Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଭିନେଶ ଫୋଗାଟ୍‌ଙ୍କୁ ମିଳିପାରେ ପଦକ, CASର ଦ୍ୱାରସ୍ଥ ହୋଇଛନ୍ତି ଭିନେଶ ଫୋଗାଟ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭିନେଶ ଫୋଗାଟ୍‌ଙ୍କୁ ମିଳିପାରେ ପଦକ, CASର ଦ୍ୱାରସ୍ଥ ହୋଇଛନ୍ତି ଭିନେଶ ଫୋଗାଟ୍

ଅର୍ଗସ ବ୍ୟୁରୋ:  ଭିନେଶ ଫୋଗାଟ୍‌ଙ୍କୁ ମିଳିପାରେ ପଦକ । ଅଯୋଗ୍ୟତା ବିରୋଧରେ ସ୍ବିଜରଲ୍ୟାଣ୍ଡର ଲୁସାନେଠାରେ ଥିବା କୋର୍ଟ ଅଫ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ ବା _(CAS)ର ଦ୍ବାରସ୍ଥ ହୋଇଛନ୍ତି ଭିନେଶ ଫୋଗାଟ୍। କୋର୍ଟରେ ଯୁଗ୍ମ ରୌପ୍ୟ ପଦକ ବିଜୟିନୀ ଘୋଷଣା କରିବାକୁ ଅପିଲ କରିଛନ୍ତି । ତାଙ୍କର ଏହି ଅପିଲ CAS ଗ୍ରହଣ କରିବା ସହ ଆଜି ଏହାର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ତେବେ ସିଏଏସ୍ ଏହି ମାମଲାର ଶୁଣାଣି କରି କ'ଣ ରାୟ ଦେଉଛି ତାହା ଉପରେ ଦେଶବାସୀଙ୍କ ନଜର ରହିଛି ।

ଯଦି ସପକ୍ଷରେ ରାୟ ଆସେ ତେବେ ଅନ୍ତାର୍ଜତିୟ ଅଲିମ୍ପିକ୍ସ ସଙ୍ଘ ଭିନେଶଙ୍କୁ ମଧ୍ୟ ରୌପ୍ୟ ପଦକ ପ୍ରଦାନ କରିବେ । ପୂର୍ବରୁ ତିନିଟି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ଏଣ୍ଟ୍ରି କରିଥିଲେ ଭିନେଶ । ନିର୍ଦ୍ଧାରିତ ଓଜନ ଠାରୁ ତାଙ୍କ ଶରୀର ଓଜନ ଅଧିକ ହେବାରୁ ଟୁର୍ଣ୍ଣାମେଣ୍ଟରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଭିନେଶଙ୍କୁ ଖେଳରୁ ବାହାର କରାଯାଇଥିଲା ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vinesh Phogat's hopes for Olympic silver medal alive as Indian wrestler appeals decision with CAS, | Argus News