ପୁଣି ଘୁଞ୍ଚିଲା ଭିନେଶଙ୍କ ଶୁଣାଣି: ଅଗଷ୍ଟ ୧୬ରେ ଆସିବ କୋର୍ଟଙ୍କ ଫଇସଲା
·1 year ago

ଅର୍ଗସ ବ୍ୟୁରୋ: ପୁଣି ଘୁଞ୍ଚିଲା ଭିନେଶ ଫୋଗଟଙ୍କ ଶୁଣାଣି । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭିନେଶ ଫୋଗାଟଙ୍କ ଶୁଣାଣି କରିବେ କୋର୍ଟ। ତେବେ ଆଜି ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣି କରିଥାନ୍ତେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସ। ହେଲେ ବର୍ତ୍ତମାନ ଏହାକୁ ଘୁଞ୍ଚାଇ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଏଥର ଅଲିମ୍ପିକ୍ସରେ ୫୦ କେଜି ବର୍ଗ କୁସ୍ତିରେ ଫାଇନାଲରେ ପହଞ୍ଚିଥିଲେ ଭାରତର କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍ । ହେଲେ ଫାଇନାଲ ପୂର୍ବରୁ କିନ୍ତୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଧାର୍ଯ୍ୟ ଓଜନଠାରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଫାଇନାଲ ଖେଳିବାକୁ ଦିଆଯାଇ ନ ଥିଲା । ଏହାପରେ ଭିନେଶ ଏହି ମାମଲାରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟ୍ସକୁ ଯାଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: