Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଏଲିମିନେଟର ମ୍ୟାଚ୍ ପୂର୍ବରୁ ଅଭ୍ୟାସ କରିଲେନି ବିରାଟ: ବଢ଼ିଲା ଚର୍ଚ୍ଚା

Ritu Das
Browse all articles by Ritu Das
·2 years ago·1 min read
ଏଲିମିନେଟର ମ୍ୟାଚ୍ ପୂର୍ବରୁ ଅଭ୍ୟାସ କରିଲେନି ବିରାଟ: ବଢ଼ିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ଆଜି ହେଉଛି ବଡ଼ ମ୍ୟାଚ ଏହା ଭିତରେ ଆରସିବି ଟିମକୁ ନେଇ ଏକ ବଡ଼ କଥା ଚଚ୍ଚା ହେଉଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏଲିମିନେଟର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ରାଜସ୍ଥାନ ରୟାଲ୍ସ (RR)। ଏହି ମ୍ୟାଚକୁ ନେଇ ପ୍ରଶଂସକଙ୍କ ଉତ୍ସାହ ରହିଥିବା ବେଳେ ଆରସିବିର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖବର ଆସିଛି। କୁହାଯାଉଛି ‌ଯେ, ବିରାଟ ଓ ଆରସିବି ଦଳକୁ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଧମକ ଦେଇଛନ୍ତି। ଏହି କାରଣରୁ ସେ ଅଭ୍ୟାସ କରିନାହାନ୍ତି।

ଆଜି ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଥିବା ବେଳେ ଅଭ୍ୟାସ କରି ନ ଥିଲା ଆରସିବି। ବିରାଟ କି ଅନ୍ୟ କୌଣସି ଖେଳାଳି ଅଭ୍ୟାସ ପାଇଁ ଆସି ନ ଥିଲେ। ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଧମକ ଦେଇଥିବାରୁ ଦଳ ଅଭ୍ୟାସ ନ କରିବାକୁ ନିଷ୍ପତ୍ତି ନେଇଥିବା କଥା କୁହାଯାଉଥିଲା। ହେଲେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି।
ସୂଚନା ମିଳିଛି ଯେ, ବିରାଟ ବା ଆରସିବିକୁ କୌଣସି ପ୍ରକାରର ଧମକ ମିଳିନାହିଁ। ଅଧିକ ଖରା ହେଉଥିବାରୁ ଆରସିବି ଟିମ୍ ଅଭ୍ୟାସ କରିବାକୁ ଆସି ନ ଥିଲେ। ଅଭ୍ୟାସ ସମୟ ଦିନ ୨ଟାରୁ ୫ଟା ପର୍ଯ୍ୟନ୍ତ ଥିଲା। ହେଲେ ତାପମାତ୍ରା ୪୫ଡିଗ୍ରୀରୁ ଅଧିକ ଥିବାରୁ ଦଳ ଅଭ୍ୟାସ କରିବାକୁ ଇଚ୍ଛ‌ା ପ୍ରକାଶ କରି ନ ଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat did not practice before | Argus News