Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / ବିରାଟ ଭାରତର ସବୁଠୁ ମହଙ୍ଗା ସେଲିବ୍ରିଟି, ବ୍ରାଣ୍ଡ ଭାଲ୍ୟୁ ୩୫୪୨ କୋଟି, ଦ୍ଵିତୀୟରେ ଶାହରୁଖ, ୩ୟରେ ପ୍ରିୟଙ୍କା

Ritu Das
Browse all articles by Ritu Das
·1 month ago·2 min read
ବିରାଟ ଭାରତର ସବୁଠୁ ମହଙ୍ଗା ସେଲିବ୍ରିଟି, ବ୍ରାଣ୍ଡ ଭାଲ୍ୟୁ ୩୫୪୨ କୋଟି, ଦ୍ଵିତୀୟରେ ଶାହରୁଖ, ୩ୟରେ ପ୍ରିୟଙ୍କା
India

Key Points

ପୁଣି ଚର୍ଚ୍ଚାରେ ବିରାଟ କୋହଲି
ସିନେ ଷ୍ଟାରଙ୍କୁ ପଛରେ ପକାଇ ନଂ୧ ରେ ରହିଲେ
ବିରାଟ କୋହଲି କେବଳ ନାଁ ହି କାଫି। ଏହି ନାଁର ର୍ହି ଲୋକ ଦିଓ୍ବାନା। ଇନଷ୍ଟାରେ କୋହଲିଙ୍କର ଫଲୋର୍ସ ୨୭ କୋଟି ୩୦ ଲକ୍ଷ ଯାହା ବଲିଉଡ ସିନେଷ୍ଟାରଙ୍କ ଫଲୋର୍ସରେ ଖୁବ ଆଗରେ। ସେହିପରି ଆଜି ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିରାଟ କୋହଲିଙ୍କ ବ୍ରାଣ୍ଡଭାଲ୍ୟୁ ମଧ୍ୟ ସବୁଠୁ ଟପରେ ରହିଛି। ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମଧ୍ୟ ପଛରେ ପକାଇଛନ୍ତି କୋହଲି।

ଭାରତର ସବୁଠୁ ମୂଲ୍ୟବାନ ବ୍ୟକ୍ତିତ୍ୱ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଷ୍ଟାର୍‌ କ୍ରିକେଟର ବିରାଟ କୋହଲି। ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩,୫୪୨ କୋଟି ଟଙ୍କା । ସେହିପରି ତାଲିକାର ୨ୟ ସ୍ଥାନରେ ଶାହରୁଖ ଖାନ୍‌ ଓ ୩ୟରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା । ଫର୍ଚ୍ୟୁନ ଇଣ୍ଡିଆ ଓ ଇଣ୍ଟରବ୍ରାଣ୍ଡ ଦେଶର ୨୫ ସବୁଠୁ ମହଙ୍ଗା ସେଲିବ୍ରିଟିଙ୍କ ଉପରେ ଅଧ୍ୟୟନ କରିଛି।

ଏହାସହ ପଢ଼ନ୍ତୁ: ଟି-20 ଦଳରେ ସ୍ଥାନ ନମିଳିବା ପରେ ବ୍ୟାଟ୍‌ରେ ଜବାବ ଦେଲେ ରଜତ ପାଟିଦାର

ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ଶୀର୍ଷ ୧୦ରେ ୩ ଜଣ କ୍ରିକେଟର ଓ ୭ ସିନେ ସେଲିବ୍ରିଟି ଅଛନ୍ତି । କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର, ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ଆଲିୟା ଭଟ୍ଟ ଓ ଅଲ୍ଲୁ ଅର୍ଜୁନ ଯଥାକ୍ରମେ ୪ର୍ଥ, ୫ମ, ୬ଷ୍ଠ, ୭ମ, ୮ମ, ୯ମ ଓ ୧୦ମ ସ୍ଥାନରେ ଅଛନ୍ତି । ମହିଳା ସେଲିବ୍ରିଟିଙ୍କ ମଧ୍ୟରେ ପ୍ରିୟଙ୍କା ସବୁଠୁ ଉପରେ ଅଛନ୍ତି । ଦୀପିକା ୧୧ତମ, ରଶ୍ମିକା ମନ୍ଦାନା ୧୭ତମ ଓ କ୍ରିତି ସାନନ, ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଓ ସାଉଥ୍‌ ଅଭିନେତ୍ରୀ ନୟନତାରା ମଧ୍ୟ ସ୍ଥାନ ପାଇଛନ୍ତି। ମୂଲ୍ୟବାନ ବ୍ୟକ୍ତି ତାଲିକାରେ ଦିଲଜିତ ଦୋସାଞ୍ଝ, କରନ ଜୋହର, ସୌରଭ ଗାଙ୍ଗୁଲି ଓ ଭିକି କୌଶଲଙ୍କ ନାଁ ବି ଅଛି। 

ଏହାସହ ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ହେବ ଟିମ୍ ଇଣ୍ଡିଆରେ ଡେବ୍ୟୁ… ଅଲରାଉଣ୍ଡର ପ୍ରଦର୍ଶନ ପରେ ହେଲା BCCIକୁ କଡ଼ା ଦାବି

ବ୍ରାଣ୍ଡ ମୂଲ୍ୟ କିପରି ନିର୍ଣ୍ଣୟ କରାଯାଏ?
ଏହି ଅଧ୍ୟୟନରେ ସେଲିବ୍ରିଟିଙ୍କ ରୋଜଗାର, ଅନୁଗାମୀ କିମ୍ବା ବକ୍ସ ଅଫିସ ସଫଳତା ବ୍ୟତୀତ ବ୍ରାଣ୍ଡ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ କାରଣଗୁଡ଼ିକୁ ବିଚାର କରାଯାଇଛି। ବ୍ରାଣ୍ଡ ଶକ୍ତି ନିର୍ଣ୍ଣୟ କରୁଥିବା କାରଣଗୁଡ଼ିକ, ଯେପରିକି ଅନନ୍ୟତା, ସମନ୍ୱୟ, ସଂଯୋଗ, ବିଶ୍ୱାସ, ଘନିଷ୍ଠତା ଏବଂ ଦାୟିତ୍ୱ, ମଧ୍ୟ ବିଚାର କରାଯାଇଛି, ଯାହା ମିଳିତ ଭାବରେ ସେମାନଙ୍କର ଚୂଡ଼ାନ୍ତ ବ୍ରାଣ୍ଡ ମୂଲ୍ୟ ନିର୍ଣ୍ଣୟ କରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Tops India Celebrity Brand Value Rankings Again | Argus News