Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତର ବିଜୟ ପରେ କୋହଲି... କୋହଲି... ଏକାକୀ କଲେ ୫ ରେକର୍ଡ

Sports

ଭାରତର ବିଜୟ ପରେ କୋହଲି... କୋହଲି... ଏକାକୀ କଲେ ୫ ରେକର୍ଡ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଭାରତର ବିଜୟ ପରେ କୋହଲି... କୋହଲି... ଏକାକୀ କଲେ ୫ ରେକର୍ଡ

Key Points

ଧୂଆଁଧାର ଶତକ ସହ ଭାରତକୁ ଜିତାଇଥିବା କୋହଲି ଏକାକୀ କରିଛନ୍ତି ୫ ରେକର୍ଡ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ବିରାଟ ।

ରବିବାର ଦୁବାଇରେ ଖେଳା ଯାଇଥିବା ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ୍‌ରେ ପାକିସ୍ତାନକୁ ଖୁବ୍ ପିଟିଛନ୍ତି ବିରାଟ କୋହଲି । ଧୂଆଁଧାର ଶତକ ସହ ଭାରତକୁ ଜିତାଇଥିବା କୋହଲି ଏକାକୀ କରିଛନ୍ତି ୫ ରେକର୍ଡ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ବିରାଟ । ପାକିସ୍ତାନକୁ ହରାଇବାର ଖୁସି ଓ ବିରାଟଙ୍କ ରେକର୍ଡକୁ ନେଇ ସଭିଁଙ୍କ ମୁହଁରେ ଖାଲି କୋହଲି... କୋହଲି... ।


ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ରବିବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୪୧ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା । ୨୪୨ ରନ୍‌ ଟାର୍ଗେଟ୍‌ର ପିଛା କରୁଥିବା ଭାରତ ମ୍ୟାଚକୁ ୬ ୱିକେଟ୍‌ରେ ଜିତି ନେଇଥିଲା । ଆଉ ହିରୋ ସାଜିଥିଲେ ବିରାଟ ।


ମ୍ୟାଚ୍‌ରେ ବିରାଟଙ୍କ ବ୍ୟାଟରୁ ରନ୍ ବର୍ଷିଥିଲା । ୧୧୧ ବଲ୍‌ରେ ଶତକ ମାରିବା ସହ ଦଳକୁ ବିଜୟୀ କରାଇଥିଲେ । ୧୫ ମାସ ପରେ ଦିନିକିଆରେ ଶତକ ହାସଲ କରିଥିବା ବିରାଟ ମାରିଥିଲେ ୭ଟି ଚୌକା । ଏହା ପୂର୍ବରୁ ୨୦୨୩ ନଭେମ୍ବର ୧୫ରେ ବିରାଟ ଶେଷଥର ଶତକୀୟ ପାଳି ଖେଳିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୭ ରନ୍ କରିଥିଲେ କୋହଲି । ଏବେ ଚାମ୍ପିଅନ୍ସ ଟ୍ରଫିରେ କୋହଲି ୫ଟି ଐତିହାସିକ ରେକର୍ଡ ହାସଲ କରିଛନ୍ତି ।


ଦିନିକିଆରେ ଦ୍ରୁତତମ ୧୪ ହଜାର ରନ୍


ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବ୍ୟକ୍ତିଗତ ୧୫ ରନ୍ କରି କୋହଲି ନିଜ ନାଁରେ ଏକ ଐତିହାସିକ ରେକର୍ଡ ଯୋଡ଼ି ଛନ୍ତି । ଏଥିସହ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ଏବେ ଦିନିକିଆ କ୍ରିକେଟ୍‌ରେ ଦ୍ରୁତତମ ୧୪ ହଜାର ରନ୍ ସ୍କୋର୍ କରିଥିବା ପ୍ରଥମ ଖେଳାଳି । ଯାହା କୋହଲି ୨୯୯ଟି ଦିନିକିଆର ୨୮୭ ଇନିଂସରେ ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାଁରେ ଥିଲା । ୨୫୦ ଇନିଂସ ଖେଳି ଏହି ରେକର୍ଡ ହାସଲ କରିଥିଲେ ତେନ୍ଦୁଲକର ।


ଦିନିକିଆରେ ୫୧ତମ ଶତକ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାକିସ୍ତାନୀ ବୋଲରଙ୍କୁ ଜୋରଦାର ପ୍ରହାର କରିଥିବା କୋହଲି ତାଙ୍କ ଦିନିକିଆ କ୍ୟାରିଅରରେ ୫୧ତମ ଶତକ ମାରିଛନ୍ତି । ୫୧ତମ ଶତକ ହାସଲରେ କୋହଲି ଦୁନିଆର ପ୍ରଥମ କ୍ରିକେଟର । ଏହି ତାଲିକାରେ ୪୯ଟି ଶତକ ସହ ଦ୍ଵିତୀୟରେ ରହିଛନ୍ତି ତେନ୍ଦୁଲକର । ଅର୍ଥାତ୍ କୋହଲିଙ୍କୁ ବାଦ୍ ଦେଲେ ଦିନିକିଆରେ ଆଉ କେହି ଖେଳାଳି ୫୦ଟି ଶତକ ହାସଲ କରି ନାହାନ୍ତି ।


ଚାମ୍ପଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଶତକ


ଦୁବାଇରେ ଶତକ ସହ କୋହଲି ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ପ୍ରଥମ ଭାରତୀୟ ଖେଳାଳି ଭାବେ ପାକିସ୍ତାନ ବିପକ୍ଷରେ କୋହଲ ଶତକ ମାରିଛନ୍ତି ।


ସବୁଠୁ ଅଧିକ କ୍ୟାଚ୍ ଧରିଥିବା ଭାରତୀୟ


ଏଥିସହ ଦିନିକିଆ ମ୍ୟାଚ୍‌ରେ ଭାରତ ପାଇଁ ସବୁଠୁ ଅଧିକ କ୍ୟାଚ୍ ଧରିଥିବା ଖେଳାଳି ହୋଇଛନ୍ତି କୋହଲି । କୁଲଦୀପ ଯାଦବଙ୍କ ବୋଲିଂରେ ନସୀମ ସାହଙ୍କ କ୍ୟାଚ୍ ନେଇ କୋହଲି ମହମ୍ମଦ ଅଜହଋଦ୍ଦିନଙ୍କ ରେକର୍ଡ ଭାଙ୍ଗିଛନ୍ତି ।


ସବୁଠୁ ଅଧିକ ପ୍ଲେୟାର ଅଫ୍ ଦି ମ୍ୟାଚ୍


କୌଣସି ବି ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ପ୍ଲେୟାର ଅଫ୍ ଦି ମ୍ୟାଚ୍‌ ମଧ୍ୟ ହାତେଇ ନୂଆ ରେକର୍ଡ କରିଛନ୍ତି ବିରାଟ । ପଞ୍ଚମଥର ପାଇଁ ବିରାଟ କୋହଲିଙ୍କୁ ମିଳିଛି ଏହି ସଫଳତା । ଦୁନିଆର ପ୍ରଥମ ଖେଳାଳି ଭାବେ ପାକିସ୍ତାନ ବିପକ୍ଷରେ ବିରାଟ ୫ଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।

Sponsored
Virat Kohli Make 5 Records In Champions Trophy Against Pakistan | Argus News