Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ବିରାଟ ହିଟମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ; ଭୁବି ମଧ୍ୟ ଇତିହାସ ରଚିଲେ ...୨୦୦ ୱିକେଟ୍‌ ନେବାରେ ପ୍ରଥମ ଦ୍ରୁତ ବୋଲର

Ritu Das
Browse all articles by Ritu Das
·3 months ago·2 min read
ବିରାଟ ହିଟମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ; ଭୁବି ମଧ୍ୟ ଇତିହାସ ରଚିଲେ ...୨୦୦ ୱିକେଟ୍‌ ନେବାରେ ପ୍ରଥମ ଦ୍ରୁତ ବୋଲର
IPL

Key Points

ବିରାଟ କୋହଲି ଭାଙ୍ଗିଲେ ହିଟମ୍ୟାନଙ୍କ ରେକର୍ଡ
ଆଇପିଏଲରେ ଭୁବନେଶ୍ୱରଙ୍କ ରେକର୍ଡ
୨୦୦ ୱିକେଟ୍‌ ନେବାରେ ପ୍ରଥମ ଦ୍ରୁତ ବୋଲର
୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗସ୍‌କୁ ପରାସ୍ତ କରି ବିଜୟ ଧାରା ଜାରି ରଖିଛି। ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ, RCB CSK ଉପରେ ୪୩ ରନ୍‌ରେ ବିଜୟ ହାସଲ କରିଛି। ଏହା IPL ୨୦୨୬ରେ RCBର ଲଗାତାର ଦ୍ୱିତୀୟ ବିଜୟ, ଯେତେବେଳେ CSK ଏପର୍ଯ୍ୟନ୍ତ ଏହାର ତିନୋଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି, RCB ୨୫୦ ରନ୍‌ର ଏକ ବିଶାଳ ସ୍କୋର କରିଥିଲା। ଜବାବରେ, CSKର ଇନିଂସ ଶେଷ ଓଭରରେ ୨୦୭ ରନ୍ କରି ଅଲଆଉଟ ହୋଇଥିଲା। ଉଲ୍ଲେଖନୀୟ ଯେ, ଗତ ମ୍ୟାଚ୍‌ରେ ଅନେକ ପ୍ରମୁଖ ରେକର୍ଡ ସ୍ଥାପନ ହୋଇଛି ଏବଂ ଏଠାରେ ଆମେ ସେହି ମାଇଲଖୁଣ୍ଟଗୁଡ଼ିକ ବିଷୟରେ ଆଲୋଚନା କରୁଛୁ।

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସବୁଠୁ ବଡ଼ ସ୍କୋର

ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୩ ଓ୍ବିକେଟ ହରାଇ ୨୫୦ ରନର ସ୍କୋର କରିଥିଲେ। ସିଏସକେ ବିପକ୍ଷରେ ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ସ୍କୋର କରିଥିଲେ। ଏହାପୂର୍ବରୁ ଏମିତି କାରନାମା ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ଟିମ କରିଛନ୍ତି। ଏହି ଦୁଇଟି ଟିମ CSK ବିପକ୍ଷରେ ୨୩୧-୨୩୧ ରନ କରିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସର୍ବାଧିକ ଛକା
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟସମ୍ୟାନମାନେ ଏହି ମ୍ୟାଚ୍‌ରେ ସମୁଦାୟ ୧୯ଟି ଛକା ମାରିଛନ୍ତି। ଏହା ଆଇପିଏଲ୍‌ ଇତିହାସରେ ସିଏସ୍‌କେ ବିପକ୍ଷରେ ସର୍ବାଧିକ ଛକା ମାରିବାର ଏକ ନୂତନ ରେକର୍ଡ ସ୍ଥାପନ କରିଛି। ପୂର୍ବରୁ, ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପ୍ରତ୍ୟେକେ ୧୭ଟି ଛକା ମାରି ଏହି ରେକର୍ଡ କରିଥିଲେ।

ଭୁବନେଶ୍ୱର କୁମାର ଆଇପିଏଲରେ ୨୦୦ ୱିକେଟ୍‌ ପୂରଣ କରିଛନ୍ତି
ଆଇପିଏଲରେ ଇତିହାସ ରଚିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ସେ ପ୍ରଥମ ଦ୍ରୁତ ବୋଲର ଭାବରେ ୨୦୦ ୱିକେଟ୍‌ ହାସଲ କରିବାର ଗୌରବ ଲାଭ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ଭୁବନେଶ୍ୱର ଆୟୂଷ ମାହାତ୍ରେ ଏବଂ ପ୍ରଶାନ୍ତ ବୀରଙ୍କୁ ଆଉ କରିବା ପରେ ୨୦୦ ୱିକେଟ୍‌ କ୍ଲବରେ ସାମିଲ ହୋଇଥିଲେ । ଯଶପ୍ରୀତ ବୁମରା ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସେ ଆଉ ୧୭ଟି ୱିକେଟ୍‌ ନେଲେ ୨୦୦ ୱିକେଟ୍‌ କ୍ଲବରେ ସାମିଲ ହେବେ ।

ଆଇପିଏଲ ଇତିହାସରେ ସର୍ବାଧିକ ୱିକେଟ୍‌ ନେବାର ରେକର୍ଡ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନାମରେ ରହିଛନ୍ତି । ସେ ୧୭୬ଟି ମ୍ୟାଚ ଖେଳି ୨୨୪ଟି ୱିକେଟ୍‌ ନେଇଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭୁବନେଶ୍ୱର କୁମାର । ସୁଇଂ କିଙ୍ଗ୍‌ ଭାବେ ପରିଚିତ ଭୁବନେଶ୍ୱର ଆଇପିଏଲ୍‌ରେ ୧୯୨ଟି ମ୍ୟାଚ୍‌ ଖେଳି ସାରିଲେଣି । ସେ ଏକମାତ୍ର ବୋଲର ଭାବେ କ୍ରମାନ୍ୱୟରେ ୨ ଥର ଆଇପିଏଲ୍‌ ପର୍ପଲ କ୍ୟାପ୍‌ (୨୦୧୬, ୨୦୧୭) ହାସଲ କରିଥିଲେ । ଆଇପିଏଲ୍‌ରେ ତାଙ୍କ ବୋଲିଂ ଇକୋନୋମି ୭.୬୯ ରହିଛି । ତାଙ୍କ ନାମରେ ସର୍ବାଧିକ ମେଡେନ ଓଭର ରେକର୍ଡ ରହିଛି । ସେ ପାୱାର ପ୍ଲେ ଓଭର ଗୁଡ଼ିକରେ ମୋଟ ୮୧ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।

ବିରାଟ କୋହଲି ଭାଙ୍ଗିଲେ ରୋହିତ ଶର୍ମାଙ୍କ ରେକର୍ଡ
ବିରାଟ କୋହଲି IPLରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ରନ କରିଥିବା ବ୍ୟାଟସମ୍ୟାନ୍ ହୋଇଛନ୍ତି। ଏହା କରି ସେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ KKR ବିପକ୍ଷରେ ୧୧୬୧ ରନ କରିବାର ରେକର୍ଡ ରହିଛି ଯେତେବେଳେ ବିରାଟ ଏବେ CSK ବିପକ୍ଷରେ ୧୧୮୮ ରନ କରି ରେକର୍ଡ ବ୍ରେକ କରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli breaks Rohit Sharma record Bhuvneshwar fastest 200 wickets | Argus News