ କରିଥିଲେ। ସେ ଭାରତରୁ ଟେଷ୍ଟ କ୍ରିକେଟରେ 1000 ରନ୍ ସ୍କୋର କରିବାରେ ଦ୍ରୁତତମ ଖେଳାଳି ଅଟନ୍ତି। କେବଳ ଏତିକି ନୁହେଁ, ସଚ୍ଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ରାହୁଲ ଦ୍ରାବିଡ ଏବଂ ବିରେନ୍ଦର ସେହୱାଗଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ତୁଳନାରେ କାମ୍ବଲିଙ୍କ ହାରାହାରି ଅଧିକ। ବିନୋଦ କାମ୍ବଲି ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏ ଟେଷ୍ଟ କ୍ରିକେଟର ପ୍ରଥମ 4 ଟେଷ୍ଟ ମ୍ୟାଚରେ ଲଗାତାର ଦୁଇଟି ଶତକ ହାସଲ କରିଛନ୍ତି। ତାହା ମଧ୍ୟ 21 ବର୍ଷ ବୟସରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Very few people | Argus News