୩୬ ଦିନ ପରେ ଭାରତୀୟ ଜର୍ସିରେ ଫେରିବେ ବିରାଟ, ତାଲିବାନ ନେତା କଲେ ବଡ଼ ଅନୁରୋଧ

Key Points
ବିରାଟ ଫେରୁଥିବା ବେଳେ ବଡ଼ ଅନୁରୋଧ କରିଛନ୍ତି ତାଲିବାନ ନେତା । ବିରାଟ କୋହଲି ଓ ରୋହିତ ଶର୍ମା ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ମତ ରଖିଛନ୍ତି ତାଲିବାନ ନେତା ଅନସ ହକ୍କାନି ।
ମୁମ୍ବାଇ: କ୍ରିଜ୍କୁ ଫେରିବେ, କମାଲ୍ ଦେଖାଇବେ । ୩୬ ଦିନର ବିରତି ପରେ ପଡ଼ିଆକୁ ଫେରିବେ ବିରାଟ କୋହଲି । କୋହଲିଙ୍କୁ ନେଇ ଫ୍ୟାନ୍ସଙ୍କ ମନରେ ବିରାଟ ଉତ୍କଣ୍ଠା ରହିଛି । ଆଇପିଏଲ୍ ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଖେଳିବେ । ଆଉ ଏଥିପାଇ ବିରାଟ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି ।
୨୦୨୫ ଅକ୍ଟୋବରରେ ଭାରତୀୟ ଦଲ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ଦଳ ୩ଟି ଦିନିକିଆ ସହ ୫ଟି ଟି-ଟ୍ଵେଣ୍ଟି ଖେଳିବ । ହେଲେ ବିରାଟ ଟେଷ୍ଟ ଓ ଟି-ଟ୍ଵେଣ୍ଟିରୁ ଅବସର ଘୋଷଣା କରିଥିବାରୁ କେବଳ ୫୦ ଓଭର୍ ବିଶିଷ୍ଟ ଦିନିକିଆ ଖେଳିବେ । ୩୬ ବର୍ଷୀୟ ବିରାଟ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ଵକପ୍ ଉପରେ ନଜର ରଖିଛନ୍ତି ।
କିଛିଦିନର ବିରତି ପରେ ବିରାଟ ଫେରୁଥିବା ବେଳେ ବଡ଼ ଅନୁରୋଧ କରିଛନ୍ତି ତାଲିବାନ ନେତା । ବିରାଟ କୋହଲି ଓ ରୋହିତ ଶର୍ମା ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ମତ ରଖିଛନ୍ତି ତାଲିବାନ ନେତା ଅନସ ହକ୍କାନି । କହିଛନ୍ତି, 'କୋହଲି ଓ ରୋହିତ, ଭାରତୀୟ ଦଳର ଦୁଇ ଜଣ ଭେଟରାନ୍ ଷ୍ଟଲୱାର୍ଟ । କୋହଲି ଇଂଲଣ୍ଡ ଗସ୍ତ ପୂର୍ବରୁ ଅବସର ଘୋଷଣା କରିବା ତାଙ୍କୁ ଚକିତ କରିଛି ।'
📱 Get Argus News App
✨
ଏପରିକି ବିରାଟ କୋହଲି ପାରିଲେ ତାଙ୍କୁ ୫୦ ବର୍ଷ ବୟସ ହେବା ଯାଏ କ୍ରିକେଟ୍ ଖେଳିବାକୁ ଅନୁରୋଧ କରିଛନ୍ତି ତାଲିବାନ ନେତା ଅନସ ହକ୍କାନି । ସେ କହିଛନ୍ତି, 'ଟେଷ୍ଟରୁ ରୋହିତଙ୍କ ଅବସର ଯଥାର୍ଥ । କିନ୍ତୁ ମୁଁ ବୁଝି ପାରୁନି କୋହଲି କାହିଁକି ଅବସର ନେଲେ । ବିଶ୍ଵରେ ଏଭଳି ଅନେକ ସ୍ଵତନ୍ତ୍ର ଲୋକ ଅଛନ୍ତି । ଆଶା କରୁଛି କୋହଲି ୫୦ ହେବା ପର୍ଯ୍ୟନ୍ତ ଖେଳିବେ ।'
ସୂଚନାଯୋଗ୍ୟ, ୩୬ ବର୍ଷୀୟ କୋହଲି ୨୦୨୫ ମେ ୧୨ ତାରିଖରେ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ । ଟେଷ୍ଟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିବାର ମାତ୍ର ୭୭୦ ରନ୍ ପୂର୍ବରୁ ଅବସର ଘୋଷଣା କରିଛନ୍ତି କୋହଲି ।