Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL News / IPL 2026 ପୂର୍ବରୁ ବିରାଟ କୋହଲି ପଦ୍ମ ଫୁଲର ଏକ ଟାଟୁ କରିଛନ୍ତି, କାହିଁକି ଜାଣିଛନ୍ତି କି?

Ritu Das
Browse all articles by Ritu Das
·3 months ago·2 min read
IPL 2026 ପୂର୍ବରୁ ବିରାଟ କୋହଲି ପଦ୍ମ ଫୁଲର ଏକ ଟାଟୁ କରିଛନ୍ତି, କାହିଁକି ଜାଣିଛନ୍ତି କି?
India

Key Points

ଏବେ ବିରାଟ କୋହଲିଙ୍କ ନୂଆ ଟାଟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାଲନ୍ତୁ ଜାଣିବା ଏହି  ଟାଟୁ ପଛର ରାଜ୍‌ କଣ ରହିଛି?
ଆରସିବିର ପୂର୍ବତନ ଅଧିନାୟକ ତଥା ଭାରତର ସୁପରଷ୍ଟାର କିଙ୍ଗ କୋହଲିଙ୍କ ସମସ୍ତେ ଫ୍ୟାନ। ଟି-୨୦ ଏବଂ ଟେଷ୍ଟ ଫର୍ମାଟରୁ ଅବସର ନେବାପରେ ଫ୍ୟାନ୍ସ ଯେମିତି ତାଙ୍କୁ ଦେଖିବାକୁ ଅନାଇ ବସିଥାଆନ୍ତି। ଏବେ ସେହି ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାରଠାରୁ ଆରମ୍ଭ ହେଉଛି ଆଇପିଏଲ କ୍ରିକେଟ ମହାକୁମ୍ଭ। ଆଉ ଏହା ପୂର୍ବରୁ ପୁଣି କିଙ୍ଗ କୋହଲି ଚର୍ଚ୍ଚାରେ। ପ୍ରାୟତଃ କୋହଲିଙ୍କୁ ଟାଟୁ କରିବାକୁ ଭଲ ପାଆନ୍ତି। ତେବେ ଏବେ ଏକ ନୂଆ ଟାଟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚାଲନ୍ତୁ ଜାଣିବା ବିରାଟଙ୍କ ଟାଟୁ ପଛର ରାଜ୍‌ କଣ ରହିଛି?



ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2026 ସିଜିନ୍ ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ମହାରଥୀ ବିରାଟ କୋହଲି ତାଙ୍କ ବାମ ହାତରେ ଏକ ନୂତନ ଫୁଲ୍-ସ୍ଲିଭ୍ ଟାଟୁ କରିଛନ୍ତି। ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି। ଏହି କାମ ଏଲିଏନ୍ସ ଟାଟୁ ଇଣ୍ଡିଆ ଦ୍ୱାରା କରାଯାଇଥିଲା ଏବଂ ସୋସିଆଲ ମିଡିଆରେ ଏହା ଯଥେଷ୍ଟ ଦୃଷ୍ଟି ଆକର୍ଷଣ କରିଛି - ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଷ୍ଟୁଡିଓ କହିଛି ଯେ ଟାଟୁ କାମ ଚାଲିଛି ଏବଂ କୋହଲି ଯେତେବେଳେ ସମ୍ଭବ ହୁଏ ସେ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କ ବ୍ୟସ୍ତ ସିଡ୍ୟୁଲରୁ କିଛି ଘଣ୍ଟା ବାହାର କରି ଆସନ୍ତି। ଚର୍ଚ୍ଚାର କାରଣ ହେଉଛି ସେଥିରେ ଥିବା ପଦ୍ମଫୁଲ ମାନେ ଲୋଟସ ଟାଟୁ ଏହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଛନ୍ତି।

କାହିଁକି କଲେ ଲୋଟସ ଟାଟୁ?

କେତେକ ଏହାର ରାଜନୈତିକ ଅର୍ଥ ବି ବାହାର କରୁଛନ୍ତି। ତେବେ ଏହି ଟାଟୁ ଆଙ୍କିଥିବା ଏଲିଏନ୍ସ ଟାଟୁ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏହି ଟାଟୁ ସଂପୂର୍ଣ୍ଣ ବାହୁରେ ଅଙ୍କାଯାଉଥିବା ଏକ ବଡ଼ ମଣ୍ଡଳ ଚିତ୍ରର ଅଂଶ। ଏଥିରେ ବିଭିନ୍ନ ଆକୃତିର ଟାଟୁ ରହିଛି। ଏହା ବିରାଟଙ୍କ ଜୀବନର ଯାତ୍ରା ଓ ସଂଘର୍ଷକୁ ଦର୍ଶାଉଛି। ତେବେ ଏହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ ଓ ଆଉ କିଛି କାମ ବାକିଅଛି। ବିରାଟ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଏହି ଟାଟୁକୁ ସଂପୂର୍ଣ୍ଣ କରୁଛନ୍ତି।

ଏହାସହ ପଢ଼ନ୍ତୁ: IPL ଆରମ୍ଭ ପୂର୍ବରୁ ଗିନିଜ୍ ବୁକ୍ ସେୟାର୍ କଲା ବିରାଟ କୋହଲିଙ୍କ ୫ ରେକର୍ଡ

ପଦ୍ମ ଫୁଲ ସମ୍ପର୍କରେ ଏହି ଷ୍ଟୁଡିଓ ପକ୍ଷରୁ କୁହାଯାଇଛି ଯେ ଏହି ଫୁଲ ପଙ୍କରୁ ଫୁଟିଥାଏ। କିନ୍ତୁ ପଙ୍କ ପରିବେଶରୁ ବାହାରି ମଧ୍ୟ ଏହା ନିର୍ମଳ ଓ ଶୁଦ୍ଧତାର ସହ ପରିପ୍ରକାଶ କରିଥାଏ। ଏହା ଶାନ୍ତି, ସହନଶୀଳତା ଓ ସଦ୍ଭାବର ବାର୍ତ୍ତା ବହନ କରିଥାଏ। ଠିକ୍‌ ସେହିପରିଏହା କୋହଲିଙ୍କ କ୍ୟାରିୟରର ବିଭିନ୍ନ ପର୍ଯ୍ୟାୟ ଓ ତାଙ୍କର ଶୃଙ୍ଖଳା ଓ ସଫଳତାକୁ ଦର୍ଶାଉଛି। ଏହି ଟାଟୁର ଅନ୍ୟ ଚିତ୍ରଗୁଡ଼ିକ ବିରାଟଙ୍କ ବ୍ୟକ୍ତିଗତ ଜୀବନଯାତ୍ରାକୁ ଦର୍ଶାଉଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Gets Lotus Tattoo Before IPL 2026 – Know the Real Reason | Argus News