Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚିନ୍ନାସ୍ୱାମୀ ଦଳାଚକଟାର ୩ ମାସ ପରେ ନୀରବତା ଭାଙ୍ଗିଲେ ବିରାଟ କୋହଲି

Ritu Das
Browse all articles by Ritu Das
·10 months ago·3 min read
ଚିନ୍ନାସ୍ୱାମୀ ଦଳାଚକଟାର ୩ ମାସ ପରେ ନୀରବତା ଭାଙ୍ଗିଲେ ବିରାଟ କୋହଲି

Key Points

ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ଜିତିଥିଲା। ଏହି ବିଜୟ ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସକୁ ମିଳିଛି। ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟାଇଟଲ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ।

ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ଜିତିଥିଲା। ଏହି ବିଜୟ ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସକୁ ମିଳିଛି। ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ଟାଇଟଲ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ। ଏହି ବିଜୟ ପରେ ସମସ୍ତ RCB ଖେଳାଳି ବହୁତ ଖୁସି ଥିଲେ। ଦୀର୍ଘ ୧୮ ବର୍ଷ ପରେ ଆରସିବି ଫ୍ୟାନ କୋହଲିଙ୍କୁ ଜିତିବାର ଦେଖି ବହୁତ ଖୁସି ହୋଇଥିଲେ। ଆଉ ଯାହାର ଝଲକ ଚିନ୍ନାସ୍ବାମୀରେ ଦେଖିବାକୁ ମିଳିଥିଲା। RCB ଫ୍ରାଞ୍ଚାଇଜ୍ ତାର ପ୍ରଶଂସକମାନଙ୍କୁ ଉପହାର ଦେବା ପାଇଁ ଜୁନ୍ ୪ ତାରିଖରେ ବାଙ୍ଗାଲୋରରେ ଏକ ବିଜୟ ପରେଡ୍ ଆୟୋଜନ କରିଥିଲା। କିନ୍ତୁ ସେହି ଦିନ ଯେମିତି ସବୁ ବଦଳିଗଲା। କେହି କେବେ ଭାବି ନ ଥିଲେ ଏତେବଡ଼ ଦୁର୍ଘଟଣା ଘଟିଯିବ ବୋଲି। ଏତେବର୍ଷର ବିରାଟଙ୍କ ଖୁସିକୁ ଜାହିର କରିବାକୁ କର୍ଣ୍ଣାଟକ ସରକାର ମଧ୍ୟ ଧ୍ୟାନ ଦେବା ସେତିକି ଦରକାର ଥିଲା।



କିନ୍ତୁ ଏହା ସେମାନଙ୍କର ସବୁଠାରୁ ବଡ଼ ଭୁଲ ପ୍ରମାଣିତ ହୋଇଥିଲା। ଯାହା ଫଳରେ ଖୁସିର ପରିବେଶ ଦୁଃଖରେ ପରିଣତ ହୋଇଗଲା। ଆଶା କରାଯାଇଥିବା ସଂଖ୍ୟାଠାରୁ ଅଧିକ ପ୍ରଶଂସକଙ୍କ ଯୋଗୁଁ ଏକ ଦଳାଚକଟା ଘଟି ୧୧ ଜଣଙ୍କ ଜୀବନ ଗଲା। ଏବେ ଏହି ସମ୍ପୂର୍ଣ୍ଣ ମାମଲାରେ RCB ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ବୟାନ ସାମ୍ନାକୁ ଆସିଛି।
ଜୁନ୍ ୪, ବେଙ୍ଗାଲୁରୁ ଦଳାଚକଟା ଏବେ ବି ମନରୁ ଲିଭିନି । କୋର୍ଟରେ ମାମଲା ବି ଚାଲିଛି । ଘଟଣାକୁ ପାଖାପାଖି ୩ ମାସ ବିତିଗଲାଣି। ଆଜି ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ନିଜର ନୀରବତା ଭାଙ୍ଗିଛନ୍ତି ଆରସିବି ଟିମର ଲିଜେଣ୍ଡ ବିରାଟ କୋହଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


RCB ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କୋହଲିଙ୍କ ବିବୃତ୍ତି ସେୟାର କରିଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କୋହଲି । ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦଳ ଅଧିକ ସତର୍କତା, ସମ୍ମାନ ଓ ଦାୟିତ୍ୱ ସହିତ ଆଗକୁ ବଢ଼ିବ । କୋହଲିଙ୍କ ବିବୃତ୍ତି ଦଳର 'RCB CARES' ପଦକ୍ଷେପର ଏକ ଅଂଶ । ଯାହା ଅଧୀନରେ ଭିଡ଼ ପରିଚାଳନାକୁ ଉନ୍ନତ କରିବା ଓ ଭବିଷ୍ୟତରେ ଏପରି ଘଟଣାଗୁଡ଼ିକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ । ବିରାଟ କୋହଲି କହିଛନ୍ତି, 'ଜୀବନ କେବେବି ଆପଣଙ୍କୁ ଜୁନ୍ ୪ ରେ ଘଟିଥିବା ଭଳି ହୃଦୟ ବିଦାରକ ଦୁର୍ଘଟଣା ପାଇଁ ପ୍ରସ୍ତୁତ କରେନି ।


ଏହା ଆମ ଫ୍ରାଞ୍ଚାଇଜର ଇତିହାସରେ ସବୁଠାରୁ ଖୁସିର ମୁହୂର୍ତ୍ତ ହେବା ଉଚିତ ଥିଲା । କିନ୍ତୁ ଏହା ଏକ ଦୁଃଖଦ ଘଟଣା ପାଲଟିଗଲା। ମୁଁ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ଏବଂ ଆହତ ପ୍ରଶଂସକମାନଙ୍କ ପାଇଁ ଭାବୁଛି ଓ ପ୍ରାର୍ଥନା କରୁଛି। ଆପଣଙ୍କ କ୍ଷତି ଏବେ ଆମର କାହାଣୀର ଏକ ଅଂଶ। ଆମେ ସମସ୍ତେ ଏକାଠି ଆଗକୁ ବଢ଼ିବୁ - ସତର୍କତା, ସମ୍ମାନ ଏବଂ ଦାୟିତ୍ୱ ସହିତ।
ଏହି ଘଟଣା ପରେ, ଜଷ୍ଟିସ୍ କୁନ୍ଦ୍ରା କମିଶନ ତାଙ୍କ ରିପୋର୍ଟରେ କହିଥିଲେ ଯେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବଡ଼ ସାର୍ବଜନୀନ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ନୁହେଁ। ରିପୋର୍ଟରେ ଦାବି କରାଯାଇଥିଲା ଯେ ଷ୍ଟାଡିୟମର "ଡିଜାଇନ୍ ଓ ଗଠନ" ବହୁ ଜନସମାଗମ ପାଇଁ "ଅସୁରକ୍ଷିତ"। କମିଶନ ସ୍ପଷ୍ଟ କରିଥିଲେ ଯେ ଭବିଷ୍ୟତରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବା ସାର୍ବଜନୀନ ସୁରକ୍ଷା ପାଇଁ ଏକ ଅଗ୍ରହଣୀୟ ବିପଦ ହେବ । କମିଶନ ଏହି ଦୁର୍ଘଟଣା ପାଇଁ RCB, DNA ଏଣ୍ଟରଟେନମେଣ୍ଟ ଏବଂ KSCA କୁ ଦାୟୀ କରିଥିଲେ। କିନ୍ତୁ ଦେଖିବା ଯଦି କର୍ଣ୍ଣାଟକ ସରକାର ଏହି ବିଜୟ ଉତ୍ସବକୁ ସେଠାରେ କରିବାକୁ ଅନୁମତି ଦେବାର ନ ଥିଲା। ତେବେ ଯାହା ହେଉନା କାହିଁକି ପୁଣି ଆରସିବିକୁ ସେତିକି ସପୋର୍ଟ କରିବାକୁ ଫ୍ୟାନ୍ସ ଏକଦମ ପ୍ରସ୍ତୁତ।

Sponsored
Virat Kohli Speak First Time | Virat Kohli Breaks Silence After 3 Months of Chinnaswamy Controversy | Argus News | Argus News