Videos
|
Sports

Virat Kohli / ବିରାଟଙ୍କ One8 ଜୋତାର ଜବରଦସ୍ତ କ୍ରେଜ୍…. ମାତ୍ର 24 ଘଣ୍ଟାରେ ବିକ୍ରି ହେଲା 1.5 ଲକ୍ଷ ସୁ

Ritu Das
Browse all articles by Ritu Das
·1 month ago·2 min read
ବିରାଟଙ୍କ One8 ଜୋତାର ଜବରଦସ୍ତ କ୍ରେଜ୍…. ମାତ୍ର 24 ଘଣ୍ଟାରେ ବିକ୍ରି ହେଲା 1.5 ଲକ୍ଷ ସୁ
India

Key Points

One 8 ର ଗ୍ରାଣ୍ଡ ଇଭେଣ୍ଟ ସେରିମନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି
ଏହି ସୁ ଲଞ୍ଚ ହେବାପରେ ସାରା ଦେଶରେ ଧୁମ ମଚାଇଛି
ବିରାଟ କୋହଲି ନା ଶୁଣିବାକୁ ଦୁନିଆ ଯେମିତି ଦିଓ୍ବାନା। ଚଳିତ ଆଇପିଏଲ ଟ୍ରଫି ହାତେଇଛି RCB. ଲଗାତାର ଚାମ୍ପିଅନ ହୋଇଛି ବିରାଟଙ୍କ ଟିମ। ଆଉ ଏବେ କିଛି ଦିନ ହେବ ଭାରି ଚର୍ଚ୍ଚାରେ ଅଛନ୍ତି। କାରଣ ଗତ ରବିବାର ତାଙ୍କ ନିଜର ଏକ ସୁ ବ୍ରାଣ୍ଡ One 8 ର ଗ୍ରାଣ୍ଡ ଇଭେଣ୍ଟ ସେରିମନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏହି ସୁ ଲଞ୍ଚ ହେବାପରେ ସାରା ଦେଶରେ ଧୁମ ମଚେଇ ଦେଇଛି। ଲଞ୍ଚ ହେବାର କିଛି ସମୟ ମଧ୍ୟରେ ଏହି ଯୋତା ସବୁ ରେକର୍ଡ ବ୍ରେକ କରିଛି।

  • ୨୪ଘଣ୍ଟାରେ ୧.୫ଲକ୍ଷ ସୁ ବିକ୍ରି

ବର ମୁତାବକ ୨୪ ଘଣ୍ଟା ମଧ୍ୟରେ ବିରାଟ କୋହଲିଙ୍କ One8 Shoe ଦେଢ଼ ଲକ୍ଷ ବିକ୍ରି ହୋଇଛି। ଏହି ଜୋତାକୁ ଲୋକଙ୍କର ଏମିତି କ୍ରେଜ ରହିଛି କି ଦିଲ୍ଲୀ ଏବଂ ଏହାର ଆଖଆପାଖ ସହରରେ ଥିବା ଶୋରୁମରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି।  ସେହିପରି ସୋସିଆଲ ମିଡିଆରେ ମଧ୍ୟ ବିରାଟଙ୍କ ବ୍ରାଣ୍ଡ ଧୁମ ମଚେଇଛି। ଇନଷ୍ଟା ଖୋଲୁ ଖୋଲୁ କେବଳ One 8 ସୁ। କିଛି କ୍ରେଜି ଲୋକ ଥିବାବେଳେ ଆଉ କେତେକ ହେଟର୍ସ ମଧ୍ୟ ରହିଛନ୍ତି ଯେଉଁମାନେ ବିରାଟ ଯାହା କଲେ ବି ସେଥିରେ କେଁ କାଢ଼ନ୍ତି।

  • କୋହଲିଙ୍କ ଏହି ବ୍ରାଣ୍ଡ ଜୋତାର ମୂଲ୍ୟ ୯୨୩୦ ଟଙ୍କା

ତେବେ ବିରାଟ କୋହଲିଙ୍କ ଏହି ବ୍ରାଣ୍ଡ ଜୋତାର ମୂଲ୍ୟ ୯୨୩୦ ଟଙ୍କା ରହିଛି। ବିରାଟ ଟେଷ୍ଟ କ୍ରିକେଟକୁ ଭାରି ଭଲ ପାଉଥିଲେ ତାଙ୍କ ଟେଷ୍ଟ କ୍ରିକେଟରେ ରନ ଯେତିକି ଜୋତାର ମୂଲ୍ୟ ସେତିକି ରଖିଛନ୍ତି। ଯେତେବେଳେ ବିରାଟ କୋହଲି ପୁମାର ବ୍ରାଣ୍ଡ ଆମ୍ବାସଡର ଥିଲେ, ଖେଳାଳିମାନଙ୍କ ପାଇଁ ଏକ ବଡ଼ ସ୍କୋପ ରଖିଥିଲେ ଯେଉଁଥିରେ ଜୋତା ଠାରୁ ପୋଷାକ ଏବଂ ସ୍ପୋର୍ଟସୱେର ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ ଥିଲା। କମ୍ପାନୀ ସହିତ ମିଶିକି ଏକ ବ୍ରାଣ୍ଡ ସୃଷ୍ଟି କରାଯାଇଥିଲା। କିନ୍ତୁ ତା'ପରେ ବିରାଟ ପୁମାରୁ ଅଲଗା ହୋଇଯାଇଥିଲେ। ସେ ନିଜ ବ୍ରାଣ୍ଡ ନାମରେ ଏକ ସୁ କମ୍ପାନୀ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ। ଯଦିଓ ପୁମା ତାଙ୍କ ବ୍ରାଣ୍ଡ ଲଞ୍ଚ କରିବା ପାଇଁ 300 କୋଟି ପ୍ରସ୍ତାବ ଦେଇଥିଲେ କିନ୍ତୁ ବିରାଟ ଏହି ଅଫରକୁ ମନା କରିଥିଲେ। ନିଜର କିଛି କରିବାକୁ ଭାବିଥିଲେ।

ରିପୋର୍ଟ ଅନୁସାରେ, ବିରାଟ କୋହଲି, ପୁମା ଇଣ୍ଡିଆର ପୂର୍ବତନ ଏମଡିଙ୍କ ସହ ମିଶି, ତାଙ୍କ ବ୍ରାଣ୍ଡ ନାମ, One8 ରେ ପ୍ରଡକ୍ଟ ଲଞ୍ଚ କରିଥିଲେ। ବିରାଟଙ୍କ ବ୍ରାଣ୍ଡ ଏବଂ ପ୍ରଡକ୍ଟ ଏହି କମ୍ପାନୀର ଫେସ ଅଟେ। ମାତ୍ର ୨୪ ଘଣ୍ଟାରେ ବିରାଟଙ୍କ ଏହି ପ୍ରଡକ୍ଟ ୧୪୦ କୋଟିର ବିଜନେସ କରିଛି।
ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ One 8 ବ୍ରାଣ୍ଡ ଜୋତାର ଫଟୋ ସେୟାର କରି କିଛି ଲୋକ ମଜା ନେଇଛନ୍ତି। କେତେକ ୟୁଜର୍ସ ଲେଖିଛନ୍ତି ଯଦି ଏତେ ଜୋତା ସେଲ ହେଉଛି ତାହେଲେ ଆମଭଳି କିଛି ଗରିବଙ୍କୁ ଗିଫ୍ଟ ଭାବେ ଦେଲେ ଅସୁବିଧା କେଉଁଠି? ଆଉ ଜଣେ ୟୁଜର୍ସ କହିଛନ୍ତି, " ବିରାଟ ଭାଇ ୧୦, ହଜାର ହୋଇଥିଲେ ବି ଆମେ ଜୋତା କିଣିବାକୁ ରେଡ୍ଡି କିନ୍ତୁ ଆପଣ ଟେଷ୍ଟକୁ ପୁଣି ଫେରିଆସନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Virat Kohli One8 Shoes Sell 150000 Pairs Within Day | Argus News