ସଚିନଙ୍କ ବିଶ୍ୱ ରେକର୍ଡ ସହ ସମକକ୍ଷ ହେବାରେ ବିଫଳ କୋହଲି

ଅର୍ଗସ ବ୍ୟୁରୋ: ସଚିନ କୋହଲି ଆଉ ବିଶ୍ୱ ରେକର୍ଡ। ଆଶା ଥିଲା ଆଜିର ଏହି ମ୍ୟାଚରେ ନିଶ୍ଚୟ ରେକର୍ଡ ଭାଙ୍ଗିବେ କୋହଲି। ହେଲେ ତାହା ହେଲା ନାହିଁ। ଆଉ ମାତ୍ର କିଛି ରନର ଅପେକ୍ଷା ଥିଲା। ହେଲେ ଏହା ସମ୍ଭବ ହୋଇପାରିଲାନି ବିରାଟଙ୍କ ପାଇଁ। କହିପାରିବା ଯେ , ଆଜି ବିରାଟ କଲ ତାଙ୍କୁ ସାଥ ଦେଲାନି। ସେ ଯାହା ବି ହେଉ, ଆଜି ବି ସଚିନଙ୍କ ବିଶ୍ୱ ରେକର୍ଡ ସହ ସମକକ୍ଷ ହେବାରେ ବିଫଳ ହେଲେ ବିରାଟ କୋହଲି। ଆଜି ଯଦି ସେ ଶତକ ହାସଲ କରିଥାନ୍ତେ ତେବେ ସେ ଦିନିକିଆରେ ୪୯ ତମ ଶତକ ମାରି ସଚିନ ତେନ୍ଦୁଲକରଙ୍କ ସହ ସମକୱ ହୋଇଥାନ୍ତେ,। ହେଲେ ତାଙ୍କ ସ୍ୱପ୍ନ ପୁଣି ଅଧୁରା ରହିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୪୮ ଶତକ ହାସଲ କରିଛନ୍ତି।
ଗୁରୁବାର ମୁମ୍ୱାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ଫାଇଟରେ ବିରାଟ ପୁଣିଥରେ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ମାତ୍ର ୮୮ ରନରେ ଦିଲଶାନ ମଧୁଶଙ୍କା ବଲରେ କୁଶାଲ ମେଣ୍ଡିସଙ୍କୁ କ୍ୟାଚ ଦେଇ ଆଉଟ ହୋଇଛନ୍ତି।ତେବେ ତା ପୂର୍ବରୁ ବିରାଟ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ୨୦୨୩ ଦିନିକିଆରେ ୧୦୦୦ ରନ୍ ପୂରା କରିଥିବା ବିରାଟ ତୃତୀୟ ବ୍ୟାଟର ହୋଇଛନ୍ତି। କେବଳ ସେତିକି ନୁହେଁ, ଦିନିକିଆରେ ସର୍ବାଧିକ ଥର ୧୦୦୦ ରନ୍ ପୂରା କରିବାରେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ କୋହଲି।
ମୁମ୍ୱାଇର ଓ୍ୱେଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍ ଫାଇଟରେ ଗୁରୁବାର ବିରାଟ ଚଳିତ ବର୍ଷ ପାଇଁ ଦିନିକିଆରେ ୧୦୦୦ ରନ୍ ପୂରା କରିଛନ୍ତି। ତାଙ୍କ ପୂର୍ବରୁ ପ୍ରଥମେ ଶୁଭମନ ଗିଲ ଓ ରୋହିତ ଶର୍ମା ଚଳିତ ବର୍ଷ ଦିନିକିଆରେ ୧୦୦୦ ରନ୍ ପୂରା କରି ସାରିଛନ୍ତି।ଦିନିକିଆରେ ୪୯ ତମ ଶତକ ହାସଲ କରିବାରେ ବିଫଳ ହେଲେ ବି ବିରାଟ କୋହଲି ତାଙ୍କ କ୍ୟାରିୟରରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ବିଶ୍ୱର ଚତୁର୍ଥ ବ୍ୟାଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୬ ହଜାର ରନ୍ ପୂରା କରିଛନ୍ତି।
୩୪ ବର୍ଷୀୟ ବିରାଟ ତାଙ୍କର ୨୩ ତମ ଦିନିକିଆ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିବାବେଳେ ଦିନିକିଆରେ ବର୍ଷକରେ ସର୍ବାଧିକ ଥର ୧୦୦୦ ରନ୍ ପୂରା କରିବାରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ୟପଟେ ସଚିନ ତେନ୍ଦୁଲକର ଦିନିକିଆରେ ଗୋଟିଏ ଗୋଟିଏ ବର୍ଷରେ ୭ଥର ୧୦୦୦ରନ୍ ପୂରା କରିଛନ୍ତି।