Videos
|
Sports

ଟି-୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ବିରାଟ କୋହଲି

Ritu Das
Browse all articles by Ritu Das
·2 years ago·2 min read
ଟି-୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ବିରାଟ କୋହଲି

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ବିରାଟ କୋହଲି । ଟିମ୍ ଇଣ୍ଡିଆର ଏହି ଦୁର୍ଦ୍ଦଶ ବ୍ୟାଟର ନିକଟରେ ବାପା ହୋଇଛନ୍ତି । ସେଥିପାଇଁ କୋହଲି ଦୀର୍ଘ ଦିନ ହେବ ଟିମ୍ ଇଣ୍ଡିଆଠାରୁ ଦୂରରେ ଅଛନ୍ତି । ସେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାଗ ନେଇଥିଲେ । ସେବେଠାରୁ ବ୍ୟକ୍ତିଗତ କାରଣରୁ ସେ ଦଳରେ ସାମିଲ ହୋଇନାହାନ୍ତି । ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ପୂରା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳି ନଥିଲେ । ତେବେ ଭାରତୀୟ ଦଳର ଚୟନକର୍ତ୍ତା ମାନେ ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରୁ ବାଦ୍ ଦେବା ନେଇ ବୋର୍ଡ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ । ଚୟନ କମିଟି ତାଙ୍କୁ ବାଦ ଦେବାକୁ ଚିନ୍ତା କରୁଛି। ଏମିତିରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏନେଇ କୋହଲିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।  ଇଂଲଣ୍ଡର ପୂର୍ବତନ ଦ୍ରୂତ ବୋଲର ଷ୍ଟୁଅଟ ବ୍ରଡ ଏହି ଖବରକୁ ଜାଣିବାପରେ ରାଗିଯାଇଛନ୍ତି। 

ବ୍ରଡ କହିଛନ୍ତି ଯେ, ଏହି ଖବର ସତ ହୋଇ ନ ପାରେ। ଆଇସିସି ଫ୍ୟାନଙ୍କୁ ଦେଖି ଆମେରିକାରେ ମ୍ୟାଚ କରିବାକୁ ଚାହୁଁଛି। ପାକିସ୍ତାନ ବିପକ୍ଷ ମ୍ୟାଚ ବି ସେଥିରେ ସାମିଲ ଅଛି। ସେପଟେ ବିରାଟ ପୁରା ବିଶ୍ବରେ ବହୁତ ବଡ଼ ଖେଳାଳି। ଆଶା କରୁଛି ଯେ କୋହଲି ଦଳରେ ସାମିଲ ହେବେ। କାରଣ କୋହଲିଙ୍କର ବ୍ୟାଟିଂ ଦେଖିବାକୁ ସମସ୍ତେ ଦିଓ୍ବାନା। ଆଉ ଯଦି ସେ ନ ଖେଳନ୍ତି ତ ପୁରା ମ୍ୟାଚ ଫିକା। 

ବିରାଟ ଓ୍ବେଷ୍ଟଇଣ୍ଡିଜର ସ୍ଲୋ ପିଚ ଲାଗି ଉପଯୁକ୍ତ ନୁହନ୍ତି ବୋଲି ବିସିସିଆଇ ଭାବୁଛି। ଅପରପକ୍ଷେ ଟି-୨୦ ଫର୍ମାଟରେ ଖେଳିବା ଲାଗି ଅନେକ ଖେଳାଳି ଅଛନ୍ତି, ଯିଏ କି ତାଙ୍କଠାରୁ ଅଧିକ ରନ ସ୍କୋର କରିପାରିବେ। ଏଣୁ ତାଙ୍କର ଭବିଷ୍ୟତର ନିଷ୍ପତ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଉପରେ ନ୍ୟସ୍ତ କରାଯାଇଛି। ସେ ରାଜି ହେଲେ ତାଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରିବ ବୋଲି କୁହାଯାଉଛି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Virat Kohli may | Argus News