Videos
|
Sports

Virat Kohli Statement / ୫୫ତମ ଶତକ ପରେ କୋହଲିଙ୍କ ମୁହଁରେ ଭଗବାନଙ୍କ ନାଁ… କହିଦେଲେ ମନର କଥା

Ritu Das
Browse all articles by Ritu Das
·1 hour ago·2 min read
୫୫ତମ ଶତକ ପରେ କୋହଲିଙ୍କ ମୁହଁରେ ଭଗବାନଙ୍କ ନାଁ… କହିଦେଲେ ମନର କଥା
India

Key Points

ତିରୁବବନନନ୍ତପୁରମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଷ୍ଟାର କ୍ରିକେଟର ତାଙ୍କ କ୍ୟାରିୟରର ୫୫ତମ ଶତକ କରିଛନ୍ତି
ରବିବାର ତିରୁବବନନନ୍ତପୁରମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ଷ୍ଟାର କ୍ରିକେଟର ତାଙ୍କ କ୍ୟାରିୟରର ୫୫ତମ ଶତକ କରିଛନ୍ତି। ଏଥିପାଇଁ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଏହାମଧ୍ୟରେ କୋହଲି ମଧ୍ୟ ଫ୍ୟାନ୍ସଙ୍କୁ ଏମିତି କିଛି କହିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବିରାଟ କଣ କହିଛନ୍ତି ଚାଲନ୍ତୁ ଜାଣିବା। ସବୁ ଫ୍ୟାନ୍ସମାନେ ନିଶ୍ଚିତ ଜାଣିଥିବେ ଯେ, ପୂର୍ବତନ କ୍ୟାପଟେନ ଏବେ ଆଧ୍ୟାତ୍ମିକ ମାର୍ଗରେ ନିଜକୁ ପୁରାପୁରି ସମର୍ପର କରିସାରିଛନ୍ତି। କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ପ୍ରାୟତଃ ମ୍ୟାଚ ନଥିବାବେଳେ ମନ୍ଦିରକୁ ବୁଲି ଯାଉଥିବାର ଦେଖିବାକୁ ମିଳିଥାଏ।

ଖାସ କରି ବୃନ୍ଦାବନ ସ୍ଥିତ ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶ୍ରମକୁ ପ୍ରାୟତଃ ବୁଲିବାକୁ ଆସିଥାଆନ୍ତି। ବିରାଟ ଧର୍ମଗୁରୁଙ୍କ ମାର୍ଗକୁ ଅନୁସରଣ କରିଥାନ୍ତି। ଯାହା ଜୀବନରେ ସାର୍ବଜନିକ ଭାବେ କାମରେ ଲଗାଉଥିବା ଦେଖିବାକୁ ମିଳୁଛି। ଆଉ ଏବେ ଇଣ୍ଡିଜ ବିପକ୍ଷରେ ଜିତିବା ପରେ କୋଟି କୋଟି ଫ୍ୟାନ୍ସ ତାଙ୍କ କଥାବର୍ତ୍ତାରୁ ଅନୁଭବ କରିପାରିଲେ। ପ୍ରସାରକ କୋହଲିଙ୍କ ସହ ଜଣେ ଦାର୍ଶନିକ ଅନ୍ଦାଜରେ ପ୍ରଶ୍ନ ପଚାରିଥିଲେ। ଆଉ ଉତ୍ତରରେ ସେଭଳି ସ୍ଥିରତା ଥିବା ଅନୁଭବ କରିଥିଲେ। ତେବେ କୋହଲିଙ୍କ ଏମିତି କେଉଁ କଥା ଦର୍ଶକଙ୍କ ମନ କିଣିନେଲା ଚାଲନ୍ତୁ ଜାଣିବା।

  • “ମୁଁ ବହୁତ ଭାଗ୍ୟଶାଳୀ”

କୋହଲି ଭାରତ ବିଜୟ ପରେ ଏମିତି କହିଥିଲେ , “ମୁଁ ମୋ ପରିଶ୍ରମ ଜାରି ରଖିଛି”, ଆଉ ଏଥିପାଇଁ ମୋ ମୁଣ୍ଡ ନୁଆଁଇ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଜୀବନରେ ଆଜି ଯେଉଁଠି ସବୁ ସେଇ ପରମାତ୍ମାଙ୍କ ଇଚ୍ଛା। ମୋ ଜୀବନ ଯାତ୍ରା ସତରେ ଖୁବ ସୁନ୍ଦର ଏବଂ ପ୍ରଭାବଶାଳୀ। କାରଣ ବହୁତ ଲୋକ ଏହି ସ୍ଥାନକୁ ପହଞ୍ଚିବାକୁ ଚାହାନ୍ତି, କିନ୍ତୁ ମୁଁ ସେତିକି ଭାଗ୍ୟବାନ ଯେ, ମୋତେ ସୁଯୋଗ ମିଳିଛି। ଆଉ ସେଥିପାଇଁ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ମୋତେ ଆହୁରି ପରିଶ୍ରମ କରିବାକୁ ପଡ଼ିବ।

  • ପଡ଼ିଆରେ ଆକ୍ରମଣାତ୍ମକ ଅନ୍ଦାଜ

ବିରାଟ କୋହଲିଙ୍କ ଶାନ୍ତ ସ୍ବଭାବ ପାଇଁ ଆଧ୍ୟାତ୍ମ ପଥରେ ସିନା ଅଛନ୍ତି କିନ୍ତୁ ପଡ଼ିଆରେ ତାଙ୍କ ଆକ୍ରମଣାତ୍ମକ ଅନ୍ଦାଜ ପୁରା ଜବରଦସ୍ତ ଥିଲା। ଲାଗୁଥିଲା ଯେମିତି ବିରାଟ ପୁରା ବିନଦାସ ଖେଳୁଛନ୍ତି। ବିରାଟ ତାଭ୍କର କୌଣସି ଦିନିକିଆରେ ଏମିତି ଛକା ମାରି ନଥିବେ। ପଡ଼ିଆକୁ ଆସୁ ଆସୁ ଚତୁର୍ଥ ବଲରେ ଏକ ବଡ଼ ଛକା ମାରିଥିଲେ। ଆଉ ଆରମ୍ଭଟା ଜୋସେଫଙ୍କ ସହ ଛୋଟ ମୋଟ ଝଗଡ଼ାରୁ ଆରମ୍ଭ ହୋଇଥିଲା। ବିରାଟ ଏହାର ଜବାବରେ ଆଗ୍ରେସିଭଲି ୨୬ବଲରେ ୫୩ ରନର ଧୂଆଁଧାର ପାଳି ଖେଳିଥିଲେ। ୮୮ ବଲରେ ୧୪୦ ରନ କରି ମଧ୍ୟ ବିରାଟ ତାଙ୍କ ଦିନିକିଆଲ ଅନୁଭୂତିକୁ ବଖାଣିଥିଲେ। ବିରାଟ ଶେଷରେ ବିନମ୍ରତାକୁ ଦର୍ଶାଇଥିଲେ। ଯେତେ ଉପରକୁ ଗଲେ ବି ଅସ୍ଥିତ୍ବକୁ ନଭୂଲିବା, କୃତଜ୍ଞ ରହିବା।“ ଆଉ ଗୋଟିଏ ବଡ଼ କଥା ହେଲା ସଫଳ ହେଲେ ମନରେ ଅହଙ୍କାର ନଆଣିବା। “କାରଣ କ୍ରିକେଟ ଠାରୁ ବଡ଼ କିଛି ବି ନୁହେଁ। ମୁଁ ଖେଳକୁ ସବୁକିଛି ମାନେ। ଆଉ ଏବେ ମୁଁ ମୋ ଖେଳକୁ ଉପଭୋଗ କରୁଛି। “
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: