Virat Kohli LinkedIn / ବିରାଟ କୋହଲି ଏବେ ପଡ଼ିଆ ନୁହେଁ ପ୍ରଫେସନାଲ ପିଚ୍ରେ ପାଦ ଦେଲେ…ପ୍ରଥମ ପୋଷ୍ଟ ଭାଇରାଲ
·1 hour ago·2 min read

Key Points
କ୍ରିକେଟ୍ ପରେ ବ୍ୟବସାୟ ଜଗତରେ ବିରାଟଙ୍କ ନୂଆ ଇନିଂସ
LinkedInରେ ଖୋଲିଲେ ଆକାଉଣ୍ଟ୍
LinkedInରେ ଖୋଲିଲେ ଆକାଉଣ୍ଟ୍
ବିରାଟ କୋହଲି କେବଳ ନାଁ ହିଁ କାଫି। କେବଳ ନାଁ ପାଇଁ ହିଁ ଫ୍ୟାନ୍ସ ଦିଓ୍ବାନା। ଭାରତୀୟ କ୍ରିକେଟର ସବୁଠାରୁ ବଡ଼ ସୁପରଷ୍ଟାର। କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଏବଂ ଏବେ ଅନେକ ବ୍ୟବସାୟ ଆରମ୍ଭ କରିଛନ୍ତି। ଏହି କାରଣରୁ ୩୭ ବର୍ଷୀୟ ଖେଳାଳି କ୍ରିକେଟ ପିଚରୁ ବାହାରି ଏବେ ପ୍ରଫେସନାଲ ପିଚ ଆଡକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ବିରାଟ ଏବେ ଏକ ଲିଙ୍କଡିନ୍ ଆକାଉଣ୍ଟ୍ କ୍ରିଏଟ କରିଛନ୍ତି, ଏବଂ ତାଙ୍କର ପ୍ରଥମ ପୋଷ୍ଟ ଭାଇରାଲ୍ ହେଉଛି। ଏହି ପୋଷ୍ଟରେ ବିରାଟ ତାଙ୍କ ନୂଆ ବ୍ୟବସାୟ ବିଷୟରେ କଥା ହୋଇଛନ୍ତି। ପୋଷ୍ଟ କରୁ କରୁ ଭାଇରାଲ ହେଉଛି।
ବିରାଟ କୋହଲି ନିଜର ବ୍ରାଣ୍ଡ୍ ତିଆରି କରୁଛନ୍ତି। ସେ ବିଭିନ୍ନ ବ୍ୟବସାୟରେ ନିବେଶ କରିଛନ୍ତି। ସେ ବର୍ତ୍ତମାନ ସ୍ପୋର୍ଟସୱେର୍ ବ୍ରାଣ୍ଡ୍ ଆଜିଲିଟାସ୍ରେ ନିବେଶକ ଏବଂ One8Worldର ସହ-ପ୍ରତିଷ୍ଠାତା ମଧ୍ୟ। କିଛି ମାସ ପୂର୍ବରୁ, ସେ ଆଜିଲିଟାସ୍ ବ୍ରାଣ୍ଡ୍ ଲଞ୍ଚ କରିଥିଲେ, ଏବଂ ଏବେ କୋହଲି ବ୍ୟବସାୟ ଜଗତରେ ଏକ ପାଦ ଆଗକୁ ବଢାଇଛନ୍ତି। ଲିଙ୍କଡିନ୍ ହେଉଛି ବିଶ୍ୱର ସର୍ବବୃହତ୍ତ ବୃତ୍ତିଗତ ନେଟୱାର୍କିଂ ପ୍ଲାଟଫର୍ମ, ଯାହାର ସଦସ୍ୟ ସଂଖ୍ୟା 1 ବିଲିୟନରୁ ଅଧିକ। ଆଉ ବିରାଟ ଏଥିରେ ପାଦ ଦେଇସାରିଛନ୍ତି।
ବିରାଟ କୋହଲି ତାଙ୍କର ଲିଙ୍କଡିନ୍ ଆକାଉଣ୍ଟ୍ ନୂଆ କରି ଆରମ୍ଭ କରିଛନ୍ତି। ସେ ତାଙ୍କ ବ୍ୟବସାୟ ବିଷୟରେ ଏକ ବଡ଼ ତଥ୍ୟ ପ୍ରକାଶ କରିଛନ୍ତି। କୋହଲିଙ୍କ ପ୍ରଥମ ପୋଷ୍ଟ ଭାଇରାଲ ହେଉଛି। ବିରାଟ ତାଙ୍କ ପୋଷ୍ଟରେ ବ୍ୟବସାୟ ଜଗତରେ ତାଙ୍କର ନୂତନ ଆରମ୍ଭ ବିଷୟରେ କହିଛନ୍ତି। ସେ କହିଥିଲେ, "ମୁଁ ଏପରି ଏକ ଭାରତ ଦେଖିବାକୁ ଚାହୁଁଥିଲି ଯେଉଁଠାରେ ପ୍ରତ୍ୟେକ ଖେଳ ଖେଳାଯିବାସହ ସବୁ ଖେଳକୁ ସମ୍ମାନ ଦିଆଯାଉ। ଏବେ ଏହି ସ୍ୱପ୍ନ ବାସ୍ତବତା ଆଡ଼କୁ ଯାଇଛି। ନୂତନ ପିଢ଼ି ପ୍ରମାଣ କରୁଛି ଯେ ଭାରତ ବିଶ୍ୱର ସର୍ବୋତ୍ତମ ଖେଳାଳି ସୃଷ୍ଟି କରିପାରିବ।"
ତାଙ୍କ ବ୍ୟବସାୟିକ କ୍ୟାରିୟର ବିଷୟରେ କହିବାକୁ ଗଲେ, ବିରାଟ ଲେଖିଛନ୍ତି, "ମୁଁ ଆଜିଲିଟାସ୍ରେ ଜଣେ ନିବେଶକ ଭାବରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି ଏବଂ ମୁଁ One8Worldର ସହ-ପ୍ରତିଷ୍ଠାତା ମଧ୍ୟ। ମୁଁ ମୋ କ୍ୟାରିୟରରେ ଯାହା ବିଶ୍ୱାସ କରିଆସିଛି ତାହା ଉପରେ ଆଧାର କରି One8 ନିର୍ମାଣ କରିଛି। ଆମେ ଏହି ବ୍ରାଣ୍ଡକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଚାହୁଁଛୁ। ମୋ ସହର ଏବଂ ସବୁଠି ହଜାର ହଜାର ଲୋକଙ୍କ ସମ୍ମୁଖରେ One8World ଦେଖିବା ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ। ମୋର ସ୍ୱପ୍ନ ସ୍ପଷ୍ଟ। ଏବେ ଆମର ସମସ୍ତ ଆଶା ପୂରଣ କରୁଥିବା କିଛି ବଡ଼ ନିର୍ମାଣ କରିବାର ସମୟ ଆସିଛି। ଆମେ ଏହି ଯାତ୍ରାରେ ଅଛୁ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବେ କ୍ରିକେଟ ମଇଦାନରେ ନଜର ଆସିବେ
ବିରାଟ କୋହଲି ନ୍ୟୁ ଚଣ୍ଡିଗଡ଼ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ଖେଳିଥିଲେ। ସେହି ମ୍ୟାଚ୍ ରେ ସେ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ତଥାପି, ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। କୋହଲି ନଭେମ୍ବର ୪ରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ଫେରିବେ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତା ମାସରୁ ଆରମ୍ଭ ହେଉଛି। ବିରାଟଙ୍କୁ ଏହି ସିରିଜରେ ଖେଳିବାର ଦେଖିବାକୁ ମିଳିବ।

Related Topics
Explore more stories