Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭିନେଶ ଫୋଗଟ୍‌ଙ୍କୁ ପଦକ ମିଳିବା ନିଷ୍ପତ୍ତି ପୁଣି ବିଳମ୍ବିତ

Smruti Parija
Browse all articles by Smruti Parija
·1 year ago·1 min read
ଭିନେଶ ଫୋଗଟ୍‌ଙ୍କୁ ପଦକ ମିଳିବା ନିଷ୍ପତ୍ତି ପୁଣି ବିଳମ୍ବିତ

ଅର୍ଗସ ବ୍ୟୁରୋ: ଭିନେଶ ଫୋଗଟ୍‌ଙ୍କୁ ପଦକ ମିଳିବା ନିଷ୍ପତ୍ତି ପୁଣି ବିଳମ୍ବିତ । ‘କାସ୍‌’ର ଶୁଣାଣି ଅଗଷ୍ଟ ୧୬ ତାରିଖକୁ ଘୁଞ୍ଚିଥିବା ସୂଚନା ମିଳିଛି ।  ତୃତୀୟ ଥର ପାଇଁ ‘କାସ୍‌’ର ଶୁଣାଣି ଘୁଞ୍ଚିଲା । 

ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ମାମଲାରେ ଆଜି ଚୂଡ଼ାନ୍ତ ରାୟ ଆସିବାର ଥିଲା । ଯୁଗ୍ମ ଭାବେ ଭିନେଶ ରୌପ୍ୟ ପଦକ ପାଇବେ କି ନାହିଁ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ ପକ୍ଷରୁ ଆଜି  ସ୍ପଷ୍ଟ ହେବାର ଥିଲା ।  ୯ ତାରିଖରେ ମାମଲାର ଶୁଣାଣି କରାଯାଇଥିବା ବେଳେ ଏହାକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଭାରତୀୟ ସମୟ ୯ଟା ୩୦ରେ ରାୟ ପ୍ରକାଶ ପାଇବା ନେଇ ସୂଚନା ମିଳିଥିଲା । ହେଲେ ପୁଣି ଥରେ ଏହା ଘୁଞ୍ଚାଯାଇଛି । 

ଅଧିକ 100 ଗ୍ରାମ ଓଜନ ଯୋଗୁଁ 50 କେଜି ବର୍ଗ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲେ ଭିନେଶ । ଅଲିମ୍ପିକ୍ ଫାଇନାଲରୁ ଅଯୋଗ୍ୟତା ବିରୋଧରେ ଭିନେଶ ଫୋଗେଟ୍ CASରେ ଆବେଦନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vinesh Phogat's decision to get a medal is delayed again | Argus News