|
logo
Live
Argus News App
GET APP

Argus News - ଭାଇରାଲ୍ ପୋଷ୍ଟକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି... ଲଣ୍ଡନ ଯିବାକୁ ନେଇ କ'ଣ କହିଲେ ?

Sports

Kohli Breaks Silence / ଭାଇରାଲ୍ ପୋଷ୍ଟକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି... ଲଣ୍ଡନ ଯିବାକୁ ନେଇ କ'ଣ କହିଲେ ?

Sushanta Sahoo
Browse all articles by Sushanta Sahoo
·1 week ago·2 min read
ଭାଇରାଲ୍ ପୋଷ୍ଟକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି... ଲଣ୍ଡନ ଯିବାକୁ ନେଇ କ'ଣ କହିଲେ ?
Kohli Reacts to Viral Rumour

Key Points

ଆଇପିଏଲ୍ ମଝିରେ ବିରାଟ କୋହଲି ଲଣ୍ଡନ ଯିବା ପାଇଁ ଚାର୍ଟର୍ଡ ବିମାନ ଦାବି କରିଥିବା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏବେ ଏହି ପୋଷ୍ଟ ଉପରେ ଆସିଛି ବିରାଟଙ୍କ ପ୍ରତିକ୍ରିୟା ।
ବେଙ୍ଗାଳୁରୁ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୬ ମଝିରେ ବିରାଟ କୋହଲି ମାଗୁଛନ୍ତି ଟାର୍ଟର୍ଡ ବିମାନ ? ସୋସିଆଲ୍ ମିଡିଆରେ ଏଭଳି ଦାବିକୁ ନେଇ ପୋଷ୍ଟ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ ଭାଇରାଲ୍ ପୋଷ୍ଟ ଉପରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ କୌଣସି ବିଧିବଦ୍ଧ ପ୍ରତିକ୍ରିୟା ଦେଇନାହିଁ ।

ଭାଇରାଲ୍ ପୋଷ୍ଟକୁ ନେଇ ଏବେ ନୀରବତା ଭାଙ୍ଗିଛନ୍ତି ବିରାଟ କୋହଲି । ଆଇପିଏଲ୍ ମଝିରେ ବିରାଟ କୋହଲି ଲଣ୍ଡନ ଯିବା ପାଇଁ ଚାର୍ଟର୍ଡ ବିମାନ ଦାବି କରିଥିବା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏବେ ଏହି ପୋଷ୍ଟ ଉପରେ ଆସିଛି ବିରାଟଙ୍କ ପ୍ରତିକ୍ରିୟା । ସ୍ପଷ୍ଟ ହୋଇଛି, ଭାଇରାଲ୍ ପୋଷ୍ଟରେ କୌଣସି ସତ୍ୟତା ନାହିଁ ।

ଏଥିସହ ପଢ଼ନ୍ତୁ: IPL ପୂର୍ବରୁ ଅଭିଷେକଙ୍କ ବିସ୍ଫୋରଣ, ୪୨ ବଲ୍‌ରେ କଲେ ୯୪ ରନ୍‌

ଭାଇରାଲ୍ ପୋଷ୍ଟରେ କ'ଣ ଅଛି ?

ବିଗତ ୨୪ ଘଣ୍ଟା ହେଲା ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଖୁବ୍‌ ଭାଇରାଲ୍ ହେଉଛି । ଯେଉଁଥିରେ ମିଡିଆ ରିପୋର୍ଟର ଦ୍ଵାହି ଦେଇ କୁହାଯାଉଛି, RCB କର୍ତ୍ତୃପକ୍ଷଙ୍କ ନିକଟରେ ବିରାଟ କୋହଲି ବହୁତ ବଡ଼ ଦାବି କରିଛନ୍ତି । ଦାବି କରାଯାଉଛି ଯେ, ବିରାଟ ଚାହୁଁଛନ୍ତି ତାଙ୍କ ପାଇଁ ଭାରତ ଓ ଲଣ୍ଡନ ମଧ୍ୟରେ ଚାର୍ଟର୍ଡ ଫ୍ଲାଇଟ୍ ବ୍ୟବସ୍ଥା କରାଯାଉ ।


ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଯଦି କୌଣସି ମ୍ୟାଚ୍ ମଧ୍ୟରେ ୨ରୁ ୩ ଦିନ ବ୍ୟବଧ୍ୟାନ ଅଛି । ସେଭଳି ସ୍ଥିତିରେ ବିରାଟ କୋହଲି ଲଣ୍ଡନ ଫେରିଯିବେ ଏବଂ ମ୍ୟାଚ୍‌ ପୂର୍ବଦିନ ଚାର୍ଟର୍ଡ ବିମାନରେ ପୁଣି ଆସିବେ ।

ଏଥିସହ ପଢ଼ନ୍ତୁ: ବୈଭବ ପାଇଁ ବଡ଼ ପରୀକ୍ଷା ! ଏଥର IPLରେ ରହିବ କଠିନ ଚ୍ୟାଲେଞ୍ଜ

ବିରାଟ କୋହଲିଙ୍କ ପ୍ରତିକ୍ରିୟା

ଭାଇରାଲ୍ ପୋଷ୍ଟକୁ ନେଇ ବିରାଟ ପ୍ରତିକ୍ରିୟା ରଖିଛନ୍ତି । କୋହଲି ନିଜେ ଭାଇରାଲ୍ ପୋଷ୍ଟର ସ୍କ୍ରିନ୍‌ସଟ୍ ନେଇ ହସୁଥିବା ଇମୋଜି ସେୟାର୍ କରିଛନ୍ତି । ବିରାଟ ସେୟାର କରିଥିବା ଏହି ଇମୋଜି ବତାଉଛି ଏଥିରେ କୌଣସି ସତ୍ୟତା ନାହିଁ ।

ଆଇପିଲ୍ ୨୦୨୬ରେ ଆରସିବି ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୨୮ ତାରିଖରେ ଖେଳିବ । ବେଙ୍ଗାଳୁରୁର ଚିନ୍ନସ୍ଵାମୀ ଷ୍ଟାଡିୟମ୍‌ରେ ହାଇଦ୍ରାବାଦକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ । ଏହା ଆଇପିଏଲ୍‌ର ପ୍ରଥମ ମ୍ୟାଚ୍ ମଧ୍ୟ । ୨୦୨୫ରେ ଆରସିବି ପ୍ରଥମଥର ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା । ଏବେ ଆରସିବି ଉପରେ ପୁଣି ଟ୍ରଫି ଚାପ ରହିବ । ଆଇପିଏଲ୍ ଇତିହାସରେ ଏବେ ସୁଦ୍ଧା ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ଲଗାତାର ୨ଟି ସଂସ୍କରଣରେ ଟ୍ରଫି ହାତେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kohli Breaks Silence: ଭାଇରାଲ୍ ପୋଷ୍ଟକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି... ଲଣ୍ଡନ ଯିବାକୁ ନେଇ କ'ଣ କହିଲେ ? | Argus News