ଲଣ୍ଡନରେ ଏକମାତ୍ର ଖେଳାଳି ଭାବେ ଫିଟନେସ ପରୀକ୍ଷା ଦେଲେ ବିରାଟ କୋହଲି

Key Points
ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବାକୁ ଅପେକ୍ଷାରେ ରହଇଛନ୍ତି। ସେପଟେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଦେଖିବାକୁ ଯେମିତି ପାଗଳ ହୋଇଗଲେଣି।
ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବାକୁ ଅପେକ୍ଷାରେ ରହଇଛନ୍ତି। ସେପଟେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଦେଖିବାକୁ ଯେମିତି ପାଗଳ ହୋଇଗଲେଣି। କାରଣ ଆଇପିଏଲ ସରିବା ପରେ ବିରାଟଙ୍କୁ ଆଉ ଦେଖିବାକୁ ସୁଯୋଗ ମିଳିନି। ଏହାପରେ ସେ ଏବେ ଭାରତ ମଧ୍ୟ ଛାଡ଼ିସାରିଛନ୍ତି। କିନ୍ତୁ କିଙ୍ଗ୍ଙ୍କୁ ନେଇ କିଛି ନା କିଛି ଖବର ନିହାତି ଚର୍ଚ୍ଚାରେ ରହିଥାଏ। ଆଉ ଏବେ ପୁଣି ବିରାଟଙ୍କୁ ନେଇ ଏକ ବିବାଦ ଦେଖାଦେଇଛି। ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ବେଙ୍ଗାଲୁରୁରେ ଥିବା ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷା ଦେଉଥିବା ବେଳେ, ବିରାଟ କୋହଲି ଏକମାତ୍ର ଖେଳାଳି ଭାବେ ଲଣ୍ଡନରେ ଏହି ପରୀକ୍ଷା ଦେଇଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠିଛି।
କାହିଁକି ବିରାଟ କୋହଲି ଲଣ୍ଡନରେ ପରୀକ୍ଷା ଦେଲେ। କୋହଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଠାରୁ ବ୍ରିଟେନରେ ଫିଟନେସ ପରୀକ୍ଷା ଦେବା ପାଇଁ ବିଶେଷ ଅନୁମତି ନେଇଥିଲେ। ଅନ୍ୟ ଖେଳାଳିମାନେ ବେଙ୍ଗାଲୁରୁରେ ଏହି ପରୀକ୍ଷା ଦେଇଥିବା ବେଳେ, କୋହଲି ଲଣ୍ଡନରେ ଉକ୍ତ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦେଶ ମାଟିରେ ଫିଟନେସ ଟେଷ୍ଟ ଦେଇଥିବା ପ୍ରଥମ ଖେଳାଳି ହେଉଛନ୍ତି ବିରାଟ କୋହଲି। ରିପୋର୍ଟ ମୁତାବକ ବିରାଟ କୋହଲି ଆସନ୍ତା ମାସରେ ହେବାକୁ ଥିବା ଅଷ୍ଟ୍ରେଲିଆ ସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିପାରନ୍ତି। ଯେଉଁଠାରେ ସେ ବର୍ତ୍ତମାନ ପରିବାର ସହ ରହୁଛନ୍ତି। ଅନ୍ୟପକ୍ଷେ ରୋହିତ ଶର୍ମା, ଶୁଭମନ ଗିଲ, ମହମ୍ମଦ ସିରାଜ ପ୍ରମୁଖ ବେଙ୍ଗାଲୁରୁରେ ଫିଟନେସ ପରୀକ୍ଷାରେ ପାସ କରିଛନ୍ତି। ବର୍ତ୍ତମାନର ସକ୍ରିୟ ଖେଳାଳିଙ୍କ ମଧ୍ୟରୁ ଅଧିକାଂଶ ଫିଟନେସ ପରୀକ୍ଷା ଦେଇସାରିଛନ୍ତି, କିନ୍ତୁ ଆଘାତ ବା ଅନୁପସ୍ଥିତ ହେତୁ କିଛି ଖେଳାଳିଙ୍କ ପରୀକ୍ଷା ବାକି ରହିଛି। ୨୦୨୫ ଏସିଆ କପ ପାଇଁ ଭାରତୀୟ ଟି-୨୦ ଦଳ ଶୀଘ୍ର ସଂଯୁକ୍ତ ଆରବ ଏମିରେଟସ୍କୁ ଯିବ। କୋହଲି ଏହି ଟି-୨୦ ଫର୍ମାଟରୁ ଅବସର ନେଇଥିବା ହେତୁ ଏହି ଦଳରେ ସାମିଲ ନାହାନ୍ତି।
📱 Get Argus News App
✨ଚିନ୍ନାସ୍ୱାମୀ ଦଳାଚକଟାର ୩ ମାସ ପରେ ନୀରବତା ଭାଙ୍ଗିଲେ ବିରାଟ କୋହଲି
ରିପୋର୍ଟ ଅନୁସାରେ, ଫିଟନେସ ପରୀକ୍ଷା ଦେଇଥିବା ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା, ମହମ୍ମଦ ସିରାଜ, ଶୁଭମନ ଗିଲ, ରିଙ୍କୁ ସିଂ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ମହମ୍ମଦ ଶାମୀ, ହର୍ଷିତ ରାଣା, ସର୍ଫରାଜ ଖାନ, ତିଳକ ବର୍ମା , ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ପାସ କରିଛନ୍ତି। ପରୀକ୍ଷାରେ ୟୋ-ୟୋ ସ୍କୋର ଓ ମୌଳିକ ଶାରୀରିକ ଶକ୍ତି ମୂଲ୍ୟାଙ୍କନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ କେ.ଏଲ. ରାହୁଲ, ଆକାଶ ଦୀପ, ନୀତିଶ କୁମାର ରେଡ୍ଡୀ, ଜାଡେଜା ଓ ରିଷଭ ପନ୍ତଙ୍କ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। କୋହଲି ଏକମାତ୍ର ଖେଳାଳି ଯାହାଙ୍କ ପରୀକ୍ଷା ଦେଶ ବାହାରେ ହୋଇଛି। BCCI ଅଧିକାରୀଙ୍କ କହିବା ଅନୁସାରେ, କୋହଲି ଏହି ଅନୁମତି ପାଇଁ ଅନୁରୋଧ କରିଥିଲେ, କିନ୍ତୁ ଅନ୍ୟ ଖେଳାଳିଙ୍କ ପାଇଁ ଏପରି ଅନୁମତିପତ୍ର ମିଳିପାରିବ କି ନାହିଁ, ତାହା ସ୍ପଷ୍ଟ ନୁହେଁ। ଦଳର ଦୀର୍ଘ ଆଘାତ ତାଲିକାକୁ ଦୃଷ୍ଟିରେ ରଖି BCCI ଓ ଦଳ ପରିଚାଳନା ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଣୁ ଦଳ ଚୟନ ପୂର୍ବରୁ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଫିଟନେସ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ତେବେ ଯାହା ହେଉନା କାହିଁକି ରୋହିତ କୋହଲିଙ୍କୁ ପୁଣି ଏକାଠି ଦେଖିବାକୁ ମିଳିବ। ଯେଉଁଥିପାଇଁ ରୋ-କୋଙ୍କ ଫ୍ୟାନ୍ସ ଭାରି ଖୁସି।