Videos
|
Sports

ଆଇସିସିର ଚେୟାରମ୍ୟାନ ହେବା ପରେ ଜୟ ଶାହାଙ୍କୁ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

Ritu Das
Browse all articles by Ritu Das
·2 years ago·1 min read
ଆଇସିସିର ଚେୟାରମ୍ୟାନ ହେବା ପରେ ଜୟ ଶାହାଙ୍କୁ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ଅର୍ଗସ ବ୍ୟୁରୋ: ଭାରତୀୟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଜୟ ଶାହାଙ୍କୁ ଆଇସିସିର ନୂଆ ଚେୟାରମ୍ୟାନ ହେବା ନେଇ ଏକ ଭିନ୍ନ ଶୈଳୀରେ ଅଭିନନ୍ଦନ ଜଣାଇଛନ୍ତି। ବିସିସିଆଇର ବର୍ତ୍ତମାନ ସଚିବ ଜୟ ଶାହାଙ୍କୁ ଗ୍ରେଗ ବାର୍କଲେ ପରିବର୍ତ୍ତେ ଆଇସିସିର ଅଧ୍ୟକ୍ଷ କରାଯାଇଛି।

ଗ୍ରେଗଙ୍କ କାର୍ଯ୍ୟକାଳ ୩୦ ନଭେମ୍ବରରେ ସମାପ୍ତ ହେବ ଏବଂ ୧ ଡିସେମ୍ବରରୁ ଜୟ ଶାହା ଆଇସିସିର ନୂଆ ଅଧ୍ୟକ୍ଷ ହେବେ। ୩୫ ବର୍ଷୀୟ ଜୟ ଶାହା ଆଇସିସିର ସବୁଠୁ ଯୁବ ଅଧ୍ୟକ୍ଷ ହୋଇଛନ୍ତି। ସେ ୩ ବର୍ଷ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ। ଜୟ ଶାହା ପଞ୍ଚମ ଭାରତୀୟ, ଯାହାଙ୍କୁ ଆଇସିସିର ଏହି ବଡ଼ ଦାୟିତ୍ୱ ମିଳିଛି।
ବିରାଟ କୋହଲି ଲଣ୍ଡନରେ ନିଜ ପରିବାରର ଲୋକଙ୍କ ସହ ଛୁଟି ମନାଇବା ପାଇଁ ଯାଇଛନ୍ତି।

ଏହାରି ମଧ୍ୟରେ ସେ ଶିଖର ଧାୱନଙ୍କ ଅବସରକୁ ନେଇ ୱିସ କରିଥିବା ବେଳେ ସେ ଜୟ ଶାହାଙ୍କୁ ଆଇସିସି ଚେୟାରମ୍ୟାନ ଚୟନ କରାଯିବା ନେଇ ଅଭିନନ୍ଦନ ଜଣାଇଛନ୍ତି। କୋହଲି ନିଜ ଏକ୍ସରେ ଲେଖିଛନ୍ତି ଯେ, ଜୟ ଶାହା ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଇସିସିର ନୂଆ ଚେୟାରମ୍ୟାନ ହେବା ରେ। ଆପଣଙ୍କୁ ଆଗକୁ ବଢିବାର ଶୁଭକାମନା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Virat Kohli | Argus News