|
logo
Live

Argus News - ବଢୁଛି ବାଂଲାଦେଶ ହିଂସା,ଅକ୍ଟୋବରରେ ଭାରତ କରିପାରେ ମହିଳା ଟି-୨୦ ବିଶ୍ୱକପ ଆୟୋଜନ 

Sports

ବଢୁଛି ବାଂଲାଦେଶ ହିଂସା,ଅକ୍ଟୋବରରେ ଭାରତ କରିପାରେ ମହିଳା ଟି-୨୦ ବିଶ୍ୱକପ ଆୟୋଜନ 

Sangram Tripathy
Browse all articles by Sangram Tripathy
·1 year ago·1 min read
ବଢୁଛି ବାଂଲାଦେଶ ହିଂସା,ଅକ୍ଟୋବରରେ ଭାରତ କରିପାରେ ମହିଳା ଟି-୨୦ ବିଶ୍ୱକପ ଆୟୋଜନ 


ଅଗସ ବ୍ୟୁରୋ: ଶାନ୍ତ ହୋଇପଡିଛି ବାଂଲାଦେଶ,ଦିନକୁ ଦିନ ବିଗୁଡୁଛି ସ୍ଥିତି,ଥମୁନି ସଂରକ୍ଷଣ ରାଜନୀତି। ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେକ ହସିନା ମଧ୍ୟ ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଆଉ ଏହାରି ଭିତରେ ସୁରକ୍ଷା ଦୃଷ୍ଟିକୋଣରୁ ବାଂଲାଦେଶରେ ବର୍ତ୍ତମାନ ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଦେଖାଯାଇଛି ଆଶଙ୍କା। ଅକ୍ଟୋବର ମାସରେ ବାଂଲାଦେଶ ମହିଳା ଟି-୨୦ ବିଶ୍ୱକପ ଆୟୋଜନ କରିବା କଥା କିନ୍ତୁ ବର୍ତ୍ତମାନ ବାଂଲାଦେଶରେ ହିଂସା ଫଳରେ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ,ଫଳରେ ଭାରତ ଏହାର ଆୟୋଜକ ହୋଇପାରେ। ଆଇସିସି ନିକଟରେ ସମସ୍ତ ସଦସ୍ୟ ଦେଶରେ ଏକ ସ୍ୱତନ୍ତ୍ର ସୁରକ୍ଷା ମନିଟରିଙ୍ଗ ସିଷ୍ଟମ ରହିଛି ।

ଆଇସିସି ବର୍ତ୍ତମାନ ପ୍ଲାନ ବି ସନ୍ଧାନରେ ରହିଛି । ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଭାରତ, ୟୁଏଇ କିମ୍ବା ଶ୍ରୀଲଙ୍କା ପ୍ରମୁଖ ବିକଳ୍ପ ହୋଇପାରନ୍ତି । କିନ୍ତୁ ଏ ଦିଗରେ ସ ବୁଠୁ ଆଗରେ ରହିଛି ଭାରତ। କାରଣ ଟି-୨୦ ବିଶ୍ୱକପ ୟୁଏଇକୁ ସ୍ଥାନାନ୍ତରିତ ହେଲେ  ସେଥିପାଇଁ ପୂର୍ବରୁ ୟୁଏଇକୁ ଦେବାକୁ ପଡ଼ିବ। ଅକ୍ଟୋବରରେ   ବର୍ଷା ହୋଇଥାଏ ଅଧିକ ଶ୍ରୀଲଙ୍କାରେ । କିନ୍ତୁ ଭାରତରେ ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବର୍ଷାଋତୁ ଶେଷ ହେବା ସହ ଅକ୍ଟୋବରରେ ବିଶ୍ୱକପ ଆୟୋଜନ ପାଇଁ ସ୍ଥିତି ଭଲ ରହିଥାଏ । ଫଲରେ ଏ ନିଷ୍ପର୍ତ୍ତି ଆଇସିସି ଉପରେ ରହିଛି। ଆଇସିସି ଚାହିଁଲେ ମହିଳା ଟି-୨୦ ବିଶ୍ବକପ୍ ଆୟୋଜନ କରିବ ଭାରତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଢୁଛି ବାଂଲାଦେଶ ହିଂସା,ଅକ୍ଟୋବରରେ ଭାରତ କରିପାରେ ମହିଳା ଟି-୨୦ ବିଶ୍ୱକପ ଆୟୋଜନ  | Argus News