ଟେଷ୍ଟରୁ ଅବସର ନେବା ପରେ ପ୍ରେମାନନ୍ଦ ମହାରାଜଙ୍କ ପାଖେ ପହଞ୍ଚିଲେ ବିରାଟ-ଅନୁଷ୍କା

Key Points
ବିରାଟ କୋହଲି ସୋମବାର ଦିନ ଟେଷ୍ଟ କ୍ରିକେଟରୁ ନେଇଛନ୍ତି ଅବସର। ଏହାପରେ ଅନୁଷ୍କା ଶର୍ମା ଏବଂ ବିରାଟ ବିଦେଶ ଗସ୍ତ କରିଥିବା କଥା କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଅନୁଷ୍କା ଏବଂ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବୃନ୍ଦାବନରେ ପହଞ୍ଚିଛନ୍ତି।
ବିରାଟ କୋହଲି ସୋମବାର ଦିନ ଟେଷ୍ଟ କ୍ରିକେଟରୁ ନେଇଛନ୍ତି ଅବସର। ଏହାପରେ ଅନୁଷ୍କା ଶର୍ମା ଏବଂ ବିରାଟ ବିଦେଶ ଗସ୍ତ କରିଥିବା କଥା କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଅନୁଷ୍କା ଏବଂ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବୃନ୍ଦାବନରେ ପହଞ୍ଚିଛନ୍ତି। ଏହି କପଲ ଶ୍ରୀ ହିତ ରାଧା କେଲୀ କୁଞ୍ଜ ଆଶ୍ରମରେ ସାଢେ ୩ ଘଣ୍ଟାରୁ ଅଧିକ ସମୟ ଯାଏଁ ଅଟକିଥିଲେ। ଏହି ସମୟରେ ଅନୁଷ୍କା ଏବଂ ବିରାଟ ପ୍ରେମାନନ୍ଦ ମହାରାଜଙ୍କ ସହ ଆଧ୍ୟାତ୍ମିକ ଆଲୋଚନା କରିଛନ୍ତି। ବୃନ୍ଦାବନରୁ ତାଙ୍କର ଏକ ଭିଡିଓ ସାମ୍ନା ଆସିଛି।
ଏହା ପ୍ରଥମ ଥର ନୁହେଁ, ଅନୁଷ୍କା-ବିରାଟ ଏହା ପୂର୍ବରୁ ନିଜ ପିଲାଙ୍କୁ ଧରି ପ୍ରେମାନନ୍ଦଙ୍କଠାରୁ ଆଶୀର୍ବାଦ ନେବା ଲାଗି ଯାଇଥିଲେ। ବିରାଟ ଏବଂ ଅନୁଷ୍କାଙ୍କ ପ୍ରେମାନନ୍ଦ ମହାରାଜଙ୍କ ସହ କଥା ହୋଇ ପ୍ରଥମେ ଭିଡିଓ ଭାଇରାଲ ହେଉଥିଲା। ସର୍ବପ୍ରଥମେ ବିରାଟ କୋହଲି ୨୦୨୩ରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ।