Cricket Records / ୨୮୦୦୦ ରନ୍ କରି ସମସ୍ତଙ୍କ ରେକର୍ଡଙ୍କ ଭାଙ୍ଗିଲେ କୋହଲି

Key Points
୨୮୦୦୦ ରନ୍ କରି ସମସ୍ତଙ୍କ ରେକର୍ଡଙ୍କ ଭାଙ୍ଗିଲେ ସଚିନ୍ ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆରେ ବିରାଟ କୋହଲି ବଡ଼ ରେକର୍ଡ କରିଛନ୍ତି । ବିଶ୍ବ କ୍ରିକେଟ ଇତିହାସରେ ଏଭଳି ରେକର୍ଡ କେହି କରିନଥିଲେ । ଏହି ମ୍ୟାଚରେ ସେ ୨୫ ରନ୍ କରିବା ମାତ୍ରେ ବିଶ୍ଵର ବହୁ ବଡ଼ ବଡ଼ କ୍ରିକେଟରଙ୍କୁ ପଛରେ ପକାଇ ଦେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ୨୮୦୦୦ ରନ୍ ପୂରଣ କରିବାରେ ସେ ଏବେ ତୃତୀୟ ବ୍ୟାଟର । କିନ୍ତୁ ଦ୍ରୁତତମ ୨୮ ହଜାର ରନ୍ କରିବା ମାମଲାରେ ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ।
ସୂଚନାନୁଯାୟୀ କିଙ୍ଗ୍ କୋହଲି ରବିବାର ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି। ସଚିନଙ୍କୁ ଟପି ୨୮,୦୦୦ ଅନ୍ତର୍ଜାତୀୟ ରନ୍ କରିବାରେ ବିଶ୍ବର ଦ୍ରୁତତମ ବ୍ୟାଟର୍ ହୋଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅବସରରେ ଏହି ମାଇଲ୍ଖୁଣ୍ଟ ଛୁଇଁଛନ୍ତି ୩୭ବର୍ଷୀୟ କୋହଲି।
ସଚିନ ୬୪୪ ପାଳି ଖେଳି ୨୮,୦୦୦ ରନ୍ର ପାହାଡ଼ ଅତିକ୍ରମ କରିଥିଲା ବେଳେ କୋହଲି ମାତ୍ର ୬୨୪ ପାଳିରେ ଏହାକୁ ଛୁଇଁବାର ଗୌରବ ଅର୍ଜନ କରିଛନ୍ତି। ସେ ମଧ୍ୟ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଟପି ବିଶ୍ବର ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ କେବଳ ସଚିନଙ୍କ ପଛକୁ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି। ସାଙ୍ଗାକାରାଙ୍କ ୨୮,୦୧୬ କ୍ୟାରିୟର୍ ରନ୍ଠାରୁ ମାତ୍ର ୪୨ ରନ୍ ପଛୁଆ ରହି କୋହଲି ରବିବାର ତାଙ୍କ ବ୍ୟାଟିଂ ଆରମ୍ଭ କରିଥିଲେ।
ଭାରତୀୟ ପଶ୍ଚାତଧାବନର ୧୯ତମ ଓଭରରେ ହିଁ ସେ ସାଙ୍ଗାକାରାଙ୍କୁ ସଫଳତାର ସହ ଟପି ଯାଇଥିଲେ। ଏହି କ୍ଷେତ୍ରରେ ମୋଟ ୩୪, ୩୫୭ ରନ୍ ସଚିନ ସମସ୍ତଙ୍କଠାରୁ ବହୁ ଆଗରେ ରହିଛନ୍ତି। କେବଳ ଏତିକି ନୁହେଁ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ କୋହଲିଙ୍କ ପାଖରେ ୧୫,୦୦୦ ଏକଦିବସୀୟ ରନ୍ ଛୁଇଁବାର ସୁଯୋଗ ବି ରହିଛି।
ଆଜିର ମ୍ୟାଚରେ ୪୨ ରନ୍ କରିବା ପରେ ସେ କୁମାର ସାଙ୍ଗାକାରଙ୍କୁ ପଛରେ ପକାଇ ଦେଇଥିଲେ । ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି, ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ସ୍ବର୍ବାଧିକ ରନ ସ୍କୋରର । ତେନ୍ଦୁଲକର ତାଙ୍କ କ୍ୟାରିୟରରେ ମୋଟ ୩୪,୩୫୭ ରନ୍ କରିଥିଲେ । ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା ୨୮,୦୧୬ ରନ୍ ସହ ଦ୍ବିତୀୟ ସ୍ଥାନରେ ଥିଲେ । ଏବେ ବିରାଟ କୋହଲି ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।
ବିରାଟ କୋହଲି କମ୍ ଇନିଂସ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି । କୁମାର ସାଙ୍ଗାକାରା ୬୬୬ ଇନିଂସରେ ୨୮ ହଜାର ରନ୍ ପୂରଣ କରିଥିଲେ । ସଚିନ ତେନ୍ଦୁଲକର ୬୪୪ ଇନିଂସରେ ୨୮ ହଜାର ରନ୍ କ୍ଲବରେ ସାମିଲ ହୋଇଥିଲେ । କିନ୍ତୁ ବିରାଟ କୋହଲି ୬୨୪ ଇନିଂସରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ କୁମାର ସାଙ୍ଗାକାରାଙ୍କ ପରେ ସର୍ବାଧିକ ରନ ସ୍କୋରର ତାଲିକାରେ ରିକି ପଣ୍ଟିଂ (୨୭୪୮୩ ରନ୍), ମହେଲା ଜୟବର୍ଦ୍ଧନେ (୨୫୯୫୭ ରନ୍) ଭଳି ମହାନ ଖେଳାଳି ରହିଛନ୍ତି । ସେପଟେ କୋହଲି ଆଜିର ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ଶତକରୁ ମାତ୍ର ୭ ରନ୍ରେ ପଛରେ ରହି ଯାଇଛନ୍ତି କିଙ୍ଗ କୋହଲି ।
📱 Get Argus News App
✨Related Topics
Explore more stories