Virat and Rohit / କାଲିଠୁ ପ୍ରତି ମ୍ୟାଚ ପାଇଁ କେତେ କୋଟି ପାଇବେ କୋହଲି ?
·8 months ago·2 min read

Key Points
ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି
କିଏ ନେବ କେତେ ଟଙ୍କା ଜାଣନ୍ତୁ ?
କିଏ ନେବ କେତେ ଟଙ୍କା ଜାଣନ୍ତୁ ?
ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା। କିନ୍ତୁ ବର୍ତ୍ତମାନ ଏହି ଦୁଇ କ୍ରିକେଟରଙ୍କୁ ନେଇ ଆସିଛି ବଡ ଅପଡେଟ୍। ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ରୋ-କୋ ଯାହାକୁ ନେଇ ସବୁଠି ଚର୍ଚ୍ଚା। ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି । ଦଳ ତା’ର ପ୍ରଥମ ୩ଟି ଯାକ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳିବ । ଏହି ମ୍ୟାଚ୍ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ।ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି।
ବିରାଟ ପ୍ରାୟ ୧୫ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟକୁ ଫେରୁଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ବେଙ୍ଗାଲୁରୁରେ ହେବାକୁ ଥିବା ସମସ୍ତ ମ୍ୟାଚ୍ ବର୍ତ୍ତମାନ ବିନା ଦର୍ଶକରେ ବନ୍ଦ ଦ୍ୱାର ମଧ୍ୟରେ ଖେଳାଯିବ। ପ୍ରଶଂସକମାନେ ନିଜ ପ୍ରିୟ ତାରକାଙ୍କୁ ଷ୍ଟାଡିୟମରେ ଦେଖିବାର ସୁଯୋଗ ହରାଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।ଅନ୍ୟପଟେ ବେଙ୍ଗାଲୁରୁର ପ୍ରସିଦ୍ଧ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେବାକୁ ଥିବା ସମସ୍ତ ବିଜୟ ହଜାରେ ମ୍ୟାଚ୍କୁ ବର୍ତ୍ତମାନ BCCI ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ସ୍ଥାନାନ୍ତର କରାଯାଇଛି। କର୍ଣ୍ଣାଟକ ସରକାର ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ମ୍ୟାଚରେ କେତେ ଟଙ୍କା ନେବେ ବିରାଟ ଏବଂ ରୋହିତ ତାକୁ ନେଇ ସଭିଙ୍କ ମନରେ ପ୍ରଶ୍ନ।
ଏଥିସହ ପଢ଼ନ୍ତୁ: ୮୯ ବର୍ଷ ବୟସରେ ବିନୋଦ କୁମାର ଶୁକ୍ଲାଙ୍କ ପରଲୋକ
ବିସିସିଆଇର ନିୟମ ଅନୁଯାୟୀ, ଘରୋଇ କ୍ରିକେଟରେ ଜଣେ ଖେଳାଳିଙ୍କ ମ୍ୟାଚ୍ ଫି’ ତାଙ୍କର ଅଭିଜ୍ଞତା ବା ଲିଷ୍ଟ-ଏ ମ୍ୟାଚ୍ ସଂଖ୍ୟା ଉପରେ ନିର୍ଭର କରେ। ଯେଉଁ ଖେଳାଳିମାନେ ୪୦ରୁ ଅଧିକ ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି, ସେମାନଙ୍କୁ ପ୍ରତିଦିନ ୬୦,୦୦୦ ଟଙ୍କା ପ୍ରଦାନ କରାଯାଏ। ଉଭୟ ରୋହିତ ଏବଂ ବିରାଟଙ୍କର ବହୁ ଅଧିକ ଅଭିଜ୍ଞତା ଥିବାରୁ ସେମାନେ ସର୍ବୋଚ୍ଚ ପେ-ବ୍ରାକେଟରେ ରହିବେ ଏବଂ ପ୍ରତି ମ୍ୟାଚ୍ ପାଇଁ ୬୦,୦୦୦ ଟଙ୍କା ପାଇବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖାଁ ଖାଁ ଷ୍ଟାଡିୟମରେ ବିରାଟ ଏଥର ଖେଳିବେ ବୋଲି ସୂଚନା ମିଳିଛି । ବିରାଟଙ୍କୁ ଦେଖିପାରିବେ ନାହିଁ ତାଙ୍କ ଫ୍ୟାନ୍ସ। ପୂର୍ବରୁ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ ଗ୍ୟାଲେରୀରେ ୨ରୁ ୩ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରିଥିଲା । କିନ୍ତୁ ଏହାକୁ ରାଜ୍ୟ ସରକରା କଡା ବିରୋଧ କରିଥିଲେ । ସୁରକ୍ଷା ଏବଂ ଭିଡକୁ ନଜରରେ ରଖି ସରକାର ଫ୍ୟାନ୍ସଙ୍କ ଆଗମନ ଉପରେ ରୋକ୍ ଲଗାଇଛନ୍ତି । ଗେଟ୍ ବନ୍ଦ କରି ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories