Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଗୋଟିଏ ଶତକ ବଢ଼ାଇଦେଲା କୋହଲିଙ୍କ ODI ରାଙ୍କ, ଜାଣନ୍ତୁ ଶୀର୍ଷରେ କିଏ..?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଗୋଟିଏ ଶତକ ବଢ଼ାଇଦେଲା କୋହଲିଙ୍କ ODI ରାଙ୍କ, ଜାଣନ୍ତୁ ଶୀର୍ଷରେ କିଏ..?

ବଢ଼ିଲା କୋହଲିଙ୍କ ରାଙ୍କ । ଗତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ପରେ ବଢ଼ିଛି ରାଙ୍କ । ବୁଧବାର ICCର ସର୍ବଶ୍ରେଷ୍ଠ ODI ବ୍ୟାଟ୍ସମ୍ୟାନ୍‌ ମାନ୍ୟତା ପ୍ରକାଶ ପାଇଛି। ଏଥିରେ ବିରାଟ କୋହଲିଙ୍କ ରାଙ୍କ ଉପରକୁ ଉଠିଛି । ତାଲିକାର ଟପ୍‌ ୫ରେ ପହଞ୍ଚିଛନ୍ତି ବିରାଟ । ପାକିସ୍ତାନ ବିପକ୍ଷ ଗତ ମ୍ୟାଚରେ କୋହଲି ଧୁଆଁଧାର ଶତକ ହାସଲ କରିଥିଲେ।

ଏହି ତାଲିକାରେ ଶୁଭମନ ଗିଲ ୮୧୭ ରେଟିଂ ପାଇ ଶୀର୍ଷରେ ରହିଥିବା ବେଳେ ପାକିସ୍ତାନର ଖେଳାଳି ବାବର ଆଜମ ୭୭୯ ରେଟିଂ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ସେ ୭୫୭ ରେଟିଂ ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ହେନ୍‌ରିଚ୍ କ୍ଲାସେନ୍ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହା ପରେ କୋହଲି ପଞ୍ଚମ ସ୍ଥାନରେ ଅଛନ୍ତି। କୋହଲିଙ୍କୁ ୭୪୩ ରେଟିଂ ମିଳିଛି। ପୂର୍ବରୁ ଏହି ତାଲିକାର ଷଷ୍ଠ ସ୍ଥାନରେ ଥିଲେ କୋହଲି ।

କୋହଲି ପାକିସ୍ତାନ ବିପକ୍ଷରେ ୧୧୧ ବଲ ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ ସ୍କୋର କରିଥିଲେ। ରୋହିତ ଶର୍ମାଙ୍କ ଆଉଟ ପରେ କୋହଲି ମଇଦାନକୁ ଆସିଥିଲେ । ତାପରେ ଶେଷ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିଲେ। ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୬ ୱିକେଟ୍‌ରେ ଜିତିଥିଲା।

ଅନ୍ୟପଟେ ବୁଧବାର ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଲାହୋରରେ ମ୍ୟାଚ୍‌ ଖେଳାଯିବ । ଏହା ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଅଷ୍ଟମ ମ୍ୟାଚ୍ । ଏହି ମ୍ୟାଚରେ ରସିଦ ଖାନ ଏକ ନୂଆ ଇତିହାସ ସୃଷ୍ଟି କରିପାରନ୍ତି। ତାଙ୍କ ପାଖରେ ଆଜି ଏକ ବଡ଼ ବିଶ୍ୱ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଯଦି ରସିଦ ୨ଟି ୱିକେଟ୍ ନିଅନ୍ତି ତେବେ ସେ ୨୦୦ଟି ODI ୱିକେଟ୍ ପୂରଣ କରିବେ।

ତେବେ ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ମଧ୍ୟ ସେମିଫାଇନାଲ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ବାସ୍ତବରେ ରସିଦ ଖାନ ଏପର୍ଯ୍ୟନ୍ତ ୧୧୨ ଟି ମ୍ୟାଚରେ ୧୯୮ ଟି ୱିକେଟ୍ ନେଇଛନ୍ତି। ଯଦି ସେ ଇଂଲଣ୍ଡ ବିପକ୍ଷରେ ୨ଟି ୱିକେଟ୍ ନିଅନ୍ତି ତେବେ ସେ ୨୦୦ ଟି ODI ୱିକେଟ୍ ପୂରଣ କରିବେ। ରସିଦଙ୍କ ସର୍ବୋତ୍ତମ ପ୍ରଦର୍ଶନ ଗୋଟିଏ ମ୍ୟାଚରେ ୧୮ ରନ୍ ଦେଇ ୭ ୱିକେଟ୍ ହାସଲ କରିଥିଲେ। ଏପର୍ଯ୍ୟନ୍ତ କୌଣସି ବୋଲର ଆଫଗାନିସ୍ତାନ ପାଇଁ ୨୦୦ ୱିକେଟ୍ ନେଇପାରି ନାହାଁନ୍ତି। ଆଜି ରସିଦ ଦଳର ପ୍ରଥମ ବୋଲର ହୋଇପାରନ୍ତି, ଯିଏ ଏହି କୀର୍ତ୍ତିମାନ ହାସଲ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Back In Top Five; Gill Mounts Lead Over Babar Azam In Latest ODI Rankings | Argus News